Imran Khan: ପାକିସ୍ତାନର ପୂର୍ବ ପିଏମ ଇମରାନ୍ ଖାନଙ୍କ ବେଳା ଭାରି ଖରାପ ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ପିଟିଆଇ ମୁଖ୍ୟଙ୍କୁ କଥିତ ଭାବେ ଏକ ଛୋଟ ରୁମରେ ରଖାଯାଇଛି। ଯେଉଁଠି ଏକ ସିସିଟିଭି କ୍ୟାମେରା ଲଗାଯାଇ ତାଙ୍କର ପୂରା ଗତିବିଧି ଉପରେ ନଜର ରଖାଯାଉଛି। କେବଳ ରୁମ ନୁହେଁ ରୁମ ସହ ଲାଗିକି ଥିବା ବାଥରୁମରେ ମଧ୍ୟ ତାଙ୍କ ଉପରେ କଡା ନଜର ରଖାଯାଉଛି । ଏମିତିକି ତାଙ୍କ ଶୌଚାଳୟରେ ସେ କଣ କରୁଛନ୍ତି ତାହା ସବୁ ଜଳଜଳ ହୋଇ ସିସିଟିଭି ମାଧ୍ୟମରେ ଦେଖୁଛନ୍ତି ଜେଲ୍ ଅଧିକାରୀ । 


COMMERCIAL BREAK
SCROLL TO CONTINUE READING

ଜଣେ ଅତିରିକ୍ତ ଜିଲ୍ଲା ନ୍ୟାୟାଧିଶ ଜେଲର ନୀରିକ୍ଷଣ ମଧ୍ୟ କରୁଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ସେ କହିଛନ୍ତି ଯେ ଇମରାନ ଖାନ ବର୍ତ୍ତମାନ ମାନସିକ ସ୍ତରରେ ଠିକ୍ ଅଛନ୍ତି। ଅନ୍ୟପଟେ ନିଜ ବାଥରୁମ ପାଖରେ ସିସିଟିଭି ଲାଗିବା ନେଇ କ୍ରୋଧବ୍ୟକ୍ତ କରିଥିବା ଇମ୍ରାନ ଖାନ ଙ୍କ ଚିନ୍ତା କେବଳ ସେତିକି। ଏ ବାବଦରେ ସେ ଜେଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ କହିଛନ୍ତି । ଇମରାନ ଖାନଙ୍କ କହିବା କଥା ଏହା ଜେଲର ନିୟମ ଉଲ୍ଲଂଘନ କରାଯାଉଛି।


Also Read: Raju Panjabi pass away: ଚାଲିଗଲେ ‘ଦେଶୀ ଦେଶୀ ନା ବୋଲା କରୋ ଛୋରୀ ରେ’ ଗୀତର ଗାୟକ..