ଏଣିକି ଘରୋଇ ସ୍କୁଲରେ ପାଠପଢା ହେବ ସହଜ
Advertisement
Article Detail0/zeeodisha/odisha854844

ଏଣିକି ଘରୋଇ ସ୍କୁଲରେ ପାଠପଢା ହେବ ସହଜ

ଆରଟିଇ ଅନୁଯାୟୀ ଆର୍ଥିକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀଙ୍କୁ ପ୍ରବେଶ ସ୍ତର ଶ୍ରେଣୀରେ ଘରୋଇ ବିଦ୍ୟାଳୟରେ ୨୫% ସ୍ଥାନ ସଂରକ୍ଷଣ ରହିବ। 

ଏଣିକି ଘରୋଇ ସ୍କୁଲରେ ପାଠପଢା ହେବ ସହଜ

ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ଏଣିକି ଘରୋଇ ସ୍କୁଲରେ ହେବ ମାଗଣା ପାଠପଢା। ଏଥିଲାଗି ଅନଲାଇନ ମାଧ୍ୟମରେ ହେବ ପଞ୍ଜିକରଣ ସହ ଆବେଦନ। ଏହି ଉଦ୍ଦେଶ୍ୟରେ ଉଦଘାଟିତ ହୋଇଛି ଆର.ଟି.ଇ ପାରଦର୍ଶୀ ପୋର୍ଟାଲ। ଭୁବନେଶ୍ୱର ସ୍ଥିତ ଓଡିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ କାର୍ଯ୍ୟାଳୟ ଠାରେ ଏହାକୁ ଉଦଘାଟନ କରିଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ।

୨୦୦୯ ମସିହାରେ ଲାଗୁ ହୋଇଥିବା ଶିକ୍ଷା ଅଧିକାର ଆଇନ-ଆରଟିଇ (Right to Education Act-RTE) ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ଲାଗି ଏହି ବ୍ୟବସ୍ଥା କରାଯାଇଛି। ନିୟମ ମୁତାବକ ସମସ୍ତ ସ୍ବିକୃତୀପ୍ରାପ୍ତ ଘରୋଇ ବିଦ୍ୟାଳୟରେ (Registered Private School) ଅର୍ଥନୈତିକ ଦୁର୍ବଳ ବର୍ଗ (Economically Weaker Section) ଏବଂ ଅନଗ୍ରସର ଶ୍ରେଣୀର (Backward Class) ଛାତ୍ରଛାତ୍ରୀଙ୍କ ଲାଗି ୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବ।

Also Read: Plus Two Exam 2021: ଘୋଷଣା ହେଲା ତାରିଖ

 

ଆର.ଟି.ଇ ପାରଦର୍ଶୀ ପୋର୍ଟାଲ (www.rteparadarshi.odisha.gov.in) ଲୋକାର୍ପିତ ହୋଇଛି। ଏଣିକି ଘରୋଇ ବିଦ୍ୟାଳୟରେ ମାଗଣା ପାଠପଢାରେ ଆସିବ ସ୍ବଚ୍ଛତା। ଆରଟିଇ ଅନୁଯାୟୀ ଆର୍ଥିକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀଙ୍କୁ ପ୍ରବେଶ ସ୍ତର ଶ୍ରେଣୀରେ ଘରୋଇ ବିଦ୍ୟାଳୟରେ ୨୫% ସ୍ଥାନ ସଂରକ୍ଷଣ ରହିବ। ଏହି ପୋର୍ଟାଲ୍ ଜରିଆରେ ଉଭୟ ସ୍କୁଲ ପଞ୍ଜୀକରଣ କରିବା ସହ ଛାତ୍ରଛାତ୍ରୀ ଆବେଦନ କରିବେ।

ଆବେଦନ ପରେ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ହାର୍ଡ କପି ଡକ୍ୟୁମେଣ୍ଟ (Hard Copy Document) ଯାଞ୍ଚ କରି ଯୋଗ୍ୟ ପିଲଙ୍କୁ ରାଜ୍ୟ ସ୍ତରରେ ଅନଲାଇନ ଲଟେରୀ ପାଇଁ ଅନୁମୋଦନ କରିବେ। ଓଡିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ-ଓପେପା (Odisha Primary Education Programme Authority) କାର୍ଯ୍ୟାଳୟରେ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଦ୍ବାରା ଏହା ଲୋକାର୍ପିତ ହେବା ପରେ ଏହାର ଟାଇମଲାଇନ୍ (Timeline) ପ୍ରକାଶ ପାଇଛି।

Also Read: Corona ବଢାଇଲା ସ୍କୁଲ ଚିନ୍ତା; ପୁଣି ଜଣେ ଶିକ୍ଷକ Covid19 Positive

 

ଆସନ୍ତା ଫେବୃୟାରୀ ୨୫ ତାରିଖରୁ ମାର୍ଚ୍ଚ ୨୦ ମଧ୍ୟରେ ସ୍କୁଲର ପଞ୍ଜୀକରଣ କରାଯିବ। ଯାହାକୁ ୨୫ ମାର୍ଚ୍ଚ ସୁଦ୍ଧା ବ୍ଲକ ଶିକ୍ଷା ଅଧିକାରୀ-ବିଇଓ (Block Education Officer-BEO), ଜିଲ୍ଲା ଶିକ୍ଷା ଅଧିକାରୀ-ଡିଇଓ (District Education Officer -DEO) ଯାଞ୍ଚ କରିବେ। ମେ ୬ ତାରିଖରେ ସ୍କୁଲ ଆଲଟମେଣ୍ଟ (School Alertment) ପରେ ୭ ତାରିଖରୁ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ। ଏହି ପ୍ରକ୍ରିୟା ଜୁନ୍ ୭ ତାରିଖ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି।

