NIA raid in Bihar: ବିହାର ବିଭିନ୍ନ ଜିଲ୍ଲାରେ ଚଢାଇ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ। ଦେଶ ବିରୋଧି ମାମଲାରେ ଏହି ଚଢାଉ କରାଯାଉଛି। ମଧୁବନୀ, ଛପରା, ଅରରିୟା ସମେତ ଅନ୍ୟାନ୍ୟ ସ୍ଥାନରେ ଏନଆଇଏ ପକ୍ଷରୁ ଏହି ଚଢାଉ କରାଯାଇଛି। ଏନଆଇଏ ଫୁଲୱାରି ମାମଲାର ଅଭିଯୁକ୍ତ ପରଭେଜଙ୍କ ଘରେ ମଧ୍ୟ ଚଢାଉ କରି ତାକୁ ହେପାଜତକୁ ନେଇଛି।


COMMERCIAL BREAK
SCROLL TO CONTINUE READING

ବିହାର (Biahr) ଅରରିୟା ଜିଲ୍ଲାର (Araria District) ଜୋକିହାଟ ଠାରେ ମଧ୍ୟ ଚଢାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (National Investigation Agency) ଏନଆଇଏ (NIA)। ଏହି ଚଢାଉ ଏହସାନ ପରଭେଜ ଘରେ ହୋଇଥିଲା। ଯାହାର ନାମ ଫୁଲୱାରୀ ସରିଫ ମାମଲାରେ ସାମ୍ନାକୁ ଆସିଥିଲା। ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ ଇଣ୍ଡିଆ (Social Democratic Party of India) ଏସଡ଼ିପିଆଇ (SDPI) ବିହାର ଶାଖାର ରାଜ୍ୟ ମହାସଚିବ ହେଉଛି ଏହସାନ। ଏନଆଇଏ ଟିମ ପରଭେଜ ଘରେ ଚଢାଉ କରିବା ପରେ ତାକୁ ହେପାଜତକୁ ନେଇଥିଲା। ଏନେଇ କୁହାଯାଉଛି ଏହସାନ କେବଳ ରାଜ୍ୟ ମହାସଚିବ ନୁହେଁ ବରଂ ପିଏଫଆଇର (PFI) ଜିଲ୍ଲା ସଂଯୋଜକ। ଫୁଲୱାରୀ ସରିଫ ମାମଲାରେ (Phulwari Sharif Case) ଏନଆଇ ଏଠାରେ ଦୁଇଟି ସ୍ଥାନରେ ଚଢାଉ କରିଛି। ଏନଆଇଏ ଟିମ୍ ସମେତ ଜିଲ୍ଲା ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଫୁଲୱାରି ସରିଫ ଅଞ୍ଚଳର ମିଲ୍କିୟାନା ମୋହାଲା ଏବଂ ଗୋନପୁରା ଗ୍ରାମରେ ଏହି ଚଢାଉ କରାଯାଇଛି।


Also Read:  PFI Conspiracy: କ'ଣ ଏହି ୧୦% ଷଡଯନ୍ତ୍ର? ଯାହା ମାଧ୍ୟମରେ ଦେଶ ହୋଇଥାନ୍ତା ଇସଲାମୀୟ ରାଷ୍ଟ୍ର


ଅରରିୟା ବ୍ୟତୀତ ବିହାର ମଧୁବନୀ ଜିଲ୍ଲାର ପହଞ୍ଚିଥିଲା ଏନଆଇଏ। ଏଠାରେ ଚରମପନ୍ଥୀ ଇସଲାମୀୟ ସଙ୍ଗଠନ (Extremist Islamic Organization) ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (Popular Front of India) ପିଏଫଆଇ (PFI) ସଦସ୍ୟ ଅନସରୁଲ୍ଲା ଓରଫ୍ ଅନସର ଘରେ ମଧ୍ୟ ଚଢାଉ କରିଛି। ଲଦନିୟାଁ ଡାଲୋଖର ପଞ୍ଚାୟତର ବାଲୁଆ ଟୋଲସ୍ଥିତ ଅନସରୁଲ୍ଲାଙ୍କ ଘରେ ଏହି ଚଢାଉ କରାଯାଇଛି। ଚଢାଉ ବେଳେ ଏନଆଇଏ ଟିମ୍ ପୋଲିସ ସହାୟତାରେ ଚଢାଉ କରୁଥିବା ଘରର ଚାରିପାଖରେ ରହିଥିବା ରାସ୍ତାକୁ  ଅବରୋଧ କରିଦେଇଛି।


