ଦୁବାଇରେ ଝଡ଼-ବର୍ଷା ତାଣ୍ତବ: ବନ୍ଦ ରହିଲା ସ୍କୁଲ, ବାତିଲ ହେଲା ଭାରତର ୨୮ଟି ବିମାନ
Advertisement

ଦୁବାଇରେ ଝଡ଼-ବର୍ଷା ତାଣ୍ତବ: ବନ୍ଦ ରହିଲା ସ୍କୁଲ, ବାତିଲ ହେଲା ଭାରତର ୨୮ଟି ବିମାନ

Dubai Floods: ଦୁବାଇରେ ବର୍ଷାର ତାଣ୍ତବ । ପ୍ରବଳ ଝଡ଼-ବର୍ଷା ଯୋଗୁଁ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହୋଇଛି । ଗୋଟିଏ ଦିନର ବର୍ଷାରେ ଜଳମଗ୍ନ ହୋଇଛି ମଧ୍ଯ ପୂର୍ବର ଆର୍ଥିକ କେନ୍ଦ୍ର ଦୁବାଇ । ତେବେ ଏପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତର ୨୮ଟି ବିମାନକୁ ବାତିଲ କରାଯାଇଛି ।

ଦୁବାଇରେ ଝଡ଼-ବର୍ଷା ତାଣ୍ତବ: ବନ୍ଦ ରହିଲା ସ୍କୁଲ, ବାତିଲ ହେଲା ଭାରତର ୨୮ଟି ବିମାନ

Dubai Floods: ଦୁବାଇରେ ବର୍ଷାର ତାଣ୍ତବ । ପ୍ରବଳ ଝଡ଼-ବର୍ଷା ଯୋଗୁଁ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହୋଇଛି । ଗୋଟିଏ ଦିନର ବର୍ଷାରେ ଜଳମଗ୍ନ ହୋଇଛି ମଧ୍ଯ ପୂର୍ବର ଆର୍ଥିକ କେନ୍ଦ୍ର ଦୁବାଇ ।  ଅତ୍ୟଧିକ ବର୍ଷା ଯୋଗୁ ରାସ୍ତା, ଘାଟ, ବିମାନବନ୍ଦର ଆଦି ଜଳମଗ୍ନ ହୋଇ ଯାଇଛି। ଏହାବାଦା ଘର ସହ ଆପାର୍ଟମେଣ୍ଟ, ମଲ୍‌ରେ ବି ଆଣ୍ଠୁଏ ଉଚ୍ଚର ପାଣି ପଶିଛି । ତେବେ ଏପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତର ୨୮ଟି ବିମାନକୁ ବାତିଲ କରାଯାଇଛି ।

ରିପୋର୍ଟ ଅନୁଯାୟୀ, ଦୁବାଇ ଏୟାରପୋର୍ଟରୁ ଉଡାଣ ଭରିବାକୁ ଥିବା ଓ ଏଠାକୁ ଯାତ୍ରା କରିବାକୁ ଥିବା ୫୦୦ରୁ ଅଧିକ ବିମାନ ପଥ ପରିବର୍ତ୍ତନ କିମ୍ବା ବାତିଲ୍ କରାଯାଇଛି। ସେଥି ମଧ୍ୟରୁ ଭାରତରୁ ଯାତ୍ରା କରିବାକୁ ଥିବା ଓ ଭାରତରୁ ଉଡ଼ାଣ ଭରିବାକୁ ଥିବା ମୋଟ ୨୮ଟି ବିମାନ ରହିଛି, ଯାହା ସମ୍ପୂର୍ଣ୍ଣ ରୂପେ ବାତିଲ୍ ହୋଇଯାଇଛି। ଅନ୍ୟପଟେ, ବୁଧବାର ପ୍ରବଳ ବର୍ଷା ନେଇ ସମ୍ଭାବନା ଥିବାରୁ ୟୁଏଇର ବିଭିନ୍ନ ସ୍ଥାନରେ ସ୍କୁଲ ବନ୍ଦ ନେଇ ଘୋଷଣା କରାଯାଇଥିବା ବେଳେ ସରକାରୀ କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ଝଡ଼- ବର୍ଷାରେ ବର୍ତ୍ତମାନ ସୁଦ୍ଧା ୧୮ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।

ପ୍ରକାଶ ଥାଉ କି, ଗତକାଲି ଦୁବାଇରେ ରେକର୍ଡ ବର୍ଷା ହୋଇଛି, ଯାହା ୟୁଏଇ ସହର ଗଠନ ପରେ ପ୍ରଥମ ଅଟେ। ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୧୯୭୧ରେ ୟୁଏଇ ଗଠନ ପୂର୍ବରୁ ୧୯୪୯ ମସିହାରେ ଏପରି ଝଡ଼,ବର୍ଷା ହୋଇଥିଲା।  

 

Also Read- Ram Lalla Surya Tilak: ଖାଲି ପାଦ, ଛାତିରେ ହାତ; ପ୍ରଚାର କରିବା ମଝିରେ ରାମଲାଲାଙ୍କ ସୂର୍ଯ୍ୟ ତିଲକ ଏପରି ଦେଖିଲେ ମୋଦୀ

ଦୁବାଇରେ ସୋମବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିଲା ଲଗାଣ ବର୍ଷା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତ ସୋମବାରଠୁ ମଙ୍ଗଳବାର ମଧ୍ୟରେ ଦୁବାଇରେ ୨୪ ଘଣ୍ଟାରେ ସର୍ବାଧିକ ୧୬୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମାତ୍ର ହାରାହାରି ଦେଖିବାକୁ ଗଲେ ପ୍ରତି ବର୍ଷ ଦୁବାଇରେ ୮୮.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥାଏ।