Imran Khan’s PTI Ban : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ତେହେରିକ-ଇ-ଇନସାଫ (ପିଟିଆଇ) ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ସରକାର ସୋମବାର ପିଟିଆଇ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି।


COMMERCIAL BREAK
SCROLL TO CONTINUE READING

PTI ଉପରେ କାହିଁକି ଲାଗିଲା ବ୍ୟାନ୍?
ପାକ୍ ମିଡିଆ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ସୂଚନା ମନ୍ତ୍ରୀ ତାରାର କହିଛନ୍ତି- ଏହି ନିଷ୍ପତ୍ତି ପୂର୍ବତନ ଶାସକ ଦଳର  ୯ ମେ'ଘଟଣାରେ ସମ୍ପୃକ୍ତ ହେବା ଉପରେ ଆଧାରିତ ଏବଂ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସହିତ ପାକିସ୍ତାନର ଚୁକ୍ତିନାମାକୁ ବିଫଳ କରିବାକୁ ପିଟିଆଇର ପୂର୍ବତନ କିମ୍ବା ବର୍ତ୍ତମାନର ନେତାଙ୍କ ଉଦ୍ୟମକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି।


ସେ ଏହା ମଧ୍ୟ କହିଛନ୍ତି ଯେ ଇମ୍ରାନ ଖାନ ଏବଂ ଅନ୍ୟ ଦୁଇ ବରିଷ୍ଠ ଦଳର ନେତା - ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆରିଫ ଅଲଭି ଓ ରାଷ୍ଟ୍ରୀୟ ବିଧାନସଭାର ପୂର୍ବତନ ଡେପୁଟି ସ୍ପିକର କାସୀମ ସୌରୀଙ୍କ ବିରୋଧରେ ସରକାର ଦେଶଦ୍ରୋହ ମାମଲା ଦାୟର କରିବାକୁ ଯୋଜନା କରାଯାଉଛି ଓ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଏକ ସମୀକ୍ଷା ଆବେଦନ କରିବାକୁ ମଧ୍ୟ ଯୋଜନା କରାଯାଉଛି। ଯେଉଁଥିରେ ଦର୍ଶାଯାଇଛି ଯେ ମହିଳା ଏବଂ ଧାର୍ମିକ ସଂଖ୍ୟାଲଘୁ ସଦସ୍ୟଙ୍କ ପାଇଁ ସଂରକ୍ଷିତ କିଛି ବିଧାନସଭା ଆସନ ବଣ୍ଟନ କରାଯିବା ଉଚିତ।


ସରକାରଙ୍କ ଏହି ପଦକ୍ଷେପକୁ ଦୃଷ୍ଟିରେ ରଖି ପିଟିଆଇ ଚେତାବନୀ ଦେଇଛି ଯେ ଦଳକୁ ବ୍ୟାନ୍ କରିବା ଦେଶର ମୂଳଦୁଆକୁ ମୂଳୋତ୍ପାଟନ କରିପାରେ। ପାର୍ଟି X ପ୍ଲାଟଫର୍ମରେ କହିଛି," କୌଣସି ଦେଶପ୍ରେମୀ ପାକିସ୍ତାନର ସବୁଠୁ ବଡ ତଥା ଲୋକପ୍ରିୟ ଦଳକୁ ନିଷିଦ୍ଧ କରିବାକୁ ଚିନ୍ତା କରିପାରିବେ ନାହିଁ, ଏହା କରିବା ପାକିସ୍ତାନର ମୂଳଦୁଆକୁ ମୂଳୋତ୍ପାଟନ କରିବା ସହ ଦେଶକୁ ଗୃହଯୁଦ୍ଧ ଆଡକୁ ନେବା ସହ ସମାନ ହେବ।"