ଅନ୍ୟପଟେ ଛପରା (Chapra) ଠାରେ ପିଏଫଆଇ ସଦସ୍ୟ ପରଭେଜ ଆଲାମ ଘରେ ଏନଆଇଏ ଟିମ ଚଡାଉ କରିଛି। ଏନଆଇଏ ଟିମ୍ ଜଲାଲପୁର ଥାନାରେ ଅବସ୍ଥିତ ପୈତୃକ ଘର ରୁଦାଲପୁରରେ ପହଞ୍ଚିଥିଲା। ସିଂହୱାଡା ଥାନା ଅଧିନସ୍ଥ ଶଙ୍କରପୁର ଗ୍ରାମର ମହମ୍ମଦ ମୁସ୍ତାକିମ ଘରେ ଚଢାଉ ଜାରି ରହିଛି। ମୁସ୍ତାକିମ ପିଏଫଆଇ ସହିତ ଜଡିତ ରହିଛି। ଦେଶ ବିରୋଧୀ କାର୍ଯ୍ୟକଳାପ ପାଇଁ ଫୁଲୱାରୀ ସରିଫ ଠାରେ ସେମାନଙ୍କ ବିରୋଧରେ ମାମଲା ଦାଏର କରାଯାଇଥିଲା। ଗତ ମାସରେ ମଧ୍ୟ ଏନଆଇଏ ଟିମ୍ ଉକ୍ତ ଗାଁର ମୋ ସନଉଲ୍ଲାହ ଘରେ ଚଢାଇ କରିଥିଲା।


Also Read: PFI Conspiracy: ମୁସଲିମ ରାଷ୍ଟ୍ର ଗଠନ ସହ ଏହି ନେତାଙ୍କୁ ହତ୍ୟା କରିବା ଲାଗି ହୋଇଥିଲା ଷଡ଼ଯନ୍ତ୍ର


ପୂର୍ବରୁ ଗତ ଅଗଷ୍ଟରେ ଦେଶ ବିରୋଧି ମାମଲାରେ ବିହାରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଏନଆଇ। ଚଢାଉ ବେଳେ ପିଏଫଆଇର ଦ୍ୱାରା କରାଯାଇଥିବା ଅନେକ ଷଡଯନ୍ତ୍ରର ପର୍ଦ୍ଦାଫାଶ କରିଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା। ଆସନ୍ତା ୨୦୪୭ ବର୍ଷ ପର୍ଯ୍ୟନ୍ତ ଭାରତ ବର୍ଷକୁ ଏକ ଇସଲାମ ଦେଶ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଛି ଚରମପନ୍ଥୀ ଇସଲାମୀୟ ସଙ୍ଗଠନ। ଯେତେବେଳେ ରାଜ୍ୟର ପାଟନା ଜିଲ୍ଲାର ଫୁଲୱାଡି଼ ଶରିଫ ଅଞ୍ଚଳରୁ ପିଏଫଆଇ ସଙ୍ଗଠନର ୨ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିଲା ସେତେବେଳେ ଦେଶ ବିରୋଧି କାର୍ଯ୍ୟକଳାପରେ ଜଡିତ ଏକ ବଡ ଆତଙ୍କବାଦୀ ମଡ୍ୟୁଲ୍ ବାବଦରେ ପର୍ଦ୍ଦାଫାଶ ହୋଇଥିଲା। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ଦାଏର କରି ତଦନ୍ତ କରିବା ବେଳେ ପୋଲିସ ସେମାନଙ୍କ ଠାରୁ ପାଖରୁ ପାଞ୍ଚୋଟି ଭିନ୍ନ ଦସ୍ତାବିଜ ଜବତ କରିଥିଲା। ଯେଉଁଥିରେ ଦେଶକୁ ଖଣ୍ଡ ଖଣ୍ଡ କରିବାର ସମ୍ପୂର୍ଣ୍ଣ ରଣନୀତି ପ୍ରସ୍ତୁତ କରାଯାଇଥିଲା।