New DGGI Surjit Bhujabal, ନୂଆଦିଲ୍ଲୀ: କେନ୍ଦ୍ରର ମୋଦି ସରକାରରେ ଆଉ ଜଣେ ଓଡିଆଙ୍କୁ ଗୁରୁଦାୟିତ୍ୱ ମିଳିଛି। IRS ସୁରଜୀତ ଭୂଜବଳଙ୍କୁ GST Intelligenceର Directorate General ଭାବେ ନିଯୁକ୍ତ କରାଯାଇଛି। କେନ୍ଦ୍ର ସରକାରର ଟ୍ୟାକ୍ସ ଆଦାୟ ଓ ଏହି ସମ୍ପର୍କୀତ ଗୁଇନ୍ଦା ବିଭାଗର ଦାୟିତ୍ୱ ନେବାରେ IRS ସୁରଜୀତ ପ୍ରଥମ ଓଡିଆ ଅଫିସର। ସେ ରାଜସ୍ୱ ବିଭାଗର Central Board of Indirect Taxes & Customs ଓ ଅର୍ଥ ମନ୍ତ୍ରାଳୟ ଅଧିନରେ କାର୍ଯ୍ୟକରିବେ।


COMMERCIAL BREAK
SCROLL TO CONTINUE READING

ସର୍ବଭାରତୀୟ ସ୍ତରରେ ଅବକାରୀ ଓ କର ସେବା ତଥା Goods and Services Tax ବିଭାଗର ଦାୟିତ୍ୱ ନେବାରେ IRS ସୁରଜୀତ ଭୂଜବଳ ହେଉଛନ୍ତି ପ୍ରଥମ ଓଡିଆ ଅଫିସର। ସେ ପୂର୍ବତନ ମୁଖ୍ୟ ସଚିବ ଆରକେ ଭୂଜବଳଙ୍କ ପୁତ୍ର ତଥା ଅବସରପ୍ରାପ୍ତ ଆଇଜିପି କୂଳମଣୀ ଦେଓଙ୍କ ଜ୍ୱାଇଁ। ସୁରଜୀତ ଭୂଜବଳଙ୍କ ଅଧିନରେ ଚାରୋଟି Director General, ୨୬ଟି ଜୋନାୱ ୟୁନିଟ ଓ ୪୦ଟି ରିଜିଓନାଲ ୟୁନିଟ ରହିବ। ସେ GST ଚୋରୀ ମାମଲାର ତଦାରଖ କରିବେ। 


Also Read: Bizarre incident: ମୋବାଇଲ ଚେକିଂ ବେଳେ ଛାତ୍ରୀଙ୍କ ସ୍କୁଲ ବ୍ୟାଗରୁ ବାହାରିଲା..., ଯାହାକୁ ଦେଖି ଛାନିଆ ହୋଇଗଲେ ଶିକ୍ଷକ


୧୯୮୩ ମସିହାରେ DGGI ପୂର୍ଣ୍ଣ ମାନ୍ୟତା ପାଇଥିଲା। ସେତେବେଳେ ଜଣେ ନିର୍ଦ୍ଦେଶକ ଏହାକୁ ପରିଚାଳନା କରୁଥିଲେ। ତେବେ ୫ ବର୍ଷ ପରେ ଅର୍ଥାତ ୧୯୮୮ ମସିହାରେ ତାହାକୁ Directorateକୁ ଉନ୍ନତିକରଣ କରାଗଲା। ବିଶେଷ କରି ଟ୍ୟାକ ଚୋରି ରୋକିବା ଏହି ସଂସ୍ଥାର ମୁଖ୍ୟ କାମ। ଆବଶ୍ୟକ ପଡିଲେ DGGI ଅନ୍ୟ ସଂସ୍ଥା ସହ ମିଶି କୌଣସି ଅନୁଷ୍ଠାନ କିମ୍ବା ବ୍ୟକ୍ତି ବିଶେଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବ। ୨୦୧୭ ମସିହାରେ GST ଆରମ୍ଭ ହେବା ପରେ DGGIର କାର୍ଯ୍ୟ ପରିସୀମା ବୃଦ୍ଧି ପାଇଛି। 


ସୂଚନାଯୋଗ୍ୟ, ଓଡିଆଙ୍କ ଉପରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ସରକାରର ଅହେତୁକ ବିଶ୍ୱାସ ଓ ଭରସା ରହିଛି। ସେଥିପାଇଁ ବୋଧ ହୁଏ କେନ୍ଦ୍ରରେ ଗୋଟିଏ ପରେ ଗୋଟିଏ ଓଡିଆଙ୍କୁ ବଡ ବଡ ଦାୟିତ୍ୱ ଦିଆଯାଉଛି। ଏନଡିଏ ସମର୍ଥନରେ ଦ୍ରୌପଦୀ ମୁର୍ମୁ, ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କୁ କେନ୍ଦ୍ରରେ ଶିକ୍ଷା ମନ୍ତ୍ରାଳୟ ଓ ବିଶେଶ୍ୱର ଟୁଡୁଙ୍କୁ ଆଦିବାସୀ ମନ୍ତ୍ରାଳୟ ଦିଆଯାଇଛି। ଏହା ବ୍ୟତୀତ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେପିର ଉପାଧ୍ୟକ୍ଷ କରାଯାଇଛି। କେବଳ ଏତିକି ନୁହଁ...  


  • ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ- ପିକେ ମିଶ୍ର

  • ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର- ଶକ୍ତିକାନ୍ତ ଦାସ

  • ସିଏଜି- ଗିରିଶ ଚନ୍ଦ୍ର ମୁର୍ମୁ

  • ଏନସିବି ମହାନିର୍ଦ୍ଦେଶକ- ସତ୍ୟ ନାରାୟଣ ପ୍ରଧାନ

  • ଆଇଏମଡି ମହାନିର୍ଦ୍ଦେଶକ- ମୃତ୍ୟୁଞ୍ଜୟ ମହାପାତ୍ର

  • ବିମାନ ଚଳାଚଳ ଯୁଗ୍ମ ସଚିବ- ଉଷା ପାଢୀ

  • ଭାରତୀୟ ପର୍ଯ୍ୟଟନ ନିଗମ- ସମ୍ବିତ ପତ୍ର