OMM Word Controversy: ଓମ୍, ହିନ୍ଦୁ ଧର୍ମର ଏକ ପବିତ୍ର ଶବ୍ଦ ଅଟେ । ବିଶ୍ୱାସ ଅନୁସାରେ, ଓମ୍ (OMM )ଶବ୍ଦରୁ ବ୍ରହ୍ମାଣ୍ଡର ଉତ୍ପତ୍ତି । ଏମିତିରେ ଯଦି କୌଣସି ଦେଶର ସରକାର ନିଜ ସରକାରୀ ଡିକ୍ସନାରୀରୁ ଓମ୍ ଶବ୍ଦକୁ ହଟାଇବାକୁ ଚାହେଁ ତେବେ ବିବାଦ ହେବା ନିଶ୍ଚିତ । ଏବେ ଆପଣ ଭାବୁଥିବେ କେଉଁ ଦେଶର ସରକାର ଡିକ୍ସନାରୀରୁ (Dictionary) ଓମ୍ ଶବ୍ଦ ହଟାଇବାକୁ ଚାହୁଁଛନ୍ତି? ଓମ୍ ଶବ୍ଦକୁ ନେଇ ସରକାରଙ୍କ ଆପତ୍ତି କ’ଣ ? ଆସନ୍ତୁ ଜାଣିବା ପ୍ରତି ପ୍ରଶ୍ନର ଉତ୍ତର । 


COMMERCIAL BREAK
SCROLL TO CONTINUE READING

ଯେଉଁ ଦେଶର ସରକାର ଓମ୍ ଶବ୍ଦକୁ ନିଜ ଡିକ୍ସନାରୀରୁ ହଟାଇବାକୁ ଚାହୁଁଛନ୍ତି ତାହା ଏକଦା ବିଶ୍ୱର ଏକମାତ୍ର ହିନ୍ଦୁ ରାଷ୍ଟ୍ର ଥିଲା । ଏବେ ହୁଏତ ଆପଣଙ୍କ ଆଗରେ ଉତ୍ତର ସ୍ପଷ୍ଟ ହୋଇଯିଣି । ତଥାପି ଯଦି ଜାଣି ପାରୁନାହାନ୍ତି ତେବେ ଆମେ ଆପଣଙ୍କୁ ଦେଶର ନାମ କହିଦେଉଛୁ । ଦେଶର ନାମ ହେଉଛି ନେପାଳ (Nepal)। ଭାରତର ପଡୋଶୀ ରାଷ୍ଟ୍ର ନେପାଳର ସରକାରୀ ଡିକ୍ସନାରୀରୁ ଓମ୍ ଶବ୍ଦ ହଟାଇବାକୁ ସରକାର ଷଡ଼ଯନ୍ତ୍ର କରୁଛନ୍ତି ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି। ଏହି ମାମଲା ସୁପ୍ରିମକୋର୍ଟରେ (Supreme Court) ପହଂଚିବା ପରେ ଅଦାଲତ ଡିକ୍ସନାରୀ ପ୍ରକାଶନ ଉପରେ ରହିତାଦେଶ ଲାଗୁ କରିଛନ୍ତି । ତେବେ ନେପାଳ ସରକାରଙ୍କୁ କ’ଣ ପାଇଁ ଓମ୍ (OMM) ଶବ୍ଦ ପସନ୍ଦ ଆସୁନାହିଁ ? ବିରୋଧୀଙ୍କ କହିଛନ୍ତି ଯେ, ୨୦୧୨ ମସିହାରେ ଏହି ଷଡ଼ଯନ୍ତ୍ର ହୋଇଥିଲା । ଖ୍ରୀଷ୍ଟିଆନ ମିଶନାରୀଙ୍କ ଚାପରେ ସରକାର ନେପାଳର ହିନ୍ଦୁ ଛବିକୁ ମଳିନ କରିବାକୁ ଏମିତି କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ସରକାରୀ ଡିକ୍ସନାରୀରୁ ‘ହଳନ୍ତ’ ଯୁକ୍ତ ଶବ୍ଦ ହଟାଇବା ଆଳରେ ସରକାର ଏମିତି ନିଷ୍ପତି ନେଇଥିଲେ । ତେବେ ସବୁକିଛି ଗୁପଚୁପ୍ ଭାବେ ହୋଇଥିଲା । ଯାହାର ଟେର କେହି ପାଇନଥିଲେ । କିନ୍ତୁ ଜଣେ ସାମ୍ବାଦିକ ଟପେନ୍ଦ୍ର ବାହାଦୁର କାର୍କିଙ୍କ ନଜରକୁ ଏହି ଘଟଣା ଆସିଥିଲା । ୨୦୧୬ ମସିହାରେ ସେ ଏନେଇ ସୁପ୍ରିମକୋର୍ଟ ଯାଇଥିଲେ । ସୁପ୍ରିମକୋର୍ଟ୍ ମାମାଲାର ଶୁଣାଣି କରି ୨୦୧୬ ମସିହା ଅକ୍ଟୋବର ୧ ତାରିଖରେ ସରକାରଙ୍କ ଆଦେଶ ଉପରେ ରହିତାଦେଶ ଲାଗୁ କରିଥିଲେ । ସୂଚନାଯୋଗ୍ଯ ଯେ,  ୨୦୧୨ ମସିହା ଅଗଷ୍ଟ ୬ ତାରିଖରେ ନେପାଳ ଶିକ୍ଷା ମନ୍ତ୍ରଣାଳୟ ପ୍ରଜ୍ଞା ପ୍ରତିଷ୍ଠାନ ଦ୍ୱାରା ପ୍ରକାଶିତ ଡିକ୍ସନାରୀରୁ ଓମ୍ ଶବ୍ଦ ହଟାଇବାକୁ ଆଦେଶ ଦେଇଥିଲେ । 


