Tarek Fatah Death: ଅପ୍ରେଲ ୨୪ ତାରିଖ ସୋମବାର ୭୩ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସାମ୍ବାଦିକ ତାରିକ ଫତେହ। ୧୯୪୯ ମସିହା ନଭେମ୍ବର ୨୦ ତାରିଖରେ ପାକିସ୍ତାନ କରାଚୀ ଠାରେ ଜନ୍ମଗ୍ରହଣ କରିଥିଲେ ସାମ୍ବାଦିକ ତାରିକ ଫତେହ। ହେଲେ କାନାଡା ଠାରେ ତାଙ୍କର ନିଧନ ହୋଇଯାଇଛି। ହେଲେ ପାକିସ୍ତାନୀ ବଂଶୋଦ୍ଭବ ରହିଥିବା ତାରିକ ଫତେହ ନିଜକୁ ହିନ୍ଦୁସ୍ତାନୀ ବୋଲି କହୁଥିଲେ। ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ପାକିସ୍ତାନୀ ମୂଳର ଇସଲାମୀୟ ବିଦ୍ୱାନ ତାରିକ ଫତେହଙ୍କ ଦେହାନ୍ତ ହୋଇଯାଇଛି। ସୋସିଆଲ ମିଡିଆ ଜଗତରେ ବେଶ୍ ଲୋକପ୍ରିୟ ରହିଥିଲେ ସେ। 


COMMERCIAL BREAK
SCROLL TO CONTINUE READING

ତାରିକ ଫତେହଙ୍କୁ ଅନେକ ସମୟରେ ବିଭିନ୍ନ ଟିଭି ଚ୍ୟାନେଲ ପକ୍ଷରୁ ଆୟୋଜିତ ହେଉ ବିତର୍କ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା​। ପାକିସ୍ତାନ ମୂଳର ଏହି ସାମ୍ବାଦିକ ଜଣଙ୍କ ଜିହାଦର ଜଣେ ଦୃଢ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିଶ୍ୱ ସ୍ତରରେ ଉଭା ହୋଇଥିଲେ। ପାକିସ୍ତାନୀ ବଂଶୋଦ୍ଭବ ସାମ୍ବାଦିକ ଜଣଙ୍କ ସର୍ବଦା କହୁଥିଲେ ଯେ ଅନ୍ୟମାନଙ୍କ ଜୀବନ ନେବା ଜୀହାଦ ନୁହେଁ। ନିଜର ଜୀବନ କାଳରେ ସର୍ବଦା ପାକିସ୍ତାନ ସରକାର ଏବଂ ସେନାର ବିରୋଧୀ ରହିଆସିଥିଲେ। ଏପରିକି ନିଜର ପରିଚୟ ହିନ୍ଦୁସ୍ତାନୀ ବୋଲି ଦର୍ଶାଇବାକୁ ପଛାଉନଥିଲେ। ସାମ୍ବାଦିକ ସହିତ ଜଣେ ସ୍ତମ୍ଭକାର ଏବଂ ଲେଖକ ଭାବରେ ପରିଚିତ ହୋଇଥିଲେ ତାରିକ ଫତେହ।   


ପାକିସ୍ତାନ ମାଟିରେ ଜନ୍ମ ହୋଇଥିଲେ ହିନ୍ଦୁସ୍ତାନୀ ପୁଅ ତାରିକ ଫତେହ
ପାକିସ୍ତାନ ଠାରେ ଜନ୍ମଗ୍ରହଣ କରିଥିବା ତାରିକ ଫତେହ କାନାଡ ଠାରେ ନିଜର ଅତିବାହିତ କରିଥିଲେ। ତାଙ୍କର ନାଗରିକତା ପ୍ରଥମେ ପାକିସ୍ତାନୀ ରହିଥିଲା। ହେଲେ ପରେ ପାକିସ୍ତାନ ମୂଳର ଏହି ସାମ୍ବାଦିକ ଜଣଙ୍କ କାନାଡ ନାଗରିକାତ ସ୍ୱୀକାର ନେଇଥିଲେ।  


