ନୂଆଦିଲ୍ଲୀ: ଓଡ଼ିଆରେ ଏକ ଲୋକ କଥା ଅଛି ଯେ 'ଚାଲି ନ ଜାଣି ବାଟର ଦୋଷ'। ଅର୍ଥାତ ନିଜ ବିଫଳତା ପାଇଁ ଅନ୍ୟକୁ ଦାୟୀ କରିବା । ପାକିସ୍ତାନରେ (Pakistan) ମଧ୍ୟ ସମାନ ଘଟଣା ଘଟୁଛି । ପାକିସ୍ତାନ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫାୱଦ ଚୌଧୁରୀ (Fawad Chaudhry) ଇମ୍ରାନ ଖାନ ସରକାରକୁ ଭଙ୍ଗା ଯିବା ପଛରେ ଭାରତ ହାତ ଅଛି ବୋଲି କହିଛନ୍ତି । ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଫୱାଦ ଚୌଧରୀ କହିଛନ୍ତି ଯେ ନୱାଜ ସରିଫ ଲଣ୍ଡନରେ ବସି ପାକିସ୍ତାନର ଇମ୍ରାନ ଖାନ ସରକାରକୁ ଭାଙ୍ଗିଦେବାକୁ ଚାହୁଁଛନ୍ତି । ଫୱାଦ ଚୌଧୁରୀ ଆହୁରି ମଧ୍ୟ କହିଛନ୍ତି ଯେ ନୱାଜ ସରିଫଙ୍କ ଭାରତ ସହ ସମ୍ପର୍କ କିପରି ରହିଛି ତାହା ସମସ୍ତେ ଜାଣନ୍ତି । ଫୱାଦ ଚୌଧୁରୀ କହିଛନ୍ତି ଯେ ଭାରତ ଏବଂ ଇସ୍ରାଏଲର ଲୋକଙ୍କ ସହ ନୱାଜ ସରିଫଙ୍କ ବୈଠକ କାହା ଆଗରେ ଅଛପା ନାହିଁ ।


COMMERCIAL BREAK
SCROLL TO CONTINUE READING

କେବଳ ଏତିକି ନୁହେଁ ଫୱାଦ ଚୌଧୁରୀ ପାକିସ୍ତାନୀ ଗଣମାଧ୍ୟମରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଇମ୍ରାନ ସରକାରକୁ ହଟାଇବା ଷଡଯନ୍ତ୍ରରେ ପାକିସ୍ତାନୀ ଗଣମାଧ୍ୟମର କିଛି ଲୋକ ମଧ୍ୟ ଜଡିତ ଅଛନ୍ତି । ଉଲ୍ଲେଖନୀୟ କଥା ହେଉଛି, ପାକିସ୍ତାନର ଇମ୍ରାନ ଖାନ ସରକାରଙ୍କ ପତନ ପ୍ରାୟ ନିଶ୍ଚିତ ବୋଲି ବିଶ୍ୱାସ କରାଯାଏ । ଗୁରୁବାର ଦିନ ବିଳମ୍ବିତ ରାତିରେ ଇମ୍ରାନ ଖାନ ଦେଶକୁ ମଧ୍ୟ ସମ୍ବୋଧିତ କରିପାରନ୍ତି । କୁହାଯାଉଛି ଯେ ଏହି ସମ୍ଭୋଧାନରେ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରି ପାରନ୍ତି । ଇମ୍ରାନ ଖାନ ମଧ୍ୟ ବିଦ୍ରୋହୀ ସାଂସଦଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।


ପାକିସ୍ତାନର ରାଜନୈତିକ ଇତିହାସ ବିଷୟରେ ଜାଣନ୍ତୁ । କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ପାକିସ୍ତାନରେ ମୋଟ ୧୯ ଜଣ ପ୍ରଧାନମନ୍ତ୍ରୀ ରହି ସାରିଛନ୍ତି । ବଡ କଥା ହେଉଛି ଏହି ୧୯ ଜଣ ମଧ୍ୟରୁ କେବଳ ତିନିଜଣ ଏପରି PM ଅଛନ୍ତି, ଯେଉଁମାନେ ଚାରି ବର୍ଷରୁ ଅଧିକ ସମୟ ପାଇଁ PM ପଦବୀରେ ରହିବାକୁ ସକ୍ଷମ ହୋଇଛନ୍ତି । ଏଥିମଧ୍ୟରେ ଲିଆକତ ଅଲ୍ଲୀ ଖାନ, ନୱାଜ ସରିଫ ଏବଂ ୟୁସୁଫ ରାଜା ଗିଲାନିଙ୍କ ନାମ ରହିଛି । ତିନିଥର କାର୍ଯ୍ୟକାଳ ମଧ୍ୟରେ ନୱାଜ ସରିଫ ନଅ ବର୍ଷ ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିବାବେଳେ ବେନଜିର ଭୁଟ୍ଟୋ ଦୁଇ ଥର ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ ।


ଏହା ବି ପଢ଼ନ୍ତୁ: ଗର୍ଭବତୀ ଛେଳିକୁ ଦୁଷ୍କର୍ମ ଓ ହତ୍ୟା, ଯୁବକକୁ ଗିରଫ କଲା ପୋଲିସ


ଏହା ବି ପଢ଼ନ୍ତୁ: Free ରେ ଦେଖନ୍ତୁ IPL ମ୍ୟାଚ୍ ! ମାଗଣା ମିଳୁଛି ଷ୍ଟାର୍ ସ୍ପୋର୍ଟସ୍ ସବସ୍କ୍ରିପସନ୍