ବିଜ୍ଞାନ ଉପରେ ଭାରି ପଡିଲା କୋରୋନା
Advertisement
Article Detail0/zeeodisha/odisha801653

ବିଜ୍ଞାନ ଉପରେ ଭାରି ପଡିଲା କୋରୋନା

ଆସନ୍ତାବର୍ଷ ଡିସେମ୍ବରରେ ଗଗନଯାନ ମିଶନରେ ପ୍ରଥମ ଥର ପାଇଁ ମଣିଷକୁ ମହାକାଶକୁ ପଠାଇବା ପାଇଁ ଯୋଜନା କରାଯାଇଥିଲା। 

ଇସ୍ରୋର ଗଗନଯାନ

ନୂଆଦିଲ୍ଲୀ: ମହାମାରୀ କୋରୋନା ସଂକ୍ରମଣ ଯୋଗୁଁ ସାରା ବିଶ୍ୱରେ ଅନେକ ବଡ କାର୍ଯ୍ୟକ୍ରମ ସ୍ଥଗିତ ରଖାଗଲା। ଉତ୍ପାଦନ ଶିଳ୍ପ, ବ୍ୟବସାୟ, ଅଫିସ କାର୍ଯ୍ୟ ସବୁ ଭାବିତ ହେଲା। ଏହି ସମୟରେ କୋରୋନା ବିଜ୍ଞାନ ଉପରେ ମଧ୍ୟ ଭାରି ପଡିଛି। ଯାହାର ପ୍ରଭାବ ଏବେ ISROର ଆଗାମୀ ଅଭିଯାନ ଉପରେ ଦେଖିବାକୁ ମିଳିଛି।

କୋରୋନା (corona) ର ପ୍ରତିକୂଳ ପ୍ରଭାବ ଯୋଗୁଁ ଭାରତର ଗଗନଯାନ (Gaganyaan) ମିଶନ ବର୍ଷେ ବିଳମ୍ବ ହେବ। ଯାହାର ସୂଚନା ଖୋଦ ଭାରତୀୟ ସୂଚନା ଅନୁସନ୍ଧାନ ସଂଗଠନ (ISRO) ଦ୍ୱାରା ଦିଆଯାଇଛି। ପ୍ରଥମ ଥର ପାଇଁ ମନୁଷ୍ୟକୁ ମହାକାଶ (space mission) ପଠାଇବା ପୂର୍ବରୁ ଗଗନଯାନ ମିଶନ ମାଧ୍ୟମରେ ଦୁଇଟି ମାନବବିହୀନ ମିଶନ କରିବାକୁ ଇସ୍ରୋ ଯୋଜନା କରିଛି। ପ୍ରଥମଟି ଚଳିତ ମାସରେ ହେବାକୁ ଥିବା ବେଳେ ଅନ୍ୟଟି ଆସନ୍ତାବର୍ଷ ଜୁନରେ ମହାକାଶକୁ ପଠାଇବା ପାଇଁ ଯୋଜନା କରାଯାଇଥିଲା।

Also Read: ପୁଣି ରେକର୍ଡ ରଚିଲା ଇସ୍ରୋ, ଅନ୍ତରୀକ୍ଷକୁ ପଠାଇଲା ୧୦ ଉପଗ୍ରହ

ଏହି ୨ଟି ମିଶନ ପରେ ଆସନ୍ତାବର୍ଷ ଡିସେମ୍ବରରେ ଗଗନଯାନ ମିଶନରେ ପ୍ରଥମ ଥର ପାଇଁ ମଣିଷକୁ ମହାକାଶକୁ ପଠାଇବା ପାଇଁ ଯୋଜନା କରାଯାଇଥିଲା। କିନ୍ତୁ ଏହା ସଫଳତାକୁ ନେଇ ସନ୍ଦେହ ଯାତ ହୋଇଛି। କାରଣ ଲକଡାଉନ ସମୟରେ ଇସ୍ରୋ କର୍ମଚାରୀମାନେ ଘରୁ କାମ କରୁଥିଲେ। ସେମାନଙ୍କ ମଧ୍ୟରୁଅନେକ ସଂକ୍ରମିତ ମଧ୍ୟ ହୋଇଥିଲେ। ସେପଟେ, କୋରୋନା ସଂକ୍ରମଣର ପ୍ରଭାବ ଯୋଗୁଁ ଗଗନଯାନ ମିଶନ ବର୍ଷେ ବିଳମ୍ବ ହୋଇପାରେ ବୋଲି ISRO chairman K Sivan କହିଛନ୍ତି। 

Also Read: ଇସ୍ରୋ ସହ ଏମଓୟୁ ସ୍ୱାକ୍ଷରିତ କଲା ଭିଶୁଟ, ଗୌରବାନ୍ୱିତ ସମ୍ବଲପୁର

ଗଗନଯାନ ମିଶନର ସମ୍ଭାବ୍ୟ ସମୟ ସୀମାକୁ ନେଇ ISRO ଚେୟାରମ୍ୟାନ୍ କହିଛନ୍ତି ଯେ, ଦୁଇଟି ପ୍ରସ୍ତାବିତ ମାନବବିହୀନ ମିଶନ ମଧ୍ୟରୁ ପ୍ରଥମଟିକୁ ଆସନ୍ତାବର୍ଷ ଶେଷ ସୁଦ୍ଧା ଲଞ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗଗନଯାନ ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ ହେଉଛି ପୃଥିବୀର ନିମ୍ନ କକ୍ଷପଥରେ ମଣିଷ ପଠାଇବା। ଏଥିରେ ତିନିଜଣ ମହାକାଶଚାରୀଙ୍କୁ କକ୍ଷପଥକୁ ପଠାଯିବ। ଏଥିପାଇଁ GSLV Mk-3କୁ ଚିହ୍ନଟ କରାଯାଇଛି। ଏହା ବ୍ୟତୀତ ଚନ୍ଦ୍ରୟାନ-୩ (chandrayaan3) ମିଶନ ଉପରେ ମଧ୍ୟ କାର୍ଯ୍ୟ ଚାଲିଛି।  ଯେଉଁଥିରେ 'ଲ୍ୟାଣ୍ଡର' ଏବଂ 'ରୋଭର' ରହିବ ବୋଲି ସେ କହିଛନ୍ତି।