ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ବନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନିଆରା ପ୍ରତିବାଦ। ଝାଲ୍ ମୁଢ଼ି ବିକି କରି କଲେ ଆନ୍ଦୋଳନ। ଧିରେ ଧିରେ ଗୋଟିଏ ପରେ ଗୋଟିଏ ଭିନ୍ନ ଢଙ୍ଗରେ ଆନ୍ଦୋଳନର ମୋଡ ବଦଳାଉଛନ୍ତି ଓୟୁଏଟି ବନ ମହାବିଦ୍ୟାଳୟ ଛାତ୍ରଛାତ୍ରୀ।


COMMERCIAL BREAK
SCROLL TO CONTINUE READING

ସେମାନଙ୍କ ପକ୍ଷରୁ ଚାଲିଥିବା ଏହି ଆନ୍ଦୋଳନ ରବିବାର ସପ୍ତମ ଦିନରେ ପହଞ୍ଚିଛି। ପ୍ରଥମେ ଜୋତା ପଲିସ ଆଉ ଏବେ ଝାଲ ମୁଢି ବିକି ଏକ ନିଆରା ଢଙ୍ଗରେ ଆନ୍ଦୋଳନ କରିଛନ୍ତି ଓୟୁଏଟି ବନ ମହାବିଦ୍ୟାଳୟ (OUAT Forestery College) ଛାତ୍ରଛାତ୍ରୀ। ଦାବି ପୂରଣ ଲାଗି ସେମାନେ ଏପରି ଅଭିନବ ଉପରେ ପ୍ରତିବାଦ କରିଛନ୍ତି। 


ବନ ବିଭାଗରେ (Forest Department) ଖାଲି ପଡୁଥିବା ବିଭିନ୍ନ ପଦ ପଦବୀରେ ନିଯୁକ୍ତି ଲାଗି ସେମାନେ ୪ ବର୍ଷିଆ ପ୍ରଫେସନାଲ ଡିଗ୍ରୀ କୋର୍ସ (Professional Degree Couse) କରୁଛନ୍ତି, ଅଥଚ ନିଯୁକ୍ତି ବେଳେ ଅନ୍ୟ ଆବେଦନକାରୀଙ୍କୁ ସୁଯୋଗ ଦିଆଯାଉଛି। ଯାହା ଦ୍ବାରା ସେମାନେ ପାଠପଢା ପରେ ମଧ୍ୟ ସଠିକ ଭାବେ ନିଯୁକ୍ତ ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି। 


Also Read: ଫରେଷ୍ଟ୍ରୀ କଲେଜରେ ପଢୁଛ କାହିଁ ? ‘ଜୋତା ସଫା କରିବା ପାଇଁ’


 


ଏହାସହ ଚାକିର କ୍ଷେତ୍ରରେ ଅଣ ଅଭିଜ୍ଞଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କହିଛନ୍ତି ଓୟୁଏଟି ବନ ମହାବିଦ୍ୟାଳୟ ଛାତ୍ରଛାତ୍ରୀ। ଫରେଷ୍ଟ ରେଞ୍ଜ ଅଫିସର (Forest Range Officer), ସହାୟକ ବନ ସଂରକ୍ଷକ (Assistant Conservator of Forest), ଓଡିଶା ବନ ବିକାଶ ନିଗମ ଓଏଫଡିସି (Odisha Forest Development Corporation-OFDC) ସହାୟକ ମ୍ୟାନେଜର (Assistant Manager), ଓଏଫଡିସି ଜୁନିୟର ମ୍ୟାନେଜର (OFDC Junior Manager) ଭଳି ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ବିଏସସି ଫରେଷ୍ଟ୍ରୀ (BSC Forestery) ରଖିବାକୁ ସେମାନେ ଦାବି କରିଛନ୍ତି।


Also Read: ଏଣିକି ଘରୋଇ ସ୍କୁଲରେ ପାଠପଢା ହେବ ସହଜ


ଦାବି ପୂରଣ ନହେବା ଯାଏଁ ଏପରି ଭିନ୍ନ ଭିନ୍ନ ଶୈଳୀରେ ଆନ୍ଦୋଳନ ଜାରି ରଖିବେ ତଥା ଆବଶ୍ୟକ ପଡିଲେ ଆତ୍ମାହୁତି ଦେବେ ସେମାନେ ତେତାବନୀ ଦେଇଛନ୍ତି ଓୟୁଏଟି ବନ ମହାବିଦ୍ୟାଳୟ ଛାତ୍ରଛାତ୍ରୀ।