ତାରିକ ଫତେହ ୧୯୪୯ ମସିହାରେ ପାକିସ୍ତାନ କରାଚି ସହରରେ ଜନ୍ମଗ୍ରହଣ କରିଥିଲେ। ୧୯୬୦ ଏବଂ ୭୦ ଦଶକରେ ସେ ବାମପନ୍ଥୀ ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ସେହି ସମୟରେ ପାକିସ୍ତାନରେ ସାମରିକ ଶାସନ ଚାଲୁଥିଲା। ନିଜର ଜୀବନ କାଳରେ ତାରିକ ଫତେହଙ୍କୁ ମଧ୍ୟ ୨ ଥର ଜେଲ ଯିବାକୁ ପଡିଲା। ୧୯୭୭ ମସିହାରେ ଜେନେରାଲ ଜିଆ-ଉଲ-ହକ ତାଙ୍କ ବିରୋଧରେ ଦେଶ ପ୍ରତି ବିଶ୍ୱାସଘାତକତା କରିଥିବା ଅଭିଯୋଗ ଆଣିବା ସହିତ ବିଭିନ୍ନ ସମ୍ବାଦପତ୍ର ପାଇଁ ତାଙ୍କ ଦ୍ୱାରା ଲେଖାଯାଉଥିବା ସ୍ତମ୍ଭ ଉପରେ କଟକଣା ଲଗାଇ ଦେଇଥିଲେ। ଦେଶରେ ସାମରିକ ଶାସନ ଜାରି ରହିଥିବା ସମୟରେ ତାଙ୍କର ସେନା ସହିତ ସମ୍ପର୍କ ତିକ୍ତ ହୋଇଉଠିଥିଲା। ଶେଷରେ ୧୯୮୭ ମସିହାରେ ସ୍ୱଦେଶ ଛାଡ଼ି କାନାଡ଼ା ଚାଲିଯାଇଥିଲେ ପାକିସ୍ତାନୀ ସାମ୍ବାଦିକ ତାରିକ ଫତେହ। 


ପାକିସ୍ତାନୀ ସେନା ଦ୍ୱାରା ପାସ୍ତୁନ, ବେଲୁଚ ସମ୍ପ୍ରଦାୟର ଲୋକଙ୍କ ବିରୋଧରେ କରାଯାଉଥିବା ଦମନ ଲୀଳା ବିରୋଧରେ ସ୍ୱର ଉଠାଇ ଚର୍ଚ୍ଚାରେ ରହିଥିଲେ ତାରିକ ଫତେହ। କେବଳ ସେତିକି ନୁହେଁ ଜଣେ ମୁସଲିମ ହୋଇଥିବା ଧର୍ମ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଖୋଲାଖୋଲି ଭାବରେ ଇସଲାମୀୟ ଧର୍ମଗୁରୁଙ୍କୁ ସମାଲୋଚନା କରିବାକୁ ପଛାଉ ନଥିଲେ ପଞ୍ଜାବର ସିଂହ, ହିନ୍ଦୁସ୍ତାନର ପୁଅ, କାନାଡା ପ୍ରେମୀ ଭାବରେ ପରିଚିତ ତାରିକ ଫତେହ।


ପାକିସ୍ତାନୀ ସାମ୍ବାଦିକ ତାରିକ ଫତେହଙ୍କୁ ଛାଡି଼ ପଡ଼ିବାକୁ ଥିଲା ସ୍ୱଦେଶ 
ଜଣେ ରାଜନୈତିକ କାର୍ଯ୍ୟକର୍ତ୍ତା ହେବା ବ୍ୟତୀତ ସହିତ ଜଣେ ଟିଭି କାର୍ଯ୍ୟକ୍ରମ ଉପସ୍ଥାପକ ଏବଂ ଲେଖକ ଭାବରେ ତାଙ୍କୁ ସମଗ୍ର ବିଶ୍ୱରେ ସ୍ୱୀକୃତି ମିଳିଥିଲେ। ତାରିକ ଫତେହଙ୍କର ଦ୍ୱାରା ଲିଖିତ "ଚେଜିଙ୍ଗ୍ ମିରାଜ୍: ଦି ଇସଲାମିକ୍ ଷ୍ଟେଟ୍ ଅଫ୍ ଦି ଇସଲାମିକ୍ ଷ୍ଟେଟ୍" ସର୍ବାଧିକ ବିକ୍ରି ହୋଇଥିବା ପୁସ୍ତକ ତାଲିକାରେ ସାମିଲ ହୋଇଥିଲା। ଏହା ବ୍ୟତୀତ "ଦି ଜୀୟୁଜ ଇଜ ନଟ ମାଇଁ ଏନିମି" ମଧ୍ୟ ବହୁତ ଲୋକପ୍ରିୟତା ହାସଲ କରିଥିଲା।


ତାରିକ ଫତେହ କହୁଥିଲେ ଯେ, ମୁଁ ହେଉଛି ପଞ୍ଜାବର ସିଂହ, ହିନ୍ଦୁସ୍ତାନର ପୁଅ, କାନାଡା ପ୍ରେମୀ, ସତ୍ୟ ପାଇଁ ଓକିଲାତି କରୁଥିବା ଏବଂ ଅନ୍ୟାୟ ବିରୋଧରେ ଲଢେଇ କରୁଥିବା ବ୍ୟକ୍ତି। ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ଝିଅ ନତାଶା ଫତେହ ତାରିକ ଫତେହଙ୍କ ମୃତ୍ୟୁ ସମ୍ପର୍କରେ ଜଣାଇଥିଲେ। ସୋସିଆଲ ମିଡିଆ ମାଧ୍ୟମରେ ନତାଶା ଫତେହ ତାଙ୍କ ବାପା ତାରିକ ଫତେହଙ୍କ ଦ୍ୱାରା କୁହାଯାଉଥିବାସ କଥାର ପୁନରାବୃତ୍ତି କରିଥିଲେ। ଯାହାକୁ ତାରିକ ଫତେହ ନିଜର ଜୀବନ କାଳ ମଧ୍ୟରେ ଅନେକ ସମୟରେ କହୁଥିଲେ। 


