Flight Service: ମିଳିଲା ଅନୁମତି, ଖୁବଶୀଘ୍ର କଳାହାଣ୍ତିକୁ ଉଡ଼ିବ ବିମାନ
Advertisement
Article Detail0/zeeodisha/odisha1815045

Flight Service: ମିଳିଲା ଅନୁମତି, ଖୁବଶୀଘ୍ର କଳାହାଣ୍ତିକୁ ଉଡ଼ିବ ବିମାନ

Flight Service:  ବିମାନ ଉଡ଼ାଣ ପାଇଁ ସମସ୍ତ ମାନଦଣ୍ତ ଯାଞ୍ଚ ହେବା ପରେ ଡ଼ିଜିସିଏ (DGCA) ପକ୍ଷରୁ ଏହି ଅନୁମତି ମିଳିଛି । ୯ ଜଣ ଯାତ୍ରୀ ବିଶିଷ୍ଟ ବିମାନ ଚାଳିବା ନେଇ ପୂର୍ବରୁ ପ୍ରସ୍ତୁତି ସରିଛି । ଗତ କିଛି ଦିନ ତଳେ କେନ୍ଦ୍ର ବେସାମରିକ ମନ୍ତ୍ରୀ ଏହାକୁ ଲାଇସେନ୍ସ ଦିଆଯିବା ନେଇ ସୂଚନା ଦେଇଥିଲେ । 

ସୌ(ସୋସିଆଲ ମିଡିଆ)

Bhubaneswar to Utkela Airport Flight Service: କଳାହାଣ୍ତିବାସୀଙ୍କ (kalahandi) ପାଇଁ ଖୁସି ଖବର । ଏଣିକି ବିମାନ ସେବାର ଲାଭ ଉଠାଇବେ ଜିଲ୍ଲାବାସୀ । ପୂରଣ ହେବ ଦୀର୍ଘ ଦିନର ସ୍ବପ୍ନ । କାରଣ ଖୁବଶୀଘ୍ର କଳାହାଣ୍ତି ଉତକେଲାରୁ ଉଡ଼ିବ ବିମାନ । କଳାହାଣ୍ତି ଜିଲ୍ଲାପାଳ (kalahandi collector P. Anvesha Reddy) ଟୁଇଟ ଯୋଗେ ଏନେଇ ସୂଚନା ଦେଇଛନ୍ତି । ବହୁ ଜଲଦି ଭୁବନେଶ୍ବରରୁ ଉତକେଲା (Bhubaneswar to Utkela airport flight service) ଓ ଉତକେଲାରୁ ରାୟପୁରକୁ ଚଳାଚଳ କରିବା ଯାତ୍ରୀ ବିମାନ ।

