Pakistan Air Strike: ନୂଆଦିଲ୍ଲୀ: ଆଫଗାନିସ୍ତାନର ପକତିକା ପ୍ରଦେଶର ବାରମଲ ଜିଲ୍ଲା ଉପରେ ପାକିସ୍ତାନ ଏୟାର ଷ୍ଟ୍ରାଇକ କରି ମହିଳା ଓ ଶିଶୁଙ୍କ ସମେତ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶା କରାଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୪ ଡିସେମ୍ବର ରାତିରେ ପାକିସ୍ତାନ ଲାମନ ସମେତ ସାତୋଟି ଗାଁକୁ ଟାର୍ଗେଟ କରିଥିଲା। ଏହି ଗାଁରେ ଗୋଟିଏ ପରିବାରର ପାଞ୍ଚଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା। ଏହି ବିସ୍ଫୋରଣ ପାଇଁ ପାକିସ୍ତାନୀ ଜେଟ୍ ଦାୟୀ ବୋଲି ସ୍ଥାନୀୟ ସୂତ୍ରରୁ ପ୍ରକାଶ। ରିପୋର୍ଟରେ ଦର୍ଶାଯାଇଛି ଯେ ବାରମାଲର ମୁର୍ଗ ବଜାର ଗାଁ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି ଏବଂ ଏହି ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି।


COMMERCIAL BREAK
SCROLL TO CONTINUE READING

ପାକିସ୍ତାନୀ ଆକ୍ରମଣରେ ଚିନ୍ତାରେ ତାଲିବାନ
ଗଣମାଧ୍ୟମ ସୂତ୍ରରୂ ଜଣାପଡିଛି ଯେ ଏୟାର ଷ୍ଟ୍ରାଇକର ତଦନ୍ତ କରାଯାଉଛି। ତାଲିବାନର ପ୍ରତିରକ୍ଷା ମନ୍ତ୍ରଣାଳୟ ବରମାଲ, ପାକତିକା ଉପରେ ଏୟାର ଷ୍ଟ୍ରାଇକ୍ ପରେ ପ୍ରତିଶୋଧ ନେବାକୁ ନେବ ବୋଲି ଆଫଗାନିସ୍ତାନ କହିଛି। ମନ୍ତ୍ରଣାଳୟ କହିଛି ଯେ ସେମାନଙ୍କର ଜମି ଏବଂ ସାର୍ବଭୌମତ୍ୱ ରକ୍ଷା କରିବା ସେମାନଙ୍କର ବୈଧ ଅଧିକାର ଏବଂ ଏହି ଆକ୍ରମଣକୁ ନିନ୍ଦା କରିବା ସହ ଟାର୍ଗେଟରେ ସେମାନଙ୍କ ମଧ୍ୟରେ ୱାଜିରିସ୍ତାନୀ ଶରଣାର୍ଥୀ ଅଛନ୍ତି।


ତେବେ ଏହି ଆକ୍ରମଣକୁ ନେଇ ପାକିସ୍ତାନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। କିନ୍ତୁ ସୀମାବର୍ତ୍ତି ତାଲିବାନର ଆଡ୍ଡା ସ୍ଥଳୀକୁ ଟାର୍ଗେଟ କରି ଏହି ଏୟାର ଷ୍ଟ୍ରାଇକ କରାଯାଇଥିବା ନେଇ ଗଣମାଧ୍ୟମ ରିପୋର୍ଟରୁ ଜଣାଯାଇଛି। ତେବେ ଏହି ଆକ୍ରମଣ ଉଭୟ ପାକିସ୍ତାନ ଓ ଆଫଗାନିସ୍ତାନ ସମ୍ପର୍କ ମଧ୍ୟରେ ତିକ୍ତତା ଦେଖାଦେଇଥିବା ବେଳେ ପାକିସ୍ତାନ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ନେଇ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି। ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ଖାମା ପ୍ରେସର ଏକ ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନରେ ଶାସକ ତାଲିବାନ ଆତଙ୍କବାଦୀଙ୍କୁ ଶରଣ ଦେଉଥିବା ଅଭିଯୋଗ କରି ଏହି ଆକ୍ରମଣ କରାଯାଇଥିବା ନେଇ ଉକ୍ତ ଗଣମାଧ୍ୟମ ସଂସ୍ଥା ପ୍ରକାଶ କରିଛି। 


ତେବେ ଏହି ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶା କରାଯାଉଛି। ତାଲିବାନର ରକ୍ଷା ମନ୍ତ୍ରଣାଳୟର ପ୍ରବକ୍ତା ଇନାୟତୁଲ୍ଲା ଖ୍ୱାରଜମୀ ପାକିସ୍ତାନର ଦାବିକୁ ଖଣ୍ଡନ କରିଛନ୍ତି। ସେ ଏକ୍ସରେ ପୋଷ୍ଟ କରି ଦାବି କରିଛନ୍ତି କି ଏହି ଆକ୍ରମଣରେ ଏକାଧିକ ଶିଶୁ ଓ ଓ ଶରଣାର୍ଥିଙ୍କର ମୃତ୍ୟୁ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ମୃତକଙ୍କ ମଧ୍ୟରେ ଓଜିରିସ୍ତାନୀ ଶରଣାର୍ଥୀଙ୍କ ମୃତ୍ୟୁ ହୋଇଛି। ଏପରିକି ଏକାଧିକ ଶିଶୁ ଓ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ ଅତିକମରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସେ ଦାବି କରିଛନ୍ତି। ଆହୁରି ମଧ୍ୟ ମୃତ୍ୟୁ ସଂଖ୍ୟା ବଢିପାରେ। ଆକ୍ରମଣ ହୋଇଥିବା ସ୍ଥାନରେ ସେନା ଛାନଭିନ କାର୍ଯ୍ୟ ଜାରି ରଖିଛି। ଫଳରେ ମୃତକଙ୍କ ସଂଖ୍ୟା ଆହୁରି ମଧ୍ୟ ବଢିପାରେ ବୋଲି ସେ ଆଶଙ୍କା କରି କହିଛନ୍ତି।