ଫ୍ଲପ୍ ଟ୍ୟାଗକୁ ଭୟ: ଆସନ୍ତାକାଲି ଏହି ଦୁଇ ରାଜ୍ୟରେ ହେବନି ଚକାଜାମ୍
ଆସନ୍ତାକାଲି ଦେଶବ୍ୟାପି ଚକାଜାମ୍ ଘୋଷଣା କରାଯାଇଥିବା ବେଳେ ମାତ୍ର ଦୁଇଟି ରାଜ୍ୟରେ ଏହି ଚକାଜାମ ବିରୋଧ କରାଯିବ ନାହିଁ । ଆଉ ଏହି ସୂଚନା ଦେଇଛନ୍ତି କୃଷକ ନେତା ରାକେଶ ଟିକେତ୍ ।
ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ନେଇ ଜୋରଦାର ଚାଲିଛି କୃଷକଙ୍କ ଆନ୍ଦୋଳନ । ନିଜ ଜିଦରେ ନଛୋଡ଼ ବନ୍ଧା ଥିବା କୃଷକ ଓ ଅନ୍ୟପଟେ ସରକାର ନିଜ ନିଜ ନିଷ୍ପତ୍ତିରେ ଓହରିବାକୁ ନାରାଜ । ବାରମ୍ବାର ବୈଠକ ହେଉଛି ତାହା ବି ଫେଲ ମାରୁଛି । ତେବେ ଏହାରି ମଧ୍ୟରେ ପୁଣି ବିରୋଧକୁ ନେଇ ଆଉ ପାଦେ ଆଗକୁ ବଢିଛି କୃଷକ ସଂଗଠନ। ଆସନ୍ତାକାଲି ଦେଶବ୍ୟାପି ଚକାଜାମ୍ ଘୋଷଣା କରାଯାଇଥିବା ବେଳେ ମାତ୍ର ଦୁଇଟି ରାଜ୍ୟରେ ଏହି ଚକାଜାମ ବିରୋଧ କରାଯିବ ନାହିଁ । ଆଉ ଏହି ସୂଚନା ଦେଇଛନ୍ତି କୃଷକ ନେତା ରାକେଶ ଟିକେତ୍ ।
ନୂଆ କୃଷି ଆଇନ (New agri law) ବିରୁଦ୍ଧରେ କୃଷକ ମାନେ ଆସନ୍ତାକାଲି ଦେଶବ୍ୟାପୀ ଚକାଜାମ୍ (Chakka Jam) ଘୋଷଣା କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ (Delhi Police) ମଧ୍ୟ ବ୍ୟାପକ ପ୍ରସ୍ତୁତି କରିବାରେ ଲାଗି ପଡ଼ିଛି । ଫେବୃଆରୀ ୬ ଅର୍ଥାତ୍ ଆସନ୍ତାକାଲି ଉତ୍ତର ପ୍ରଦେଶ (UttarPradesh) ଏବଂ ଉତ୍ତରାଖଣ୍ଡ (Uttarakhand)ରେ ଏହି ଚକାଜାମ୍ କରାଯିବ ନାହିଁ ବୋଲି ରାକେଶ ଟିକେତ୍ କହିଛନ୍ତି । ତେବେ ଏନେଇ ସେ କାହିଁକି ଏମିତି ବିବୃତ୍ତି ଦେଇଛନ୍ତି ସେ ବିଷୟରେ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଜାନୁଆରୀ ୨୬ ରେ ଦିଲ୍ଲୀରେ ବ୍ୟାପକ ହିଂସା ଏବଂ ସରକାରଙ୍କ ଉଦାସୀନ ମନୋଭାବ ଯୋଗୁଁ କୃଷକ ନେତାମାନେ ଏହି ଚକାଜାମକୁ ବହୁମାତ୍ରାରେ ସଫଳ କରିବାକୁ ଉଦ୍ୟମ ଜାରିରଖିବେ । ତେଣୁ ଫ୍ଲପ୍ ହେବାର ଟ୍ୟାଗକୁ ଏଡାଇବା ପାଇଁ ବିଜେପି ଶାସିତ ଏହି ଦୁଇଟି ରାଜ୍ୟରେ ଚକାଜାମର ଆହ୍ୱାନକୁ ପ୍ରତ୍ୟାହାର କରାଯାଇଛି।
Also Read:କୃଷକ ଆନ୍ଦୋଳନ ସମସ୍ୟାର ସମାଧାନ କରିବେ ପ୍ରଧାନମନ୍ତ୍ରୀ ମୋଦି !