ସୂଚନା ଅନୁଯାୟୀ, ବିମାନ ଉଡ଼ାଣ ପାଇଁ ସମସ୍ତ ମାନଦଣ୍ତ ଯାଞ୍ଚ ହେବା ପରେ ଡ଼ିଜିସିଏ (DGCA) ପକ୍ଷରୁ ଏହି ଅନୁମତି ମିଳିଛି । ୯ ଜଣ ଯାତ୍ରୀ ବିଶିଷ୍ଟ ବିମାନ ଚାଳିବା ନେଇ ପୂର୍ବରୁ ପ୍ରସ୍ତୁତି ସରିଛି । ଗତ କିଛି ଦିନ ତଳେ କେନ୍ଦ୍ର ବେସାମରିକ ମନ୍ତ୍ରୀ ଏହାକୁ ଲାଇସେନ୍ସ ଦିଆଯିବା ନେଇ ସୂଚନା ଦେଇଥିଲେ । ଏହାପରେ ଜୁଲାଇ ୩୧ ତାରିଖରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦର (Biju Patnaik International Airport) କର୍ତ୍ତୃପକ୍ଷ ଓ ସୁରକ୍ଷା ଅଧିକାରୀ ଆସି ଉତକେଲାରେ ଯାଞ୍ଚ କରିଥିଲେ । ସେମାନଙ୍କ ସବିଶେଷ ରିର୍ପୋଟ ପରେ ବିମାନ ଉଡ଼ାଣ ନେଇ ଅନୁମତି ମିଳିଛି । ତେବେ ଆନୁଷ୍ଠାନିକ ଉଦଘାଟନ ପରେ କଳାହାଣ୍ତି ଉତକେଲାରୁ ବିମାନ ସେବା (Flight services) ଆରମ୍ଭ ହେବ ବୋଲି ଜଣାପଡ଼ିଛି । ପ୍ରକାଶ ଥାଉ କି, ଚଳିତ ବର୍ଷ ମାର୍ଚ୍ଚ ୫ ତାରିଖରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ତା ଏୟାରଷ୍ଟ୍ରିପରୁ ବିମାନ ସେବା ଆରମ୍ଭ ହୋଇଥିଲା । ପ୍ରଥମ ଥର ପାଇଁ ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ତାକୁ ବିମାନ (Bhubaneswar to Rangeilunda flight service) ଉଡ଼ାଣ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ ।

ସେହିପରି ଖୁବଶୀଘ୍ର ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବିନ୍ଦରରୁ ଶ୍ରୀଲଙ୍କା ରାଜଧାନୀ କଲମ୍ବୋକୁ ଉଡ଼ିବ ବିମାନ (Bhubaneswar to colombo flight) । ଶ୍ରୀଲଙ୍କା ଏୟାରଲାଇନ୍ସ ପକ୍ଷରୁ ଏହି ବିମାନ ସେବା ଯୋଗାଇ ଦିଆଯିବ ବୋଲି ଶ୍ରୀଲଙ୍କା ଏୟାର ଲାଇନ୍ସର ଆଞ୍ଚଳିକ ମହାପ୍ରବନ୍ଧକ ଭି ରବୀନ୍ଦ୍ରନ୍‌ ନିକଟରେ ସୂଚନା ଦେଇଥିଲେ । ସେ କହିଛନ୍ତି, ପର୍ଯ୍ୟଟନ ‌କ୍ଷେତ୍ରରେ ଓଡିଶା ବହୁ ଆଗକୁ ବଢିଛି। ରାଜ୍ୟ ସରକାର ପର୍ଯ୍ୟଟନକୁ ନେଇ ବ୍ୟାପକ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି। ଓଡ଼ିଶାରେ ବହୁ ସଂଖ୍ୟାକ ପର୍ଯ୍ୟଟନସ୍ଥଳୀ ରହିଛି। ବିଶେଷ କରି ବୌଦ୍ଧ ଜିଲ୍ଲାରେ ଭରପୁର ମାତ୍ରାରେ ପର୍ଯ୍ୟଟନ ସ୍ଥଳୀ ରହିଛି । ଭୁବନେଶ୍ବରରୁ କଲମ୍ବୋରୁ ସିଧାସଳଖ ବିମାନ ଚଳାଚଳ ଦ୍ବାରା ଓଡ଼ିଶା ଓ ଶ୍ରୀଲଙ୍କା ମଧ୍ୟରେ ସମ୍ପର୍କ ସୁଦୃଢ ହେବ । ଏହାସହ ଉଭୟ ସ୍ଥାନର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହେବା ସହ ନୂତନ ନିଯୁକ୍ତି ସୃଷ୍ଟି ହେବ। ରାଜ୍ୟରେ ଦ୍ରୁତ ଶିଳ୍ପାୟନ ଓ ପର୍ଯ୍ୟଟକ କ୍ଷେତ୍ରର ବିକାଶ ଦୃଷ୍ଟିରୁ ବିମାନ ସେବାରେ ଗୁରୁତ୍ବ  ବେଶ ଅଧିକ ବୃଦ୍ଧି ପାଇଛି । ଆନ୍ତଃରାଜ୍ୟ ବିମାନ ଚଳାଚଳ ସହ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ଏବେ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି । ସରକାରଙ୍କ ଏହି ପଦକ୍ଷେପ ଫଳରେ ଓଡ଼ିଶାବାସୀଙ୍କ ଲାଗି ନୂତନ ସୁଯୋଗ ଓ ସମ୍ଭାବନା ସୃଷ୍ଟି କରିଛି । ଏହା ପୂର୍ବରୁ ସୁଙ୍ଗାପୁର, ଦୁବାଇ ଓ ବ୍ୟାଙ୍କକୁ ମଧ୍ଯ ବିମାନ ଚଳାଚଳ ଆରମ୍ଭ ହୋଇଛି । ଏହା ଫଳରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ସହ ଆଇଟିଇଏସ, ବାଣିଜ୍ୟ ଓ ଆଇଟି କ୍ଷେତ୍ରରେ ମଧ୍ଯ ନୂତନ ସୁଯୋଗ ସୃଷ୍ଟି ହୋଇଛି । ତେବେ ଭୁବନେଶ୍ବରରୁ କଲମ୍ବୋକୁ ସିଧାସଳଖ ବିମାନ ଉଡି଼ଲେ ପର୍ଯ୍ୟଟନ ଶିଳ୍ପରେ ବିକାଶ ଘଟିବା ସହ ନୂତନ ନିଯୁକ୍ତି ମଧ୍ଯ ସୃଷ୍ଟି ହେବ ।

