କୃଷକ ଆନ୍ଦୋଳନ ସମସ୍ୟାର ସମାଧାନ କରିବେ ପ୍ରଧାନମନ୍ତ୍ରୀ ମୋଦି !
Advertisement
Article Detail0/zeeodisha/odisha842695

କୃଷକ ଆନ୍ଦୋଳନ ସମସ୍ୟାର ସମାଧାନ କରିବେ ପ୍ରଧାନମନ୍ତ୍ରୀ ମୋଦି !

ଆନ୍ଦୋଳନକୁ ବନ୍ଦ କରିବା ଦିଗରେ ଅନେକ ଥର ବୈଠକ ବସିଥିଲେ ସୁଦ୍ଧା ତାହା ସବୁ ଫେଲ ମାରିଛି । ସମସ୍ୟାର ସମାଧାନ ବାହାରିବା ବଦଳେ ସମସ୍ୟା ବଢିବାରେ ଲାଗିଛି ।

କୃଷକ ଆନ୍ଦୋଳନ ସମସ୍ୟାର ସମାଧାନ କରିବେ ପ୍ରଧାନମନ୍ତ୍ରୀ ମୋଦି !

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୁଦ୍ଧରେ, ଗତ ୭୨ ଦିନ ଧରି ଦିଲ୍ଲୀ ସୀମାରେ ଥିବା କୃଷକଙ୍କ ଆନ୍ଦୋଳନ ଥମିବା ବଦଳରେ ବଢିବାରେ ଲାଗିଛି । ଆନ୍ଦୋଳନକୁ ବନ୍ଦ କରିବା ଦିଗରେ ଅନେକ ଥର ବୈଠକ ବସିଥିଲେ ସୁଦ୍ଧା ତାହା ସବୁ ଫେଲ ମାରିଛି । ସମସ୍ୟାର ସମାଧାନ ବାହାରିବା ବଦଳେ ସମସ୍ୟା ବଢିବାରେ ଲାଗିଛି । ତେବେ ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ସମସ୍ୟାର ସମାଧାନ ଖୋଜିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି । ସଂସଦ ଗୃହରେ କ୍ୟାବିନେଟ ମନ୍ତ୍ରୀଙ୍କ ସହ ବୈଠକ କରିଥିବା ନେଇ ସୂଚନା ରହିଛି ।

ସୂଚନା ମୁତାବକ, ଏହି ବୈଠକ (Meeting) ରେ କେନ୍ଦ୍ର ଗୃହମନ୍ତ୍ରୀ (Home Minister) ଅମିତ ଶାହ (Amit Shah) , ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର (Prakash Javadekar) ଓ ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ (Pralhad Joshi) ପ୍ରମୁଖ ଉପସ୍ଥିତ ରହିଥିଲେ । କୃଷକ ଆନ୍ଦୋଳନ ଯୋଗୁଁ ସଂସଦ କାର୍ଯ୍ୟରେ ବାଧା ଉପୁଜୁଛି । ଯେଉଁଥିପାଇଁ ସରକାର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିପାରିବେ ନାହିଁ କିମ୍ବା ବିଲ୍ ପାସ୍ କରିପାରିବେ ନାହିଁ। ସେପଟେ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Pm Narendra Modi) ସୋମବାର ଏହି ପ୍ରସଙ୍ଗରେ ରାଜ୍ୟସଭା (Rajya Sabha) ରେ ଜବାବ ଦେବା କାର୍ଯ୍ୟକ୍ରମ ରହିଛି ।

Also Read: ପୁଣି ମୁହାଁମୁହିଁ BJP-TMC:ନଡ୍ଡାଙ୍କ ରଥଯାତ୍ରାକୁ ଅନୁମତି ଦେଉନାହିଁ କୋଲକାତା ପୋଲିସ

ଖବରନୁଯାୟୀ,  ପଞ୍ଜାବ (Punjab), ହରିୟାଣା (Hariyana) ଏବଂ ୟୁପି (UttarPradesh) ରୁ ଆସିଥିବା କୃଷକମାନେ ଟିକରି, ସିଂଘୁ (Singu) ଏବଂ ଗାଜିପୁର ସୀମାରେ ସରକାରଙ୍କ ତିନି ନୂଆ କୃଷି ବିଲକୁ ଜୋରଦାର ବିରୋଧ କରିଛନ୍ତି । ଏହି ପ୍ରସଙ୍ଗରେ କୃଷକମାନେ ୨୬ ଜାନୁଆରୀରେ ଦିଲ୍ଲୀରେ ଏକ ଟ୍ରାକ୍ଟର ପରେଡ କରିଥିଲେ । ଯେଉଁଥିରେ ବ୍ୟାପକ ହିଂସା ପରେ ରାକେଶ ଟିକେତ (Rakesh Tikait) ଏବଂ ଅନ୍ୟ କୃଷକ ନେତାଙ୍କ ବିରୋଧରେ UAPA ସହ ଅନ୍ୟାନ୍ୟ ମାମଲାରେ ମକଦ୍ଦମା ଦାୟର କରାଯାଇଛି।

Also Read: ମୁମ୍ବାଇର ମାନଖୁର୍ଦ୍ଦ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ: ଘଟଣାସ୍ଥଳରେ ୧୫ ଦମକଳଗାଡ଼ି

ସେହିପରି ଦେଶରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଦେଶବ୍ୟାପୀ ଚକାଜାମର ୧୨ ଘଣ୍ଟା ପୂର୍ବରୁ, କୃଷକ ନେତା ରାକେଶ ଟିକାୟତ ୟୁପି ଏବଂ ଉତ୍ତରାଖଣ୍ଡ (Uttarakhand) ରେ ଚକା ଜାମ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି ।