Odisha Train Tragedy: କୁନି ବୟସରେ ମହତ କାମ କରିଦେଖାଇଛନ୍ତି ଆମେରିକାରେ ବାସ କରୁଥିବା ଭାରତୀୟ ବଂଶୋଦ୍ଭବ ୧୬ ବର୍ଷିୟା ତନିସ୍କା ଧାରିୱାଲ (Indian American Tanishka Dhariwal) ।  ଗତ ଜୁନ୍ ମାସରେ ଓଡିଶାରେ ଘଟିଥିବା ଭୟୟଙ୍କର ଟ୍ରେନ୍ ଦୁର୍ଘଟଣାରେ (Odisha train tragedy) ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ତନିସ୍କା ପିଏମ୍ କେୟାର ଫଣ୍ଡରେ ପ୍ରାୟ ୧୦,୦୦୦ ଆମେରିକୀୟ ଡ଼ଲାର ଅର୍ଥାତ୍ ପ୍ରାୟ ୮ ଲକ୍ଷ ୨୮ ହଜାରରୁ ଅଧିକ ଟଙ୍କା ସଂଗ୍ରହ କରିଥିବା ସୂଚନା ମିଳିଛି । ଗତ ଶୁକ୍ରବାର ଦିନ ତନିସ୍କା ଏହି ଟଙ୍କା ନ୍ୟୁୟର୍କରେ (New York) ଥିବା ଭାରତର କନସୁଲ୍ ଜେନେରାଲ୍ (consul general of India in New York)  ରନ୍ଧୀର ଜୈସୱାଲଙ୍କୁ ପ୍ରଦାନ କରିଛନ୍ତି। ତନିସ୍କା କହିଛନ୍ତି ଯେ, ଓଡିଶାରେ ଘଟିଥିବା ଏହି ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କ ଲାଗି ସେ ପାଣ୍ଠି ସଂଗ୍ରହ ଜାରି ରଖିବେ ।  


