Social Media Platform X Banned: ଏଲନ୍‌ ମସ୍କଙ୍କୁ ବଡ଼ ଝଟ୍‌କା। ଭାରତର ପଡୋଶୀ ଦେଶ ପାକିସ୍ତାନରେ ବ୍ୟାନ୍‌ ହେଲା ସୋଶାଲ ମିଡିଆ ପ୍ଲାଟଫର୍ମ 'X'। ‘ଏକ୍ସ’ କୁ ଦେଶର ସୁରକ୍ଷା ପ୍ରତି ବିପଦ ବୋଲି ଦର୍ଶାଇ ଗତ ଦୁଇ ମାସ ହେଲା ଏହାକୁ ଅସ୍ଥାୟୀ ଭାବେ ବନ୍ଦ କରିଛି ପାକିସ୍ତାନ । ପାକିସ୍ତାନ ଇଣ୍ଟେରିଅର ମନ୍ତ୍ରଣାଳୟ କୋର୍ଟକୁ ସତ୍ୟପାଠ ଦେବା ପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଚଳିତ ବର୍ଷ ପାକିସ୍ତାନରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ପରଠାରୁ ଉପଭୋକ୍ତାମାନେ ‘X’ କୁ ବ୍ୟବହାର କରିପାରୁ ନାହାଁନ୍ତି। ଏବେ ପାକିସ୍ତାନ ସରକାର ବର୍ତ୍ତମାନ ଏଲନ ମସ୍କଙ୍କ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛନ୍ତି। ଜାତୀୟ ସୁରକ୍ଷା କଥା ଦର୍ଶାଇ ପାକିସ୍ତାନ ସରକାର ‘X’ ଉପରେ ବ୍ୟାନ୍‌ ଲଗାଇ ଥିବା ସୂଚନା ମିଳିଛି। ସୋସିଆଲ ମିଡ଼ିଆ ସାଇଟ, ଏକ୍ସକୁ ଅସ୍ଥାୟୀ ଭାବେ ବ୍ୟାନ୍ କରିବାକୁ ପାକିସ୍ତାନ ଇଣ୍ଟେରିୟମର ମନ୍ତ୍ରଣାଳୟ ଗତ ଫେବୃୟାରୀ ମାସରେ ନିର୍ଦ୍ଦେଶ ଦେଇଥିଲେ । ହେଲେ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସର୍ବସାଧାରଣରେ କୌଣସି ଘୋଷଣା କରାଯାଇନଥିଲା । ଏହି ନିର୍ଦ୍ଦେଶ ପରେ ଗତ ଫେବୃୟାରୀରେ ଦେଶରେ ଏକ୍ସ ସାଇଟ ଭଲରେ କାମ କରୁନଥିବା ପାକିସ୍ତାନୀମାନେ ଅଭିଯୋଗ କରିଥିଲେ । ଏନେଇ ଏକ ମାମଲାରେ ବୁଧବାର ପାକିସ୍ତାନ ଅନ୍ତରଣୀ ମନ୍ତ୍ରଣାଳୟ କୋର୍ଟଙ୍କୁ ଏକ ଦଲିଲ ଦେଇଥିଲେ। ଯେଉଁଥିରେ ଏକ୍ସକୁ ବନ୍ଦ କରିବାକୁ ମନ୍ତ୍ରଣାଳାୟ ନିର୍ଦ୍ଦେଶ ଦେଇଥିବା କଥା ଉଲ୍ଲେଖ ରହିଛି ।



ପ୍ରକାଶ ଥାଉ କି, ଫେବୃଆରୀ ୮ ତାରିଖରେ ପାକିସ୍ତାନରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ସମୟରେ ସେଠାକାର ସରକାର ଅନେକ ସୋଶାଲ ମିଡିଆ ପ୍ଲାଟଫର୍ମକୁ ବ୍ଲକ କରି ଦେଇଥିଲେ। ଭୋଟିଂ ଦିନ ପାକିସ୍ତାନରେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ଥିଲା। ତେବେ ନିର୍ବାଚନ ପରେ ଅନେକ ସୋଶାଲ ମିଡିଆ ପ୍ଲାଟଫର୍ମ ପୂର୍ବ ପରି କାମ କରିବା ଆରମ୍ଭ କରିଥିଲା ​​କିନ୍ତୁ X ୟୁଜର୍ସମାନେ ଏହାକୁ ବ୍ୟବହାର କରିପାରି ନଥିଲେ। 


Also Read- ଦୁବାଇରେ ଝଡ଼-ବର୍ଷା ତାଣ୍ତବ: ବନ୍ଦ ରହିଲା ସ୍କୁଲ, ବାତିଲ ହେଲା ଭାରତର ୨୮ଟି ବିମାନ