Nirmala Sitharaman on Indian rupee: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) କହିଛନ୍ତି ଯେ ଭାରତୀୟ ଟଙ୍କା ହ୍ରାସ ପାଉନାହିଁ, ବରଂ ଆମେରିକୀୟ ଡଲାର (US dollar) ଅଧିକ ଶକ୍ତିଶାଳୀ ହେଉଛି । ସେ କହିଛନ୍ତି ଯେ ଟଙ୍କା ହ୍ରାସ ନହେବା ପାଇଁ ଆରବିଆଇ (RBI) ଯଥାସମ୍ଭବ ଚେଷ୍ଟା କରୁଛି । ସୀତାରମଣ ବର୍ତ୍ତମାନ ସରକାରୀ ଗସ୍ତରେ ଆମେରିକାରେ (America) ଅଛନ୍ତି । ସେ ୱାଶିଂଟନ୍ ଡିସିରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରୁଥିଲେ । ଏହି ସମ୍ମିଳନୀରେ ଜଣେ ସାମ୍ବାଦିକ ତାଙ୍କୁ ଭାରତୀୟ ଟଙ୍କା ବିଷୟରେ ପ୍ରଶ୍ନ କରିଥିଲେ । ସାମ୍ବାଦିକ ପଚାରିଥିଲେ, ଜିଓ-ରାଜନୈତିକ ତିକ୍ତତା ମଧ୍ୟରେ ଟଙ୍କା ମୂଲ୍ୟ ହ୍ରାସ ପାଇଛି । ଆଗାମୀ ଦିନରେ ଟଙ୍କା ପାଇଁ ଆପଣ କେଉଁ ଆହ୍ୱାନଗୁଡିକ ଦେଖୁଛନ୍ତି ଓ ଆପଣ ସେଗୁଡିକୁ କିପରି ମୁକାବିଲା କରିବେ?


COMMERCIAL BREAK
SCROLL TO CONTINUE READING

ସୀତାରମଣ କହିଛନ୍ତି, 'ସର୍ବପ୍ରଥମେ, ମୁଁ ଏହାକୁ ଏପରି ଦେଖୁ ନାହିଁ ଯେ ଟଙ୍କା ହ୍ରାସ ପାଉଛି, କିନ୍ତୁ ଏପରି ଦେଖୁଛି ଯେ ଡଲାର ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି । ଡଲାର ଦ୍ରୁତ ଗତିରେ ମଜବୁତ ହେଉଛି । ତେଣୁ ସ୍ୱାଭାବିକ ଭାବରେ ସେହି ମୁଦ୍ରାଗୁଡ଼ିକ ଦୁର୍ବଳ ହେବ ଯାହା ତୁଳନାରେ ଏହା ଅଧିକ ଶକ୍ତିଶାଳୀ ହେଉଛି । ଅନ୍ୟ ଉଦୀୟମାନ ବଜାର ମୁଦ୍ରା ତୁଳନାରେ ଭାରତୀୟ ଟଙ୍କା ଭଲ ପ୍ରଦର୍ଶନ କରୁଛି । ତେବେ ଟଙ୍କା ହ୍ରାସକୁ ରୋକିବା ପାଇଁ ଆରବିଆଇ ଯଥାସମ୍ଭବ ଚେଷ୍ଟା କରୁଛି ।" କହିରଖୁଛୁ ଯେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା କ୍ରମାଗତ ଭାବେ ହ୍ରାସ ପାଉଛି । ବର୍ତ୍ତମାନ ଗୋଟିଏ ଡଲାରର ମୂଲ୍ୟ ୮୨.୪୨ ଭାରତୀୟ ଟଙ୍କା ସହିତ ସମାନ ସ୍ତରରେ ପହଞ୍ଚିଛି ।



ଏହି ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ କ୍ରିପ୍ଟୋକରେନ୍ସି ବିଷୟରେ ମଧ୍ୟ କହିଛନ୍ତି । ସୀତାରମଣ କହିଛନ୍ତି, “ଆମେ କ୍ରିପ୍ଟୋକ୍ୟୁରେନ୍ସି ସମ୍ବନ୍ଧୀୟ ବିଷୟଗୁଡ଼ିକୁ G20 ଦେଶକୁ ଆଲୋଚନା ପାଇଁ ଆଣିବାକୁ ଚାହୁଁଛୁ, ଯାହାଦ୍ୱାରା ସଦସ୍ୟମାନେ ଏହା ଉପରେ ପ୍ରତିଫଳିତ ହୋଇ ବିଶ୍ୱ ସ୍ତରରେ ଏକ ଢାଞ୍ଚା କିମ୍ବା SOP ରେ ପହଞ୍ଚିବେ । ଦେଶଗୁଡିକ ଏକ ବୈଷୟିକ ଜ୍ଞାନକ କୌଶଳ ନିୟନ୍ତ୍ରିତ ଢାଞ୍ଚା ପାଇପାରିବେ ।" ଏହା ବ୍ୟତୀତ ଅର୍ଥମନ୍ତ୍ରୀ ମଧ୍ୟ ବାଣିଜ୍ୟ ନିଅଣ୍ଟ ବିଷୟରେ କହିଥିଲେ । ସେ କହିଛନ୍ତି “ବାଣିଜ୍ୟରେ ଘାଟା ବୃଦ୍ଧି ପାଉଛି । କିନ୍ତୁ କୌଣସି ଏକ ଦେଶ ବିରୋଧରେ ଏହା ମେଳ ଖାଉ ନାହିଁ ତାହା ଉପରେ ଆମେ ନଜର ରଖିଛୁ ।"


ୱାଶିଂଟନ୍ ଡିସିରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀଙ୍କୁ ମଧ୍ୟ ବିରୋଧୀଙ୍କ ବିରୋଧରେ ଇଡିର ଅପବ୍ୟବହାର ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ସୀତାରମଣ କହିଛନ୍ତି, 'ଇଡି ଯାହା କରେ, ଏହା ସମ୍ପୂର୍ଣ୍ଣ ସ୍ୱାଧୀନ ଅଟେ । ସେ ନିଜେ ନିଷ୍ପତ୍ତି ନେବାକୁ ସମ୍ପୂର୍ଣ୍ଣ ମୁକ୍ତ ଅଟନ୍ତି । ଏହା ଏକ ଏଜେନ୍ସି ଯାହା ପୂର୍ବ ଅପରାଧ ଅନୁସରଣ କରେ ।'


ଏହା ବି ପଢ଼ନ୍ତୁ: Monkeys: ଏହି ଗାଁରେ ୩୨ ଏକର ଜମିର ମାଲିକ ଅଟନ୍ତି ମାଙ୍କଡ, ଲୋକମାନେ ମଧ୍ୟ ଦିଅନ୍ତି ବିଶେଷ ସମ୍ମାନ