Also Read: ପିଲାଙ୍କ ହାତରେ ପରୀକ୍ଷା ଦର୍ପଣ, ଏଥର ବୋର୍ଡ ପରୀକ୍ଷା କସରତ୍

୨୦୦୯ ମସିହାରୁ ଯଦିଓ ଶିକ୍ଷା ଅଧିକାର ଆଇନ ଲାଗୁ ହୋଇଥିଲା ଅଫଲାଇନ  ବ୍ୟବସ୍ଥା କାରଣରୁ ଏହା ସଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନଥିଲା। ଏଥିପାଇଁ ସରକାରଙ୍କ ପକ୍ଷରୁ ପ୍ରତି ପିଲା ପିଛା ବାର୍ଷିକ ୧୮ ହଜାର ୬୮୯ ଟଙ୍କା ପ୍ରଦାନ କରାଯାଉଛି। ଏବେ ଏହି ବ୍ୟବସ୍ଥାକୁ ଘରୋଇ ବିଦ୍ୟାଳୟ ପକ୍ଷରୁ ସ୍ବାଗତ କରିଥିବା ବେଳେ ଆବଶ୍ୟକୀୟ ସିଟ୍ ମୁତାବକ ପିଲା ହେଉନଥିବା କହିଛନ୍ତି। ସେପଟେ ଅଭିଭାବକଙ୍କ ପକ୍ଷରୁ ମଧ୍ୟ ଏହାକୁ ସ୍ୱାଗତ କରିଥିବା ବେଳେ ସରକାରଙ୍କ ସ୍ବୀକୃତି ପାଇନଥିବା ମାଳ ମାଳ ବିଦ୍ୟାଳୟ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି।

Also Read: ପରୀକ୍ଷା ପାଇଁ ସଜବାଜ; ଏକାଠି ହେଲେ ଅଭିଭାବକ-ଶିକ୍ଷକ

 

ଏଥିପାଇଁ ବ୍ଲକ-ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରଶିକ୍ଷଣ ଦିଆଯିବ। ଏହାସହ କୌଣସି ଆବଶ୍ୟକୀୟ ସାହାଯ୍ୟ ପାଇଁ ହେଲ୍ପଲାଇନ ନମ୍ବର 080-45683355 ଜାରି କରାଯାଇଛି। ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପ୍ରବେଶ ସ୍ତରରୁ ଅଷ୍ଟମ ପର୍ଯ୍ୟନ୍ତ ଗରିବ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇ ମାଗଣା ବାଧ୍ୟତାମୂଳକ ଶିକ୍ଷା ଦେବେ। ବେସରକାରୀ ଅଣଅନୁଦାନପ୍ରାପ୍ତ ବିଦ୍ୟାଳୟ ମଧ୍ୟ ପ୍ରଥମ କିମ୍ବା ପ୍ରି-ପ୍ରାଇମେରି ଶ୍ରେଣୀରୁ ୨୫% ସିଟ୍‌ ଗରିବ ଛାତ୍ରଛାତ୍ରୀଙ୍କ ଲାଗି ସଂରକ୍ଷଣ ରଖିବେ।

Also Read: ୧୦୦ ଦିନିଆ କଣ୍ଟ ପାଇଁ ବଢିଲା ଅଡୁଆ

 

ଏହି ବ୍ୟବସ୍ଥା ଅନୁଯାଇ ଅବହେଳିତ ଶ୍ରେଣୀର ଯେ କୌଣସି ପିଲା ପ୍ରଥମ ଶ୍ରେଣୀରେ ଏହି ନିୟମ ଅନୁସାରେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଯଦି ସିଟ୍ ଠାରୁ ଆବେଦନ ସଂଖ୍ୟା ଅଧିକ ହୁଏ ତାହେଲେ ଆବଶ୍ୟକସ୍ଥଳେ ଲଟେରୀ ମାଧ୍ୟମରେ ଚୟନ କରାଯିବ। ଏହାସହ ବିଦ୍ୟାଳୟଠାରୁ ଗୋଟିଏ କିମି ଭିତରେ ଥିବା ଛାତ୍ରଛାତ୍ରୀ ନାମ ଲେଖାଇବେ। ଏହା ପରେ ଯଦି ସିଟ୍‌ ଖାଲି ହୁଏ ତାହେଲେ ୩ କିମି, ୫ କିମି କିମ୍ବା ୧୦ କିମି ପରିଧି ଭିତରେ ଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ଲଟେରି ମାଧ୍ୟମରେ କରାଯିବ। ୨୫% ସିଟ୍‌ ମଧ୍ୟରୁ ୧୫%ରେ ଅବହେଳିତ ବର୍ଗର ପିଲା ନାମ ଲେଖାଇବେ। ଏଥିରେ ୧୦% ଏସ୍‌ସି, ଏସ୍‌ଟି, ଏସଇବିସି ବର୍ଗର ଛାତ୍ରଛାତ୍ରୀ ଏବଂ ବାକି ୫% ସିଟ୍‌ରେ ବାସଗୃହ ନଥିବା ଛାତ୍ରଛାତ୍ରୀ, ଶିଶୁ ଶ୍ରମିକ, ରାସ୍ତାପାର୍ଶ୍ବ ଶିଶୁ, ଭିକ୍ଷାବୃତ୍ତି କରୁଥିବା ଆଦି ପିଲାଙ୍କ ନାମଲେଖା ହେବ।