ଏହା ବି ପଢନ୍ତୁ-RBI: ବଢିଲା ୨ ହଜାର ଟଙ୍କିଆ ନୋଟ ବଦଳି ଅବଧି, ଜାଣନ୍ତୁ ଲାଷ୍ଟ Date କେବେ?


ସେତେବେଳେ ନେପାଳରେ କମ୍ୟୁନିଷ୍ଟ ସରକାର ଥିଲା (Community Government) । ପ୍ରଧାନମନ୍ତ୍ରୀ ବାବୁରାଓ ଭଟ୍ଟାରାଇ ଓ ଶିକ୍ଷାମନ୍ତ୍ରୀ ଦିନାନାଥ ଶର୍ମା ଶିକ୍ଷାମନ୍ତ୍ରୀ ଭାବେ ଏହି ନିଷ୍ପତି ନେଇଥିଲେ । କେବଳ ଓମ୍ ଶବ୍ଦ ନୁହେଁ କମିଟି, ‘ଶ୍ରୀ’ବିଦ୍ଯା, ବୁଦ୍ଧ, ୟୁଦ୍ଧ, ଇନ୍ଦ୍ର, ଦ୍ୱିତ୍ୱ, ଦ୍ୱିବଚନ, ବ୍ରାହ୍ମଣ, ପ୍ରହଲ୍ଲାଦ, ତତ୍ୱ, ଶକ୍ତି ଓ ବୁ୍ଦ୍ଧି ଭଳି ଶବ୍ଦ ହଟାଇବାକୁ ସୁପାରିଶ କରିଥିଲେ । ସୁପ୍ରିମକୋର୍ଟ ସରକାରଙ୍କ ଆଦେଶ ଉପରେ ରହିତାଦେଶ ଲାଗୁ କରିବା ପରେ ମାମଲା ଶୀତଳ ଭଣ୍ଡାରକୁ ଚାଲିଯାଇଥିଲା । କିନ୍ତୁ ୮ ବର୍ଷ ପରେ ପୁଣି ଏହି ମାମଲା ଜୋର ଧରିଛି । ନେପାଳର ମେଣ୍ଟ ସରକାରରେ ସାମିଲ ଥିବା ନେପାଳୀ କଂଗ୍ରେସର ସଦସ୍ଯ ଏହି ମାମଲାରେ ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି। ଷୋଡଷ ଶତାବ୍ଦୀରେ ନେପାଳ ଆସିଥିବା ଖ୍ରୀଷ୍ଟିଆନ୍ ମିଶନାରୀ ଆର୍ଥିକ ଭାବେ ଶକ୍ତିଶାଳୀ ହୋଇଥିବାରୁ ହିନ୍ଦୁ ଧର୍ମକୁ ଦୁର୍ବଳ କରିବାକୁ ଏଭଳି ଷଡ଼ଯନ୍ତ୍ର କରୁଛନ୍ତି । ମିଶନାରୀଙ୍କ ଷଡ଼ଯନ୍ତ୍ରକୁ ସରକାର ସମର୍ଥନ କରୁଛନ୍ତି ବୋଲି ନେପାଳୀ କଂଗ୍ରେସ ଅଭିଯୋଗ କରିଛି । 


ଏହା ବି ପଢନ୍ତୁ-ISIS Terrorist: ଧରା ପଡିଲା ଦୁର୍ଦ୍ଦାନ୍ତ ଆତଙ୍କବାଦୀ, ୩ ଲକ୍ଷ ଟଙ୍କା ଥିଲା ପୁରସ୍କାର ରାଶି