COMMERCIAL BREAK
SCROLL TO CONTINUE READING

ଗଣମାଧ୍ଯମକୁ ସୂଚନା ଦେଇ ତନିସ୍କା କହିଛନ୍ତି “ମୁଁ ଓଡି଼ଶା ବାଲେଶ୍ବରରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା (Odisha train accident) ବିଷୟରେ ଜାଣିବାକୁ ପାଇଥିଲି । ପିତାମାତାଙ୍କ ସହଯୋଗରେ, ମୁଁ GoFundMe ନାମକ ଏକ ପେଜ ଆରମ୍ଭ କରିବାକୁ ସକ୍ଷମ ହେଲି । ବିଦ୍ୟାଳୟ, ବନ୍ଧୁ ଓ ପରିବାରଙ୍କ ସହଯୋଗରେ ୧୦,୦୦୦ ଡଲାରରୁ ଅଧିକ ରାଶି ସଂଗ୍ରହ କରିପାରିଛି । ଆଶା କରୁଛି ଏହି ଅର୍ଥ କାମରେ ଆସିବ । “ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କୁ ମୁଁ ସାହାଯ୍ୟ କରିବାରେ ସମର୍ଥ ହେବି। ସେପଟେ ରଣାର ସଭାପତି ତଥା ଜୟପୁର ଫୁଟ ଆମେରିକାର ପ୍ରତିଷ୍ଠାତା (Founder of Jaipur Foot USA) ପ୍ରେମ ଭଣ୍ଡାରୀ ପ୍ରସଂଶା କରି କହିଛନ୍ତି ଯେ, “ତନିସ୍କାଙ୍କୁ ପରି ଯୁବତୀ ଭାରତୀୟ-ଆମେରିକୀୟମାନଙ୍କ ଦ୍ୱାରା କରାଯାଇଥିବା ଅସାଧାରଣ ପ୍ରୟାସକୁ ଆଲୋକିତ କରିଛି । ସେ କହିଛନ୍ତି, 'ଏଠାରେ କଥା ଅର୍ଥର ନୁହେଁ ବରଂ ଏହା ପଛରେ ଥିବା ଭାବନର ଅଟେ । ଏହି ଭାବନା ଆମେରିକାରେ ଜନ୍ମିତ ଜଣେ ଭାରତୀୟ ବଂଶୋଦ୍ଭବଙ୍କର ତାଙ୍କର ମାତୃଭୂମି ପ୍ରତି ଥିବା ଅଗାଢ ପ୍ରେମ ଓ ଦୃଢ ସମ୍ପର୍କକୁ ପ୍ରତିଫଳିତ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ (Narendra Modi) ନେତୃତ୍ୱରେ ଭାରତର ଆତ୍ମନିର୍ଭରଶୀଳତା ପୃଷ୍ଠଭୂମିରେ ଏହି ସଂଯୋଗ ଗୁଡ଼ିକ ଅଧିକ ଗୁରୁତ୍ୱ ବହନ କରୁଥିବା ସେ ମତ ଦେଇଛନ୍ତି” । ସେ ଆଉ ମଧ୍ଯ କହିଛନ୍ତି, ଭାରତର ଆତ୍ମନିର୍ଭରଶୀଳତା ଓ ଆନ୍ତର୍ଜାତୀୟ ମାନବିକ ସହାୟତା କ୍ଷେତ୍ରରେ ଏହାର ଭୂମିକାକୁ ପ୍ରଶଂସନୀୟ ଅଟେ। ଗତ ଦଶନ୍ଧି ମଧ୍ୟରେ ଭାରତର ସ୍ଥାନ ୧୦୦ରୁ ଅଧିକ ଦେଶକୁ ବୃଦ୍ଧି ପାଇଛି। (COVID-19) ମହାମାରୀ ସମୟରେ ଭାରତର ସମର୍ଥନ ବେଶ ଉଲ୍ଲେଖନୀୟ ଅଟେ । କାରଣ ମହାମାରୀ ସମୟରେ ଦେଶ ଭ୍ୟାକ୍ସିନ୍ ଫ୍ରେଣ୍ଡସିପ୍ ପ୍ରୋଗ୍ରାମ୍ (Vaccine Friendship program) ମାଧ୍ୟମରେ ୧୫୦ରୁ ଅଧିକ ଦେଶକୁ ଚିକିତ୍ସା ସହାୟତା, ଟିକା ପ୍ରଦାନ ସହ ବହୁ ଆବଶ୍ୟକୀୟ ସହାୟତା ପ୍ରଦାନ କରିଥିଲା । ଯାହା  ପ୍ରଶଂସନୀୟ ଅଟେ ।



Also Read-Bhubaneswar: ରହସ୍ୟ ବଢାଉଛି ଶବ ବ୍ୟବଚ୍ଛେଦ ରିପୋର୍ଟ, ମୃତ୍ୟୁ ପୂର୍ବରୁ ନିଶାରେ ଚୁର୍ ଥିଲେ ଶୁଭଲକ୍ଷ୍ମୀ!


Also Read-Flight Service: ମିଳିଲା ଅନୁମତି, ଖୁବଶୀଘ୍ର କଳାହାଣ୍ତିକୁ ଉଡ଼ିବ ବିମାନ


ତନିସ୍କା ଉତ୍ତର ଆମେରିକାର ରାଜସ୍ଥାନ ଆସୋସିଏସନର ଜଣେ ଯୁବ ସଦସ୍ୟ ଅଟନ୍ତି ।  ଯାହା ସାଧାରଣତ ରଣା (RANA) ଭାବେ ଜଣାସୁଣା । ଏକ ଶକ୍ତିଶାଳୀ ତଥା ପ୍ରଭାବଶାଳୀ ସଂଗଠନ ଭାବେ ସାରା ବିଶ୍ୱରେ ଅଣ-ବାସିନ୍ଦା ରାଜସ୍ଥାନର ପ୍ରତିନିଧିତ୍ୱ କରିଥାଏ ।  ଏହା ଭାରତ ବାହାରେ ରହୁଥିବା ରାଜସ୍ଥାନର ଲୋକଙ୍କୁ ଏକଜୁଟ କରିବା ସହ ସଶକ୍ତିକରଣ କରିବା ଲାଗି କାର୍ଯ୍ୟ କରେ।


Also Read- Market Price Hike: ବିଗିଡିଲା କିଚେନ ବଜେଟ; ପିଆଜ, ଟମାଟୋ ପରେ ବଢିଲା ମସଲା ଦର