Bizarre incident: ମୋବାଇଲ ଚେକିଂ ବେଳେ ଛାତ୍ରୀଙ୍କ ସ୍କୁଲ ବ୍ୟାଗରୁ ବାହାରିଲା..., ଯାହାକୁ ଦେଖି ଛାନିଆ ହୋଇଗଲେ ଶିକ୍ଷକ
Advertisement
Article Detail0/zeeodisha/odisha1464750

Bizarre incident: ମୋବାଇଲ ଚେକିଂ ବେଳେ ଛାତ୍ରୀଙ୍କ ସ୍କୁଲ ବ୍ୟାଗରୁ ବାହାରିଲା..., ଯାହାକୁ ଦେଖି ଛାନିଆ ହୋଇଗଲେ ଶିକ୍ଷକ

Bizarre incident in Bengaluru:  ମିଡିଆ ରିପୋର୍ଟ ଅନୁସାରେ, KAMS ଅଧିନସ୍ଥ ମାଧ୍ୟମିକ ଘରୋଇ ସ୍କୁଲରେ ଅଷ୍ଟମ, ନବମ ଓ ଦଶମ ପିଲାଙ୍କ ବ୍ୟାଗ ଯାଞ୍ଚ କରାଯାଇଥିଲା। ଏହି ସୟରେ ସ୍କୁଲ ବ୍ୟାଗ ଭିତରୁ ମୋବାଇଲ ବ୍ୟତୀତ କଣ୍ଡୋମ, ଗର୍ଭନିରୋଧକ ବଟିକା, ସିଗାରେଟ, ହ୍ୱାଇଟନର, ଲାଇଟର ଓ ପାଣି ବୋତଲ ଭିତରେ ମଦ ମିଳିଥିଲା। 

ପ୍ରତିକାତ୍ମକ ଫଟୋ

Bizarre incident, ବେଙ୍ଗାଲୁରୁ: ଭାରତର ସିଲିକନ ସିଟି ବେଙ୍ଗାଲୁରୁ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗରେ ବହି ଖାତା ସହ ଅନେକ ଆପତ୍ତିଜନକ ସାମଗ୍ରୀ ବାହାରିଛି। ସହରର ଏକ ଘରୋଇ ସ୍କୁଲରେ ମୋବାଇଲ ଯାଞ୍ଚ ସମୟରେ ବ୍ୟଗ ଭିତରୁ କଣ୍ଡୋମ, ଗର୍ଭିନିରୋଧକ ବଟିକା ପରି ଆପତ୍ତିଜନକ ସାମଗ୍ରୀ ମିଳିଥିବାବେଳେ ମଦ, ସିଗାରେଟ, ହ୍ୱାଇଟନର ଭଳି ମାଦକ ଦ୍ରବ୍ୟ ମଧ୍ୟ ଜବତ କରାଯାଇଛି। ତେବେ ଅଷ୍ଟମରୁ ଦଶମ ଶ୍ରେଣୀର ପିଲାଙ୍କ ଠାରେ ଏପରି ସାମଗ୍ରୀ ଦେଖି ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଆବାକ ହୋଇଯାଇଥିଲେ। 

ସରକାରୀ ହେଉ କିମ୍ବା ଘରୋଇ ସ୍କୁଲ, ସବୁଠି ପିଲାମାନେ ମୋବାଇଲ ନେବା ଏକ ପ୍ରକାରର ସାଧାରଣ କଥା ହୋଇଗଲାଣି। କିନ୍ତୁ ଅଧିକାଂଶ ସ୍କୁଲରେ ଏହାକୁ ବାରଣ କରିଛନ୍ତି। ଏଥିପାଇଁ ମଝିରେ ମଝିରେ ସ୍କୁଲ କର୍ତ୍ତୃପକ୍ଷମାନେ ସ୍କୁଲରେ ଯାଞ୍ଚ କରନ୍ତି। ବାଙ୍ଗାଲୁରୁର ଏକ ଘରୋଇ ସ୍କୁଲରେ ଏହି ପରି ସର୍ପ୍ରାଇଜ ଚେକିଂ କରାଯାଇଥିଲା। ମିଡିଆ ରିପୋର୍ଟ ଅନୁସାରେ, KAMS ଅଧିନସ୍ଥ ମାଧ୍ୟମିକ ଘରୋଇ ସ୍କୁଲରେ ଅଷ୍ଟମ, ନବମ ଓ ଦଶମ ପିଲାଙ୍କ ବ୍ୟାଗ ଯାଞ୍ଚ କରାଯାଇଥିଲା। ଏହି ସୟରେ ସ୍କୁଲ ବ୍ୟାଗ ଭିତରୁ ମୋବାଇଲ ବ୍ୟତୀତ କଣ୍ଡୋମ, ଗର୍ଭନିରୋଧକ ବଟିକା, ସିଗାରେଟ, ହ୍ୱାଇଟନର, ଲାଇଟର ଓ ପାଣି ବୋତଲ ଭିତରେ ମଦ ମିଳିଥିଲା। 

