ନୂଆଦିଲ୍ଲୀ: ସିଂଘୁ ବର୍ଡର ଠାରେ ଦଳିତ ଯୁବକ ଲଖବୀର ସିଂହଙ୍କ ହତ୍ୟା ଘଟଣାରେ ଜଡିତ ଅଭିଯୁକ୍ତ ନିହଙ୍ଗ ସରବଜିତକୁ ଶନିବାର ସୋନିପକସ୍ଥିତ ଅଦାଲତରେ ହାଜର କରାଯାଇଛି। ଅଭିଯୁକ୍ତଙ୍କ ସହ କ୍ରାଇମ ବ୍ରାଞ୍ଚ ଦଳ କୋର୍ଟରେ ପହଞ୍ଚିଥିଲେ। କୋର୍ଟ ସରବଜିତକୁ ୭ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି। ସେ କୁଣ୍ଡଲି ପୋଲିସ ନିକଟରେ ଆତ୍ମସମର୍ପଣ କରିବା ସମୟରେ ଏଭଳି ଲୋମହର୍ଷଣକରୀ ହତ୍ୟାକାଣ୍ଡ ଭିଆଇଥିବା ନେଇ ସ୍ୱୀକାର କରିଥିଲା।


COMMERCIAL BREAK
SCROLL TO CONTINUE READING

ସିଂଘୁ ବର୍ଡର (Singhu Border) ଠାରେ ଦଳିତ ଯୁବକ ଲଖବୀର ସିଂହଙ୍କ ହତ୍ୟା ମାମଲାରେ (Lakhbir Singh Murder Case) ବିରୋଧ ପ୍ରଦର୍ଶନ ତେଜିବାରେ ଲାଗିଛି। ଶନିବାର ଦେଶର ୧୮ରୁ ଅଧିକ ଦଳିତ ସଙ୍ଗଠନ (Dalit Organisation) ଜାତୀୟ ଅନୁସୂଚିତ ଜାତି ଆୟୋଗ (National Scheduled Cast Commission) ଅଧ୍ୟକ୍ଷ ବିଜୟ ସମ୍ପାଲାଙ୍କୁ (Vijay Sampla) ଭେଟି ଏହି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଏକ ସ୍ମାରକପତ୍ର ଦାଖଲ କରିଛନ୍ତି। 


Also Read: ସିଙ୍ଘୁ ବର୍ଡର ହତ୍ୟା ମାମଲାରେ ଜଡିତ ଅଭିଯୁକ୍ତ ନିହଙ୍ଗ ସରବଜିତ ସିଂହ ଗିରଫ


ଏହା ବ୍ୟତୀତ ସିଂଘୁ ବର୍ଡର ହତ୍ୟାକାଣ୍ଡ ମାମଲାରେ ହରିୟାଣା ସରକାରଙ୍କୁ ଏକ ରିପୋର୍ଟ ଦାଖଲ କରିଛି ସିଆଇଡି। ଏଠାରେ ପ୍ରଦର୍ଶନ କରିବା ପାଇଁ ପ୍ରାୟ ୨୨୫ ନିହାଙ୍ଗ ଶିଖ୍ ଉପସ୍ଥିତ ଅଛନ୍ତି। ସେମାନଙ୍କ ନିକଟରେ ପାରମ୍ପାରିକ ଅସ୍ତ୍ର ରହିଛି। ସେମାନେ ଏଠାକାର ପିକେଟିଂ ସ୍ଥାନର ମୁଖ୍ୟ ମଞ୍ଚରେ ଉପସ୍ଥିତ ଅଛନ୍ତି। ମୃତକ ଲଖବୀର ସିଂଙ୍କ ମୃତଦେହକୁ ତାଙ୍କ ସମ୍ପର୍କୀୟ ପଞ୍ଜାବସ୍ଥିତ ଖେମା ଗ୍ରାମକୁ ନେଇଛନ୍ତି। ୩ ଜଣ ଡାକ୍ତରଙ୍କ ବୋର୍ଡ ତାଙ୍କର ପୋଷ୍ଟମର୍ଟମ କରିଥିଲେ। ପୋଲିସ ସୁରକ୍ଷା ସହିତ ତାଙ୍କର ମୃତଦେହକୁ ଗାଁକୁ ପଠାଯାଇଛି।