PFI Conspiracy: କ'ଣ ଏହି ୧୦% ଷଡଯନ୍ତ୍ର? ଯାହା ମାଧ୍ୟମରେ ଦେଶ ହୋଇଥାନ୍ତା ଇସଲାମୀୟ ରାଷ୍ଟ୍ର
Advertisement
Article Detail0/zeeodisha/odisha1260585

PFI Conspiracy: କ'ଣ ଏହି ୧୦% ଷଡଯନ୍ତ୍ର? ଯାହା ମାଧ୍ୟମରେ ଦେଶ ହୋଇଥାନ୍ତା ଇସଲାମୀୟ ରାଷ୍ଟ୍ର

PFI Conspiracy: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏବଂ ପଛୁଆ ବର୍ଗ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରିଥିଲା ପିଏଫଆଇ।

PFI Conspiracy: କ'ଣ ଏହି ୧୦% ଷଡଯନ୍ତ୍ର? ଯାହା ମାଧ୍ୟମରେ ଦେଶ ହୋଇଥାନ୍ତା ଇସଲାମୀୟ ରାଷ୍ଟ୍ର

PFI Conspiracy: ଆସନ୍ତା ୨୦୪୭ ବର୍ଷ ପର୍ଯ୍ୟନ୍ତ ଭାରତ ବର୍ଷକୁ ଏକ ଇସଲାମ ଦେଶ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଛି ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ। ଯେତେବେଳେ ରାଜ୍ୟର ପାଟନା ଜିଲ୍ଲାର ଫୁଲୱାଡି଼ ଶରିଫ ଅଞ୍ଚଳରୁ ଏହି ଚରମପନ୍ଥୀ ଇସଲାମୀୟ ସଙ୍ଗଠନର ୨ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିଲା ସେତେବେଳେ ଦେଶ ବିରୋଧି କାର୍ଯ୍ୟକଳାପରେ ଜଡିତ ଏକ ବଡ ଆତଙ୍କବାଦୀ ମଡ୍ୟୁଲ୍ ବାବଦରେ ପର୍ଦ୍ଦାଫାଶ ହୋଇଥିଲା। ଯେତେବେଳେ ଏହି ୨ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଏଫ୍ଆଇଆର୍ ଦାଏର କରି ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କଲା ସେତେବେଳେ ସେମାନଙ୍କ ଠାରୁ ପାଖରୁ ପାଞ୍ଚୋଟି ଭିନ୍ନ ଦସ୍ତାବିଜ ଜବତ କରାଯାଇଥିଲା ଯେଉଁଥିରେ ଦେଶକୁ ଖଣ୍ଡ ଖଣ୍ଡ କରିବାର ସମ୍ପୂର୍ଣ୍ଣ ରଣନୀତି ପ୍ରସ୍ତୁତ କରାଯାଇଥିଲା। 

ଗିରଫ ହୋଇଥିବା ୨ ଚରମପନ୍ଥୀ ଇସଲାମୀୟ ସଙ୍ଗଠନ (Extremist Islamic organization) ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (Popular Front of India) ପିଏଫଆଇ (PFI) ସଦସ୍ୟଙ୍କ ପାଖରୁ ଜବତ ହୋଇଥିବା ଦସ୍ତାବିଜରୁ ଅନେକ ଚାଞ୍ଚଲ୍ୟକର ତଥ୍ୟ ମିଳିଥିଲା। ଏହି ଦସ୍ତାବିଜ ଆଧାରରେ ପିଏଫଆଇ ଆସନ୍ତା ୨୦୪୭ ପର୍ଯ୍ୟନ୍ତ ଭାରତ ବର୍ଷକୁ ଇସଲାମୀୟ ଶାସନ ଆଡକୁ ନେବା ପାଇଁ ଏକ ବଡ ରଣନୀତି ପ୍ରସ୍ତୁତ କରିଛି। 

