ଗର୍ଭବତୀ ଛେଳିକୁ ଦୁଷ୍କର୍ମ ଓ ହତ୍ୟା, ଯୁବକକୁ ଗିରଫ କଲା ପୋଲିସ
Advertisement
Article Detail0/zeeodisha/odisha1139458

ଗର୍ଭବତୀ ଛେଳିକୁ ଦୁଷ୍କର୍ମ ଓ ହତ୍ୟା, ଯୁବକକୁ ଗିରଫ କଲା ପୋଲିସ

କେରଳର କାସରଗୋଡରେ ଜଣେ ବ୍ୟକ୍ତିଙ୍କୁ ଛେଳି ସହ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି । ସେ ତାମିଲନାଡୁର ଅଧିବାସୀ ଏବଂ ଏକ ହୋଟେଲରେ କାମ କରୁଥିଲେ । 

ସାଙ୍କେତିକ ଫଟୋ

ନୂଆଦିଲ୍ଲୀ: କେରଳର କାସରଗୋଡରେ ଚାରି ମାସର ଗର୍ଭବତୀ ଛେଳିକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ତାମିଲନାଡୁର ବାସିନ୍ଦା ସେଂଥଲି ବୋଲି ଜଣା ପଡିଛି, ଯିଏ ଏଠାରେ ଏକ ହୋଟେଲରେ କାମ କରୁଥିଲେ । ହୋଟେଲ ମାଲିକ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ।

ହୋଟେଲ ମାଲିକଙ୍କ କହିଛନ୍ତି, "ମଙ୍ଗଳବାର ଦିନ ରାତି ପ୍ରାୟ ୧୧ ଟା ବେଳେ ଯେତେବେଳେ ଛେଳିର ଗର୍ଜନ ଶୁଣାଗଲା, ସେତେବେଳେ ସମସ୍ତ ଶ୍ରମିକ ଉଠି ପଡ଼ିଥିଲେ ।ଯେତେବେଳେ ମୁଁ ଦେଖିଲି ସେଠାରେ ଏକ ଗର୍ଭବତୀ ଛେଳି ପଡ଼ିଛି ଏବଂ ତା' ଦେହରେ ରକ୍ତ ବାହାରୁଛି । ଲୋକମାନେ ମଧ୍ୟ ଦେଖିଛନ୍ତି ଯେ ବ୍ୟକ୍ତି ଜଣକ ସେଠାରୁ ଦୌଡ଼ି ପଳାଇଥିଲା । ପରେ ତାଙ୍କୁ ଅଭିଯୁକ୍ତ ବୋଲି ଚିହ୍ନଟ କରାଯାଇଥିଲା । ସେଂଥଲି ପ୍ରାୟ ଦୁଇ ବର୍ଷ ଧରି ହୋଟେଲରେ କାମ କରୁଥିଲେ ।"

ପୋଲିସ ସମ୍ପୃକ୍ତ ବିଭାଗ ଅଧୀନରେ ଏକ ମାମଲା ରୁଜୁ କରିଛି । ଏହି ଅପରାଧରେ ସମ୍ପୃକ୍ତ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ମାଲିକ କହିଛନ୍ତି । ତେବେ ଏହି ଅପରାଧରେ କେବଳ ସେଂଥଲି ସମ୍ପୃକ୍ତ ଥିବା ପୋଲିସ କହିଛି । ହୋସଦୁର୍ଗ ଷ୍ଟେସନ ହାଉସ ଅଫିସର କହିଛନ୍ତି ଯେ ଅଭିଯୋଗରେ ଅପ୍ରାକୃତିକ ଅପରାଧ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।

ସେ କହିଛନ୍ତି, ସରକାରୀ ପଶୁ ଡାକ୍ତର ଛେଳିର ପୋଷ୍ଟମର୍ଟମ କରିଥିଲେ । ଏହା ପ୍ରକାଶ ପାଇଛି ଯେ ତା' ସହ ଅପ୍ରାକୃତିକ ଯୌନ ସମ୍ପର୍କ କରାଯାଇଥିଲା । ଏହାର ମୃତ୍ୟୁର ପ୍ରକୃତ କାରଣ ସମ୍ପୂର୍ଣ୍ଣ ରିପୋର୍ଟ ଆସିବା ପରେ ହିଁ ଜଣା ପଡିବ ।

ଏହା ବି ପଢ଼ନ୍ତୁ: Free ରେ ଦେଖନ୍ତୁ IPL ମ୍ୟାଚ୍ ! ମାଗଣା ମିଳୁଛି ଷ୍ଟାର୍ ସ୍ପୋର୍ଟସ୍ ସବସ୍କ୍ରିପସନ୍

ଏହା ବି ପଢ଼ନ୍ତୁ: 'ମୁଁ ଦେଶ ପାଇଁ ମୋର ଜୀବନ ମଧ୍ୟ ଦେଇପାରେ ...'

ଏହା ବି ପଢ଼ନ୍ତୁ: ରାହୁଲ ଗାନ୍ଧୀଙ୍କ ନୌକାକୁ ପାର କରାଇବେ ପ୍ରଶାନ୍ତ କିଶୋର! ଜାଣନ୍ତୁ କ'ଣ ରହିଛି PKଙ୍କ ପ୍ଲାନ୍