ସେପଟେ କୃଷକ ନେତା ରାକେଶ ଟିକେତ (Rakesh Tikait) ଏକଥା କହିଛନ୍ତି ଯେ, ଯେଉଁ ସମର୍ଥକ ମାନେ ଏଠାକୁ ଆସିପାରିବେ ନାହିଁ ସେମାନେ ନିଜ ନିଜ ସ୍ଥାନରେ ରହି ଚକାଜାମକୁ ଶାନ୍ତିପୂର୍ଣ୍ଣ ଭାବେ କରିବାକୁ ଆହ୍ୱାନ ଦେଇଛନ୍ତି । ଏହାପୂର୍ବରୁ ସମ୍ପୃକ୍ତ କିସାନ୍ ମୋର୍ଚ୍ଚା ବଲବୀର ସିଂ ରାଜୱାଲ କହିଥିଲେ ଯେ, ଫେବୃଆରୀ ୬ ରେ ସାରା ଦେଶରେ ଆନ୍ଦୋଳନ କରାଯିବ ତେବେ କୃଷକମାନେ ମଧ୍ୟ ମଧ୍ୟାହ୍ଣ ୧୨ ଟାରୁ ୩ ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିବେ।
Also Read: ରାଜ୍ୟସଭାରେ କୃଷି ମନ୍ତ୍ରୀ ଦେଲେ ସାଙ୍ଘାତିକ ତଥ୍ୟ
ଅନ୍ୟପକ୍ଷରେ, ଜାନୁଆରୀ ୨୬ ହିଂସା ଠାରୁ ଦିଲ୍ଲୀ ପୋଲିସ (Delhi Police) ପ୍ରତିଟି ସ୍ଥିତି ଉପରେ ଅଧିକ ଧ୍ୟାନ ଦେଉଛି । ଫେବୃଆରୀ ୬ର ଚକାଜାମ (Chakka Jam) କୁ ଦୃଷ୍ଟିରେ ରଖି ସମସ୍ତ ସମ୍ବେଦନଶୀଳ ସ୍ଥାନ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି ବୋଲି ଦିଲ୍ଲୀ ପୋଲିସ ଡିସିପି ଚିନ୍ମୟ ବିଶ୍ୱାଲ କହିଛନ୍ତି । ୨୬ ଜାନୁଆରୀରେ ଯେଉଁଭଳି ହିଂସା ଘଟିଥିଲା, ସେଥିପାଇଁ ଅଧିକ ସତର୍କତା ଅବଲମ୍ବନ କରାଯାଉଛି । ଏ ବାବଦରେ ଦିଲ୍ଲୀ ପୋଲିସ ମଧ୍ୟ ପଡୋଶୀ ରାଜ୍ୟ ପୋଲିସ ସହ ଯୋଗାଯୋଗରେ ଅଛି ।
Also Read: ରାଜସ୍ଥାନରେ ଆଜି ଶକ୍ତି ପ୍ରଦର୍ଶନ କରିବେ ସଚିନ
ସେପଟେ ସଂସଦରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର (Narendra Singh Tomar) କହିଛନ୍ତି ଯେ, କୃଷି ଆଇନରେ କଳା ଶବ୍ଦର ବ୍ୟବହାରକୁ ନେଇ ବିପକ୍ଷବାଦୀ ସ୍ପଷ୍ଟ କରନ୍ତୁ ।