AIIMS: ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ହସ୍ପିଟାଲ (Hospital) କୁହାଯାଉଥିବା AIIMS ରେ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ନୂତନ ନିର୍ଦ୍ଦେଶକଙ୍କ (New Director) ନିଯୁକ୍ତି ପରେ ଏହି ଚାପକୁ ହ୍ରାସ କରିବା ପାଇଁ ଅନେକ ଉଦ୍ୟମ କରାଯାଉଛି। ଏହି ଦିଗରେ ଶନିବାର AIIMSରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ଯୋଗଦେବା ପାଇଁ ଦିଲ୍ଲୀର ସରକାରୀ (Delhi Government) ଡାକ୍ତରଖାନାର ମେଡିକାଲ୍ ଅଧୀକ୍ଷକଙ୍କୁ (Medical Superintendent) ଏକ ନିବେଦନ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ଏହି ବୈଠକରେ ରୋଗୀଙ୍କୁ ରେଫର୍ କରିବା ପାଇଁ ଏକ ମେକାନିଜିମ (Hospital Mechanism) ଉପରେ ଆଲୋଚନା କରାଯିବା ନେଇ ଜଣାପଡ଼ିଛି। ଯଦି ଏଥିରେ ସମସ୍ତଙ୍କ ସହ ସହଯୋଗ ରହୁଛି ତେବେ ଆଗାମୀ ଦିନରେ ରୋଗୀମାନେ ସହଜରେ AIIMS କୁ ସ୍ଥାନାନ୍ତର ହୋଇ ପାରିବେ ନାହିଁ। ଯେତେବେଳେ ରୋଗୀ ସେହି ମେକାନିଜିମରେ ଫିଟ ରହିବ ତେବେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ଧରିନେବାକୁ ହେବ। 


AIIMSର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିବା ଏମ ଶ୍ରୀନିବାସ ଦିଲ୍ଲୀର ସମସ୍ତ ଡାକ୍ତରଖାନାର ଡାକ୍ତରୀ ଅଧୀକ୍ଷକଙ୍କୁ ଏକ ଚିଠି ଲେଖିଛନ୍ତି। କୁହାଯାଇଛି ଯେ ବର୍ତ୍ତମାନ AIIMS ର ଜରୁରୀକାଳୀନ ପରିସ୍ଥିତିରେ ଦୈନିକ ୬ ଶହ ରୋଗୀଙ୍କୁ ଦେଖାଯାଏ। ଏଥିରେ ଉଭୟ ଗମ୍ଭୀର ଏବଂ ବହୁତ ଗମ୍ଭୀର ରୋଗୀ ଅଛନ୍ତି। ଏହା ବ୍ୟତୀତ AIIMS ଦିଲ୍ଲୀର ସରକାରୀ ଡାକ୍ତରଖାନାରୁ ରେଫର୍ ହୋଇଥିବା ରୋଗୀମାନଙ୍କର ମଧ୍ୟ ଯତ୍ନ ନେଉଛି।ତେବେ ଅନ୍ୟ ଡାକ୍ତରଖାନାରେ ବେଡ଼ର ସମସ୍ୟା କିମ୍ବା ଉପଯୁକ୍ତ ବ୍ୟବସ୍ଥାର ଅଭାବ କାରଣରୁ ଏହାକୁ ରେଫର କରାଯାଉଥିବା ଜଣାପଡ଼ିଛି। 


ଆହୁରି ମଧ୍ୟ ଦେଖାଯାଇଛି ଯେ ଦିଲ୍ଲୀ କିମ୍ବା ଦିଲ୍ଲୀ ନିକଟବର୍ତ୍ତୀ ଅଞ୍ଚଳରେ ଚିକିତ୍ସା କରିବା ପାଇଁ ଯଦି କୌଣସି ଚିକିତ୍ସାର ସୁବିଧା ନାହିଁ ତାହାଙ୍କୁ ତୁରନ୍ତ ଏମସକୁ ରେଫର କରି ଦିଆଯାଉଛି। କୌଣସି ଚିକିତ୍ସା ପଦ୍ଧତି ସମ୍ପର୍କରେ ଚିନ୍ତା ନ କରି ସାମାନ୍ୟ ରୋଗୀଙ୍କୁ ମଧ୍ୟ ଏମସକୁ ରେଫର କରିଦିଆଯାଉଛି। ଫଳରେ ଏମସରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। 


ଶ୍ରୀ ନିବାସ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନ ରୋଗୀଙ୍କୁ ରେଫର କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ମାପଦଣ୍ଡ ନାହିଁ। ଏହି ମାପଦଣ୍ଡ ପ୍ରସ୍ତୁତ କରିବାକୁ ଶନିବାର ଏହି ବୈଠକ ଡକାଯାଉଛି। ଏହି ବୈଠକରେ ଦିଲ୍ଲୀର ସମସ୍ତ ପ୍ରମୁଖ ଡାକ୍ତରଖାନା ଯଥା ଜିବି ପନ୍ତ, ଏଲଏନଜେପି, ସଫଦରଜଙ୍ଗ, ଚରକ ପାଲିକା, ଆଚାର୍ଯ୍ୟ ଶ୍ରୀ ଭିକ୍ଷୁ, ସର୍ଦ୍ଦାର ବଲ୍ଲଭପାଇ ପଟେଲ, ମଦନ ମୋହନ ମାଲଭିୟ, ସୁଚେତା କୃପାଳିନୀ, ଆରଏମଏଲ, ଡିଡିୟୁ ଏବଂ ଆଇଏଲବିଏସର ମେଡିକାଲ ଅଧୀକ୍ଷକଙ୍କୁ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଛି।


ଅଧିକ ପଢନ୍ତୁ: Putin Plan for Neuclear Attack: ପୁତିନଙ୍କ ଭୟଙ୍କର ଷଡ଼ଯନ୍ତ୍ର: ୟୁକ୍ରେନ ନୁହେଁ, ଏହି ଦୁଇ ରାଷ୍ଟ୍ରକୁ ବିଶ୍ୱରୁ ନିଶ୍ଚିହ୍ନ କରିବାକୁ ଚଳାଇଛି ଯୋଜନା


ଅଧିକ ପଢନ୍ତୁ: Pakistan: ଭାରତକୁ ପ୍ରଶଂସା କରି ISI ମୁଖ୍ୟଙ୍କୁ ଧମକ ଦେଲେ ଇମ୍ରାନ, କହିଲେ- ଯଦି ମୋ ମୁହଁ ଖୋଲ...