Nirav Modi PNB Scam: ନିରବ ମୋଦିଙ୍କୁ ଭାରତ ଆଣିବା ପାଇଁ ରାସ୍ତା ସଫା ହୋଇଛି । ହୀରା ବେପାରୀଙ୍କ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଜାଲିଆତି ଏବଂ ଅର୍ଥ ହେରଫେର ଅଭିଯୋଗର ସମ୍ମୁଖୀନ ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ନିରବ ମୋଦି (Nirav Modi) ନିଜ ପିଟିସନରେ କହିଥିଲେ ଯେ ଭାରତରେ ଜେଲର ଅବସ୍ଥା ଅତ୍ୟନ୍ତ ଖରାପ ଓ ତାଙ୍କ ଜୀବନ ପ୍ରତି ବିପଦ ଥାଇପାରେ । ଏହାର ଜବାବରେ ଭାରତୀୟ ଏଜେନ୍ସିମାନେ ଲଣ୍ଡନ କୋର୍ଟକୁ (UK Court) ଏ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ ଓ କହିଛନ୍ତି ଯେ ନିରବ ମୋଦୀ ଏହାକୁ ଏଡ଼ାଇବା ପାଇଁ କହୁଛନ୍ତି । ବର୍ତ୍ତମାନ ହାଇକୋର୍ଟ ନିରବ ମୋଦିଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ତାଙ୍କୁ ଭାରତ ହସ୍ତାନ୍ତର କରିବାର ନିଷ୍ପତ୍ତି ଅନ୍ୟାୟ ନୁହେଁ କିମ୍ବା ଏହା କୌଣସି ଚାପରେ ନିଆଯାଉ ନାହିଁ।


ପଳାତକ ନିରବ ମୋଦି (Nirav Modi) ମେହୁଲ ଚୋକସିଙ୍କ ସହ ମିଶି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ୧୪୫୦୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ଚଳିତ ବର୍ଷ ଫେବୃଆରୀରେ ବ୍ରିଟେନର ୱେଷ୍ଟମିନିଷ୍ଟର କୋର୍ଟ ଭାରତକୁ ପ୍ରତ୍ୟର୍ପଣ ମଞ୍ଜୁର କରିଥିବା ବେଳେ, ନିରବ ମୋଦୀଙ୍କୁ ଏକ ବଡ ଝଟକା ଲାଗିଛି । ଏହା ପରେ ନିରଭ ମୋଦି ଲଣ୍ଡନ ହାଇକୋର୍ଟରେ ଏକ ଆବେଦନ କରିଥିଲେ । ନିରବ ମୋଦୀ ହାଇକୋର୍ଟଙ୍କୁ କହିଛନ୍ତି ଯେ ଭାରତରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ।


ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ହୋଇଥିବା ଏହି ଠକେଇ ମାମଲା ପ୍ରଥମେ ୨୯ ଜାନୁୟାରୀ ୨୦୧୮ ରେ ରିପୋର୍ଟ କରାଯାଇଥିଲା । ଏହା ପରେ, ୨୯ ଜୁନ୍ ୨୦୧୮ ରେ ଇଣ୍ଟରପୋଲ ଦ୍ୱାରା ନିରବ ମୋଦିଙ୍କ ବିରୋଧରେ ଏକ ରେଡ କର୍ଣ୍ଣର ନୋଟିସ ଜାରି କରାଯାଇଥିଲା । ଏହା ପରେ ଅଗଷ୍ଟ ୨୦୧୮ ରେ ସିବିଆଇ ପ୍ରଥମ ଥର ପାଇଁ ବ୍ରିଟେନ କୋର୍ଟରେ ନିରବ ମୋଦିଙ୍କ ପ୍ରତ୍ୟର୍ପଣ ପାଇଁ ଆବେଦନ କରିଥିଲା ।


ଗତ ମାସରେ ସୁପ୍ରିମକୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଓ ଏନଫୋର୍ସମେଣ୍ଟ ଡିପାର୍ଟମେଣ୍ଟ (ଇଡି) କୁ ଏକ ସପ୍ତାହ ମଧ୍ୟରେ ସାକ୍ଷାତ କରିବାକୁ ଓ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ସମ୍ପର୍କୀୟ ମୟଙ୍କ ମେହେଟ୍ଟାଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଓ ଟଙ୍କା କାରବାର ଉପରେ ଆଲୋଚନା କରିବାକୁ କହିଥିଲେ । ବେଞ୍ଚ କହିଛି ଯେ ଯାଞ୍ଚକାରୀ ସଂସ୍ଥା ମେହେଟ୍ଟାଙ୍କ ତଦନ୍ତରେ ବ୍ୟାଙ୍କ ଆକାଉଣ୍ଟକୁ ନେଇ ଯାହା ପ୍ରମାଣ ପାଇଛି, ତାହା ସିବିଆଇ ସହ ସେୟାର କରାଯିବା ଉଚିତ ।


ଏହା ବି ପଢ଼ନ୍ତୁ: America praised India: ଭାରତକୁ ଭୁରି ଭୁରି ପ୍ରଶଂସା କଲା ଆମେରିକା, ଋଷକୁ ଦେଲା ଏପରି ବାର୍ତ୍ତା...


ଏହା ବି ପଢ଼ନ୍ତୁ: Union Minister Apologise: କେଉଁ ଭୁଲ ପାଇଁ ମଞ୍ଚରୁ ସମସ୍ତଙ୍କୁ କ୍ଷମା ମାଗିଲେ ନୀତିନ ଗଡ଼କରୀ? ମନମୋହନ ସିଂହଙ୍କୁ ନେଇ କହିଲେ ଏହି ବଡ଼ କଥା