ପାଟନା: ବିହାର (Bihar) ମୁଖ୍ୟମନ୍ତ୍ରୀ (Chief Minister) ନୀତିଶ କୁମାର (Nitish Kumar) ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ ମଧ୍ୟ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ମୁଖ୍ୟମନ୍ତ୍ରୀ ସହଯୋଗୀ ମନ୍ତ୍ରୀ ଓ ଅନ୍ୟ ପଦାଧିକାରୀଙ୍କ ସହିତ ଛଠ (Chhat Puja) ଘାଟର ନୀରିକ୍ଷଣ କରୁଥିଲେ। ମିଳିଥିବା ଖବର ଅନୁଯାୟୀ ମୁଖ୍ୟମନ୍ତ୍ରୀ (Chief Minister) ବୋଟ (Boat) ସହାୟତାରେ ନୀରିକ୍ଷଣ କରୁଥିବା ବେଳେ ଜେପି ବ୍ରିଜର ଏକ ପିଲରରେ ତାଙ୍କ ବୋଟ ପିଟି ହୋଇଯାଇଥିଲା। ଏହି ଦୁର୍ଘଟଣା ପରେ ତାଙ୍କ ବୋଟର (Boat) କ୍ଷତିଗ୍ରସ୍ତ ହୋଇଥିଲା। କିନ୍ତୁ ଅଳ୍ପକେ ସମସ୍ତ ବ୍ୟକ୍ତିବିଶେଷ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ। ମୁଖ୍ୟମନ୍ତ୍ରୀ (Chief Minister) ଓ ଅନ୍ୟ ଅଧିକାରୀ ବୃନ୍ଦଙ୍କୁ ଅନ୍ୟ ଏକ ଷ୍ଟିମର ସାହାଯ୍ୟରେ ଉଦ୍ଧାର କରାଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କ ବୋଟ ସହିତ ଅନ୍ୟ ଏକ ଷ୍ଟିମର ମଧ୍ୟ ଯାଇଥିଲା। ସେଠାରୁ ଉଦ୍ଧାର ହେବା ପରେ ସଡ଼କ ପଥ ଦେଇ ମୁଖ୍ୟମନ୍ତ୍ରୀ ଆବାସକୁ ଫେରିଥିଲେ ନୀତିଶ କୁମାର। 


COMMERCIAL BREAK
SCROLL TO CONTINUE READING

ଛଟ ପୂଜା ପୂର୍ବରୁ ଗଙ୍ଗା ନଦୀରେ ବନ୍ୟା ଆସିଥିବାରୁ ସେଠାରେ ପୂଜାର୍ଚ୍ଚନା କରିବା କଷ୍ଟସାଧ୍ୟ ହୋଇ ପଡ଼ିଛି। ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ ଛଟ ପୂଜା ପାଇଁ ବିକଳ୍ପ ସ୍ଥାନ ଖୋଜା ଯାଉଛି। ଏହାକୁ ଦୃଷ୍ଟିରେ ରଖି ନୀତିଶ କୁମାର ଛଟ ପୂଜା ପାଇଁ ଘାଟର ନୀରିକ୍ଷଣ ପାଇଁ ଉକ୍ତ ସ୍ଥାନକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀ ଷ୍ଟିମରରେ ବସି ଗଙ୍ଗା ନଦୀ ଘାଟର ନୀରିକ୍ଷଣ କରିବାକୁ ବାହାରିଥିଲେ। ତେବେ ଏହି ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା। 


ତେବେ ଏହି ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା କି ଲୋକମାନଙ୍କ ଆସ୍ଥାର ମହାପର୍ବ ଛଟ ପାଳନ ପାଇଁ ଘାଟର ନୀରିକ୍ଷଣ ପାଇଁ ବାହାରିଥିଲେ। ଦାନାପୁର ଅଞ୍ଚଳର ନାସିରଗଞ୍ଜରୁ ପାଟନା ସିଟିର ଗାୟଘାଟ ପର୍ଯ୍ୟନ୍ତ ଷ୍ଟିମର ବସି ବାହାରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ସଫେଇ, ସୁରକ୍ଷା ଓ ସ୍ୱଚ୍ଛତା ସମ୍ପର୍କରେ ପଦାଧିକାରୀମାନଙ୍କୁ ଏକାଧିକ ନିର୍ଦ୍ଦେଶ  ଦିଆଯାଇଛି। ଏହି ପର୍ବ ପାଳନରେ ଯେପରି ରାଜ୍ୟବାସୀଙ୍କ ସମସ୍ୟା ସୃଷ୍ଟି ନ ହୁଏ ସେଥିପ୍ରତି ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। 


ସୁରକ୍ଷା ଏବଂ ଟ୍ରାଫିକ୍ ପାଇଁ ଆବଶ୍ୟକ ବ୍ୟାରିକେଡିଂ ମଧ୍ୟ କରାଯିବ। ଘାଟଗୁଡିକର ପ୍ରବେଶ ରାସ୍ତା ମରାମତି କରାଯିବା ଉଚିତ। ଗଙ୍ଗା ନଦୀର ଜଳ ସ୍ତର ଏବଂ ପ୍ରବାହକୁ ଦୃଷ୍ଟିରେ ରଖି ଛାଟ ଘାଟରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୀରିକ୍ଷଣ ସମୟରେ କଲାୱେ ଜଳ ସମ୍ପଦ ମନ୍ତ୍ରୀ ସଞ୍ଜୟ କୁମାର ଝା, ମୁଖ୍ୟ ଶାସନ ସଚିବ ଦୀପକ କୁମାର, ମୁଖ୍ୟ ଶାସନ ସଚିବ ଆମୀର ସୁଭାନୀଙ୍କ ସମେତ ଅନେକ ଅଧିକାରୀ ଉପସ୍ଥିତ ଥିଲେ।


ଅଧିକ ପଢନ୍ତୁ: ପାକିସ୍ତାନ ଉପରେ ବର୍ଷିଲା ଆମେରିକା, ବାଇଡେନ କହିଲେ ପାକିସ୍ତାନ ଗୋଟିଏ ଖତରନାକ ରାଷ୍ଟ୍ର


ଅଧିକ ପଢନ୍ତୁ: ଭେଙ୍ଗା ବାବାଙ୍କ ଭବିଷ୍ୟବାଣୀ, ମାଡ଼ି ଆସିବ ବଡ଼ ବିପତ୍ତି, ଆସନ୍ତା ବର୍ଷ ଦେଶରେ ତାଣ୍ଡବ ରଚିବ ତାପମାତ୍ରା !