Also Read: School Management Committee: ଉତ୍ୟକ୍ତ ପରିବେଶ ମଧ୍ୟରେ ଚାମ୍ପୁଲିପଦା SMC ଗଠିତ

ଏତେ ସବୁ ଆପତ୍ତିଜନକ ସାମଗ୍ରୀ ମିଳିବା ପରେ ମଧ୍ୟ ନଗରଭାବୀ ଅଞ୍ଚଳରେ ଥିବା ଏହି ସ୍କୁଲ କର୍ତ୍ତୃପକ୍ଷ ଅଭିଯୁକ୍ତ ଛାତ୍ରଛାତ୍ରୀଙ୍କୁ ନିଲମ୍ବନ କରିନାହାନ୍ତି। ସେମାନେ ତୁରନ୍ତ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ଡକାଇ ଏକ ବୈଠକ କରିଥିଲେ। ବୈଠକରେ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଆଲୋଚନା କରାଯାଇଛି। କିଛି ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ସେମାନଙ୍କ ପିଲାଙ୍କ କାଣ୍ଡ କାରନାମା ଉପରେ ବିଶ୍ୱାସ କରିନଥିଲେ। ପିଲାଙ୍କୁ ୧୦ ଦିନ ଛୁଟି ଦେବା ସହ ସେମାନଙ୍କ କାଉଁସେଲିଂ କରାଇବା ପାଇଁ ସ୍କୁଲ ପ୍ରିନ୍ସିପାଲ ପରାମର୍ଶ ଦେଇଛନ୍ତି। ଯଦି ଆବଶ୍ୟକ ପଡେ ତେବେ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ସାହାଯ୍ୟ କରିବେ ବୋଲି ସେ କହିଛନ୍ତି। 

KAMSର ସାଧାରଣ ସମ୍ପାଦକ ଡି ଶଶି କୁମାରଙ୍କ କହିବା ହେଲା, ନିୟମିତ ଭାବେ KAMSର ସ୍କୁଲ ଗୁଡିକରେ ରେଡ୍ କରାଯାଉଛି। କିଛି ଦିନ ମଧ୍ୟରେ ଏହାର ପ୍ରାୟ ୮୦ ପ୍ରତିଶତ ସ୍କୁଲରେ ସର୍ପ୍ରାଇଜ ଯାଞ୍ଚ ସରିଛି। ନଗରଭାବୀସ୍ଥିତ ସ୍କୁଲର ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କ ବ୍ୟଗରୁ କଣ୍ଡୋମ ବାହାରିଥିଲା। ଏଥିପାଇଁ ସେ ନିଜ ସାଙ୍ଗକୁ ଦୋଷ ଦେଇଥିଲେ। ତେବେ କିଛି ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉତ୍ପୀଡନା ଦେଉଥିବା ଅଭିଯୋଗ ହୋଇଛି। ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀମାନେ ମଧ୍ୟ ଅସଭ୍ୟ ଭାଷାର ବ୍ୟବହାର କରିବା ସହ ଅଶ୍ଳିଳ ଇଙ୍ଗିତ କରୁଛନ୍ତି ବୋଲି ଶଶି କୁମାର କହିଛନ୍ତି।