ବିହାର ପୋଲିସ ଦ୍ୱାରା ଗିରଫ ହୋଇଥିବା ପିଏଫଆଇ ସଦସ୍ୟଙ୍କ ପାଖରୁ ଜବତ ହୋଇଥିବା ଦସ୍ତାବିଜର ତୃତୀୟ ପୃଷ୍ଠାରେ ସମ୍ପୂର୍ଣ୍ଣ ବିବରଣୀ ସହିତ ଲେଖାଯାଇଛି ଯେ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ ନିଶ୍ଚିତ ଯେ ଯଦି ସମୁଦାୟ ମୁସଲମାନ ଜନସଂଖ୍ୟାର ମାତ୍ର ୧୦% ସଙ୍ଗଠନ ସହ ଯୋଡି଼ ହୋଇଯାନ୍ତି ତାହେଲେ ଦେଶର ସଂଖ୍ୟାଲଘୁ ନିୟନ୍ତ୍ରଣ କରି ଇସଲାମୀୟ ଶାସନ ପ୍ରତିଷ୍ଠା କରିବାରେ ସକ୍ଷମ ହେବ।

ଦସ୍ତାବିଜର ସପ୍ତମ ପୃଷ୍ଠାରେ ଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ ପରିମାଣରେ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଏବଂ ରାଲି ଆୟୋଜନ କରିବା ଯୋଜନା ବାବଦରେ ଲେଖାଯାଇଛି। ଏହା ସହ ଏହା ମଧ୍ୟ ଦର୍ଶାଯାଇଛି ଯେ ସରକାରଙ୍କ ସହ ମୁହାଁମୁହିଁ ସମୟରେ ଆମର ପ୍ରଶିକ୍ଷିତ କ୍ୟାଡର ଉପରେ ନିର୍ଭର କରିବା ବ୍ୟତୀତ ଆମକୁ ବନ୍ଧୁତ୍ୱପୂର୍ଣ୍ଣ ଇସଲାମ ଦେଶର ସାହାଯ୍ୟ ମଧ୍ୟ ନେବା ଆବଶ୍ୟକ। ଗୋଟିଏ କଥା ଧ୍ୟାନ ଦେବା ଉଚିତ ଯେ ବିଗତ ବର୍ଷରେ ବିଶ୍ୱର ବିଭିନ୍ନ ମୁସଲିମ ଦେଶ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ ପାଇଁ ପ୍ରୟାସ କରିଛି।

ଏହି ଘଟଣାରେ ବିହାର ପୋଲିସ ପକ୍ଷରୁ କରାଯାଇଥିବା ପ୍ରାଥମିକ ଅନୁସନ୍ଧାନ ପରେ ଏହା ସ୍ପଷ୍ଟ ହୋଇଛି ଯେ ବିଗତ ୨ ବର୍ଷ ଧରି ଗିରଫ ଅଭିଯୁକ୍ତ ଚରମପନ୍ଥୀ ଇସଲାମୀୟ ସଙ୍ଗଠନ ପିଏଫଆଇ ସହିତ ଜଡିତ ରହିଥିଲେ। ପୋଲିସ ସୂତ୍ର ଅନୁଯାୟୀ ଜଣେ ଗିରଫ ଅଭିଯୁକ୍ତ ଷ୍ଟୁଡେଣ୍ଟ ଇସଲାମିକ ମୁଭମେଣ୍ଟ ଅଫ ଇଣ୍ଡିଆ (Students Islamic Movement of India) ସିମି (SIMI) ନାମକ ନିଷିଦ୍ଦ ଆତଙ୍କବାଦୀ ସଙ୍ଗଠନ (Prohibited Terrorist Organizations) ସହ ଜଡ଼ିତ ରହିଥିଲା। ସେମାନଙ୍କ ନିକଟରୁ ଜବତ ହୋଇଥିବା ଦସ୍ତାବିଜରେ ଏହା ଲେଖା ହୋଇଛି ଯେ ଭାରତ ବର୍ଷକୁ ଏକ ଇସଲାମୀୟ ଦେଶ କରିବାକୁ ରଖାଯାଇଥିବା ଲକ୍ଷ୍ୟ ହାସଲ କରିବା ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି। ଯାହା ସମସ୍ତ ପିଏଫଆଇ ନେତାଙ୍କ ଦ୍ୱାରା ସୃଷ୍ଟି ହୋଇଛି। ଏହି ଲକ୍ଷ୍ୟ ହାସଲ ଦିଗରେ ପିଏଫଆଇ କ୍ୟାଡର ବିଶେଷକରି ମୁସଲମାନ ସମ୍ପ୍ରଦାୟକୁ ମାର୍ଗଦର୍ଶନ ଦେବା ପାଇଁ ପରିକଳ୍ପନା କରାଯାଇଛି।