ବିନା ଯୁଦ୍ଧରେ ପାକିସ୍ତାନ ଭଳି ଦେଶକୁ ଭିକାରୀ କରିଦେଲେ ନରେନ୍ଦ୍ର ମୋଦି: ତାରିକ ଫତେହ
ଅନେକ ସମୟରେ ତାରିକ ଫତେହ ଖୋଲାଖୋଲି ଭାବେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରିଥିଲେ। ଗତ ୨୦୨୧ ବର୍ଷରେ ପାକିସ୍ତାନୀ ଟିଭି ଚ୍ୟାନେଲ ଉଦ୍ଦେଶ୍ୟରେ ଦେଇଥିବା ଏକ ସାକ୍ଷାତକାର ସମୟରେ ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦି ଗୋଟିଏ ଗୁଳି ନ ଚଳାଇ ମଧ୍ୟ ପାକିସ୍ତାନ ଭଳି ଦେଶକୁ ଭିକାରୀ କରି ଦେଇଥିଲେ। ଏପରି ଏକ ସମୟ ଆସିଯାରିଛି ଯେତେବେଳେ ପାକିସ୍ତାନ ଭାରତର ପ୍ରଧାନମନ୍ତ୍ରୀଙ୍କ ଠାରୁ ଏକଥା ଶିଖିବା ଆବଶ୍ୟକ ଯେ ରାଜନୀତି କିପରି କରିବାକୁ ହୁଏ। 


ଗତ ରବିବାର ତାଙ୍କ ଝିଅ ନତାଶା ଫତେହ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ଯେଉଁଥିରେ କୁହାଯାଇଥିଲା ଯେ, ରବିବାର ଦୁର୍ବଳ ରହିଥିଲା। ବାପା ପୁରୁଣା ବଲିଉଡ ଗୀତ ଶୁଣିଲେ ଏବଂ ସେ ଭାରତ ମାତାଙ୍କୁ କେତେ ଭଲ ପାଆନ୍ତି ତାହା କହିଥିଲେ।


ମୁଁ ରାଜପୁତ ପରିବାରରୁ ଆସିଛି: ତାରିକ ଫତେହ
ଏକ ସାକ୍ଷାତକାରରେ ତାରିକ ଫତେହ କହିଥିଲେ ଯେ, ମୁଁ ଏକ ରାଜପୁତ ପରିବାରରୁ ଆସିଛି। ଯିଏ ୧୮୪୦ ମସିହାରେ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲା। ମୁଁ ପାକିସ୍ତାନ ମାଟିରେ ଜନ୍ମିତ ଜଣେ ଭାରତୀୟ ପୁଅ। ମୁଁ ସଲମାନ ରୁଶଦୀଙ୍କ ପୁସ୍ତକର ମଧ୍ୟରାତ୍ରିର ପିଲାଙ୍କ ମଧ୍ୟରୁ ଅନ୍ୟତମ। ଆମର ଏକ ଗୌରବମୟ ସଭ୍ୟତା ଛଡାଇ ନିଆଯାଇ ଆମକୁ ଶରଣାର୍ଥୀ ଜୀବନ ଯାପନ କରିବାକୁ ବାଧ୍ୟ କରାଯାଇଥିଲା।


ତାରିକ ଫତେହଙ୍କ ଦ୍ୱାରା ଲିଖିତ ପୁସ୍ତକ
"ଦି ଟ୍ରାଜିକ ଇଲ୍ୟୁଜନ ଅଫ୍ ଆନ ଇସଲାମିକ ଷ୍ଟେଟ" (The Tragic Illusion Of An Islamic State) 
"ଦି ଜୀୟୁଜ ଇଜ ନଟ ମାଇଁ ଏନିମି: ଅନଭେଲିଂ ଦି ମିଥସ୍ ଦ୍ୟାଟ୍ ଫୁଏଲ ମୁସଲିମ ଆଣ୍ଟି ସେମିଟିଜିମ" (The Jew is Not My Enemy: Unveiling the Myths that Fuel Muslim Anti-Semitism)
"ଚେଜିଙ୍ଗ୍ ମିରାଜ୍: ଦି ଇସଲାମିକ୍ ଷ୍ଟେଟ୍ ଅଫ୍ ଦି ଇସଲାମିକ୍ ଷ୍ଟେଟ୍" (Chasing a Mirage: The Tragic lllusion of an Islamic State)
" ଇସଲାମିକ ରାଜ୍ୟ କା ଭ୍ରମ" (Islamic Rajya Ka Bhram) (Complete Book)
"ଶରିଆ: ଇସଲାମିକ ରାଜ୍ୟ କା ଭ୍ରମ: ପାର୍ଟ-୩" (Sharia: Islamic Rajya Ka Bhram: Part - III (Hindi Edition)