FREE Wi-Fi in Air India flights: ନୂଆ ବର୍ଷ ଅବସରରେ ଏୟାର ଇଣ୍ଡିଆ ଏହାର ଯାତ୍ରୀମାନଙ୍କୁ ଏକ ବଡ ଉପହାର ଦେଇଛି। ଘରୋଇ ବିମାନରେ ୱାଇ-ଫାଇ ଇଣ୍ଟରନେଟ୍ ଆରମ୍ଭ କରିଥିବା ଏୟାର ଇଣ୍ଡିଆ ପ୍ରଥମ ଭାରତୀୟ ବିମାନ କମ୍ପାନୀ ହୋଇପାରିଛି। ଏୟାର ଇଣ୍ଡିଆ ଦ୍ୱାରା ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଏୟାରବସ୍ A350, ବୋଇଙ୍ଗ 787-9 ଏବଂ ଏୟାରବସ୍ A321neo ବିମାନରେ ଥିବା ଯାତ୍ରୀମାନେ ୧୦,୦୦୦ ଫୁଟରୁ ଉଡିବାବେଳେ ଆପଣ ଇଣ୍ଟରନେଟ୍ ବ୍ରାଉଜ୍ କରିପାରିବେ, ସୋସିଆଲ୍ ମିଡିଆ ଦେଖି ପାରିବେ, କାମ କରିପାରିବେ କିମ୍ୱା ନିଜ ପ୍ରିୟ ଲୋକଙ୍କୁ ମେସେଜ୍ କରିବାରେ ସମର୍ଥ ହେବେ।


COMMERCIAL BREAK
SCROLL TO CONTINUE READING

ଏୟାର ଇଣ୍ଡିଆର ଆନ୍ତର୍ଜାତୀୟ ରୁଟ ନ୍ୟୁୟର୍କ, ଲଣ୍ଡନ, ପ୍ୟାରିସ ଏବଂ ସିଙ୍ଗାପୁରରେ ଏହି ସେବା ପୂର୍ବରୁ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ପାଇଲଟ୍ ପ୍ରୋଜେକ୍ଟ ପ୍ରୋଗ୍ରାମ ଅଧୀନରେ ଘରୋଇ ମାର୍ଗରେ ଏହି ସେବା ଆରମ୍ଭ ହୋଇଛି।



ଏୟାର ଇଣ୍ଡିଆ ବିମାନରେ ଯାତ୍ରୀମାନେ କିପରି ପାଇପାରିବେ ୱାଇ-ଫାଇ ସେବା?


1. ଆପଣଙ୍କର ଡିଭାଇସରେ ୱାଇ-ଫାଇ ଅନ୍ କରନ୍ତୁ ଏବଂ ୱାଇ-ଫାଇ ସେଟିଂସମୂହକୁ ଯାଆନ୍ତୁ।
2. ଏୟାର ଇଣ୍ଡିଆ ୱାଇ-ଫାଇ ନେଟୱାର୍କ ଉପରେ କ୍ଲିକ୍ କରନ୍ତୁ।
3.  ଥରେ ଆପଣ ନିଜ ବ୍ରାଉଜରରେ ଏୟାର ଇଣ୍ଡିଆ ପୋର୍ଟାଲରେ ପହଞ୍ଚିବା ପରେ ଆପଣଙ୍କର PNR ଏବଂ ଶେଷ ନାମ ଏଣ୍ଟ୍ରି କରନ୍ତୁ।
4. ଏହାପରେ ଆପଣଙ୍କ ଡିଭାଇସରେ ୱାଇ-ଫାଇ କନେକ୍ଟ ହୋଇଯିବ।
5. ବର୍ତ୍ତମାନ ମାଗଣାରେ ଇଣ୍ଟରନେଟ୍ ସେବା ଉପଭୋଗ କରିପାରିବେ।