Also Read- Market Price Hike: ବିଗିଡିଲା କିଚେନ ବଜେଟ; ପିଆଜ, ଟମାଟୋ ପରେ ବଢିଲା ମସଲା ଦର

ଗତ ଗତ ମେ ମାସରେ ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ବିମାନ ସେବା ବା ଡିରେକ୍ଟ ଫ୍ଲାଇଟ୍ ସର୍ଭିସ୍ ଆରମ୍ଭ ହୋଇଥିଲା (Direct Flight Service From Bhubaneswar To Dubai)। । ମୁଖମନୀନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ । ସପ୍ତାହକୁ ତିନି ଦିନ ଅର୍ଥାତ୍ ସୋମବାର, ବୁଧବାର ଓ ଶୁକ୍ରବାର ଏହି ବିମାନ ଚଳାଚଳ କରୁଛି । ଏହି ବିମାନ ସେବା ଆରମ୍ଭ ହେବା ଫଳରେ ଓଡି଼ଶାବାସୀଙ୍କ ଲାଗି ଦୁବାଇ ଯାତ୍ରା ସହଜ ହେବା ସହ ବ୍ୟବସାୟ ଓ ପୁଞ୍ଜିନିବେଶ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଛି । ସେହିପରି ଜୁନ୍ ୩ ତାରିଖରେ ଭୁବନେଶ୍ୱରରୁ ସିଙ୍ଗାପୁର (Bhubaneswar to Singapore flight) ଓ ବ୍ୟାଙ୍କକକୁ (Bhubaneswar to Bangkok flight Service) ମଧ୍ୟ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଥିଲା । ସପ୍ତାହରେ ଦୁଇ ଦିନ ଚଳାଚଳ କରୁଥିବା ଏହି ବିମାନ ସିଙ୍ଗାପୁରକୁ ମଙ୍ଗଳବାର ଓ ଶନିବାର, ବ୍ୟାଙ୍କକକୁ ବୁଧବାର ଓ ରବିବାର ବିମାନ ସେବା ଉଡ଼ାଣ ଭରୁଛି। ଇଣ୍ଡିଗୋ ଏୟାରଲାଇନ୍ସ (Indigo airlines) ଏହି ରୁଟରେ ଉଡାଣ ସେବା ଯୋଗାଉଛି ।