ଏହି ଘଟଣାରେ ଗିରଫ ହୋଇଥିବା ଅବସରପ୍ରାପ୍ତ ଝାଡ଼ଖଣ୍ଡ ପୋଲିସ ସବ ଇନସପେକ୍ଟର ମହମ୍ମଦ ଜଲାଲୁଦ୍ଦିନ ଘରେ ମାର୍ଶଲ ଆର୍ଟ ଏବଂ ଶାରୀରିକ ଶିକ୍ଷା ନାମରେ ସ୍ଥାନୀୟ ଲୋକଙ୍କୁ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ତଥା ଧାର୍ମିକ ଉନ୍ମଦାତ ବିସ୍ତାର କରିବାକୁ ଉତ୍ସାହିତ କରାଯାଉଥିଲା। ଯାହା ଜବତ ହୋଇଥିବା ଦସ୍ତାବିଜରେ ଉଲ୍ଲେଖ କରାଯାଇଛି। ଏହି ଦସ୍ତାବିଜର ଏକ ପୃଷ୍ଠାରେ ଲେଖା ହୋଇଛି ଯେ ପିଏଫଆଇ ସହିତ ଆମର ସମସ୍ତ ସାମ୍ମୁଖ୍ୟ ସଙ୍ଗଠନ ନୂତନ ସଦସ୍ୟଙ୍କ ନିଯୁକ୍ତି ଉପରେ ଧ୍ୟାନ ଦେବା ଆବଶ୍ୟକ। ଆମେ ଆମର ସଙ୍ଗଠନରେ ସଦସ୍ୟ ନିଯୁକ୍ତି ଏବଂ ତାଲିମ ଦେବା ଆରମ୍ଭ କରିବୁ, ସେମାନଙ୍କୁ ଆକ୍ରମଣ ଏବଂ ପ୍ରତିରକ୍ଷା କୌଶଳ, ଖଣ୍ଡା, ବାଡ଼ି ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ବାବଦରେ ତାଲିମ ଦେବୁ। ସଙ୍ଗଠନରେ  ସରକାରୀ ବିଭାଗରେ ବିଶ୍ୱସ୍ତ ମୁସଲମାନ ନିଯୁକ୍ତି ପାଇଁ ଏକ ଯୋଜନା ମଧ୍ୟ ରହିଛି। ଦସ୍ତାବିଜ ଅନୁଯାୟୀ ପିଏଫଆଇ ଆରଏସଏସ ବିରୋଧରେ ଯୋଜନା କରିଛି। ଆରଏସଏସକୁ କେବଳ ଉଚ୍ଚ ଜାତିର ହିନ୍ଦୁଙ୍କ କଲ୍ୟାଣ ପାଇଁ ଆଗ୍ରହୀ ସଙ୍ଗଠନ ଭାବେ ପ୍ରଦର୍ଶିତ କରି ପଛୁଆ ବର୍ଗ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରିଥିଲା ପିଏଫଆଇ।

Also Read: PFI Conspiracy: ମୁସଲିମ ରାଷ୍ଟ୍ର ଗଠନ ସହ ଏହି ନେତାଙ୍କୁ ହତ୍ୟା କରିବା ଲାଗି ହୋଇଥିଲା ଷଡ଼ଯନ୍ତ୍ର

Also Read: PFI: ୨୦୪୭ ସୁଦ୍ଧା ଦେଶକୁ କରିଥାନ୍ତା ଇସଲାମୀୟ ରାଷ୍ଟ୍ର, ଯୁବକଙ୍କୁ ଦେଉଥିଲେ ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