ଜସ୍ମିନରେଖା ମହନ୍ତ, ନୂଆଦିଲ୍ଲୀ: ବିଶ୍ୱରେ ମହାମାରୀ କୋରୋନାର ପ୍ରକୋପ କମିଛି। କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣକୁ ଆସିନାହିଁ। ଏହି ସମୟରେ ବିଶ୍ୱବାସୀଙ୍କ ଭରଷା କୋରୋନା ଟିକା ଉପରେ ରହିଛି। ବିଭିନ୍ନ ଦେଶରେ ଟିକା ପରୀକ୍ଷଣ ସରିଥିବା ବେଳେ ଭାରତରେ ଶେଷ ପର୍ଯ୍ୟୟ ଟ୍ରାଏଲ ଚାଲିଛି। ତେବେ ବିଦେଶୀ ଟିକାକୁ ସଂରକ୍ଷଣ କରି ରଖିବା ଦେଶରେ ଏକ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।


COMMERCIAL BREAK
SCROLL TO CONTINUE READING

ଦେଶରେ ସ୍ୱଦେଶୀ କୋରୋନା ଟିକା (Corona Vaccine) ଏଯାଏଁ ପ୍ରସ୍ତୁତ ହୋଇନାହିଁ। ଏହି ସମୟରେ ଭାରତୀୟଙ୍କ ପାଇଁ ଏକ ମାତ୍ର ଭରଷା ବିଦେଶୀ ଟିକା। ଆଉ ଭାରତକୁ ଟିକା ଯୋଗାଇବାକୁ ବିଦେଶୀ କମ୍ପାନୀ ଗୁଡିକ ବି ଆଗ୍ରହ ଦେଖାଉଛନ୍ତି। କିନ୍ତୁ ସବୁଠୁ ବଡ ସମସ୍ୟା ହେଉଛି ଭାରତରେ ସେଗୁଡିକୁ ସଂରକ୍ଷଣ କରି ରଖିବା। କାରଣ ବିଦେଶୀ ଟିକାକୁ ରଖିବା ପାଇଁ ଯେଉଁ ଭଳି ଭିତ୍ତିଭୂମି ଆବଶ୍ୟକ ତାହା ଏଠାରେ ନାହିଁ।


Also Read: ଦିଲ୍ଲୀ ଓ ହାଇଦ୍ରାବାଦ ଏୟାରପୋର୍ଟରେ ଟିକା ସଂରକ୍ଷଣ କେନ୍ଦ୍ର ନିର୍ମାଣ ଶେଷ


ଦେଶରେ ଏବେ ୩ ଟିକାର ଟ୍ରାଏଲ ଜାରି ରହିଛି। ଯୋଜନା ସଫଳ ହେଲେ ଆସନ୍ତାବର୍ଷ ଆରମ୍ଭରୁ ଦେଶକୁ ୨ରୁ ୩ଟି ଟିକା ମିଳିଯିବ। ଏନେଇ କମ୍ପାନୀ ଓ ସରକାରଙ୍କ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ଫାଇଜର (Pfizer), କୋଭାକ୍ସିନ (covaxin), କୋଭିସିଲ୍ଡ,, ସ୍ଫୁଟନିକ ଭଳି ଟିକା ଭାରତରେ ଯୋଗାଣ ପାଇଁ ପ୍ରସ୍ତୁତ ଅଛନ୍ତି। ଦେଶକୁ ଏହି ସବୁ ଟିକା ମିଳିବା ସହଜ ହେବ କିନ୍ତୁ ଟୀକା ସଂରକ୍ଷଣ ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିବ।


Also Read: ବିଜ୍ଞାନ ଉପରେ ଭାରି ପଡିଲା କୋରୋନା


ଫାଇଜର ପାଇଁ ମାଇନସ ୭୦ ଡିଗ୍ରୀ, ମାଡର୍ଣ୍ଣା (moderna) ପାଇଁ ମାଇନସ ୨୦ ଡିଗ୍ରୀ, କୋଭିସିଲ୍ଡ, ସ୍ପୁଟନିକ ଓ କୋଭାକ୍ସିନ ପାଇଁ ୨ରୁ ୮ ଡିଗ୍ରୀ ତାପମାତ୍ରା ଜରୁରୀ। ତେବେ ଫାଇଜରକୁ ସଂରକ୍ଷିତ ରଖିବା ପାଇଁ ଭାରତରେ ସେଭଳ କୌଣସି ଫ୍ରିଜର (freezer) ନାହିଁ। ଯାହା କମ୍ପାନୀ ଗୁଡିକୁ ଅଡୁଆରେ ପକାଇଛି। ସେପଟେ ଟିକା ବଣ୍ଟନ ପାଇଁ ଯୁଦ୍ଧକାଳୀନ ଭିତିରେ ସରକାର ପ୍ରସ୍ତୁତି ଜାରି ରଖିଛନ୍ତି।


Also Read: ଭାରତରେ ଫେଲ୍ ମାରିବ ଫାଇଜର: AIIMS


ଦିଲ୍ଲୀ ଓ ହାଇଦ୍ରାବାଦ ଏୟାରପୋର୍ଟରେ ଟିକା ରଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ଦିଲ୍ଲୀ ଏୟାରପୋର୍ଟରୁ ଦେଶର ସବୁ ସ୍ଥାନକୁ କୋରୋନା ଟିକା ବଣ୍ଟନ ହେବ। ଏଥିପାଇଁ କାର୍ଗୋ ଟର୍ମିନାଲରେ ସ୍ୱତନ୍ତ୍ର ଶୀତଳ ଭଣ୍ଡାର ନିର୍ମାଣ ହୋଇଛି। ଯାହାର ଚାମ୍ପରରେ ଇମ୍ପୋର୍ଟ ପେରିସିବଲ ମାଇନସ 20 ଡିଗ୍ରୀ ତାପମାତ୍ରା ରହିବ।