ଶ୍ରୀନଗର: କାଶ୍ମୀର ଉପତ୍ୟକାରେ ସୁରକ୍ଷା ବାହିନୀ ପାଇଁ ସୃଷ୍ଟି ହୋଇଛି ଏକ ନୂଆ ବିପଦ। ଏଠାରେ 'ପାର୍ଟ ଟାଇମ୍ ଅର୍ଥାତ ହାଇବ୍ରିଡ୍ ଆତଙ୍କବାଦୀଙ୍କ ଉପସ୍ଥିତି ଦେଶ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରୁଛି। ବାସ୍ତବରେ ପାର୍ଟ ଟାଇମ୍ କିମ୍ବା ହାଇବ୍ରିଡ୍ ଆତଙ୍କବାଦୀ ହେଉଛନ୍ତି ସେହି ବ୍ୟକ୍ତି ଯେଉଁମାନେ ସୁରକ୍ଷା ବାହିନୀ ତାଲିକାରେ ନଥାନ୍ତି ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡି଼ତ ରହିବା ପରେ ପୁନର୍ବାର ନିଜ କାର୍ଯ୍ୟକୁ ଫେରି ଆସନ୍ତି। ଏପରି ଲୋକଙ୍କୁ ଧରିବା ସୁରକ୍ଷା ବାହିନୀ ପାଇଁ ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି।


COMMERCIAL BREAK
SCROLL TO CONTINUE READING

ଉପତ୍ୟକା ଅଞ୍ଚଳରେ ଗତ ୨ ସପ୍ତାହ ମଧ୍ୟରେ ୭ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ଯୁବକଙ୍କ ଦ୍ୱାରା ପିସ୍ତଲ ଦ୍ୱାରା କରାଯାଇଥିବା ଗୁଳିମାଡରେ ପ୍ରାଣ ହରାଇଥିଲେ। ଏହା ପରେ ସୁରକ୍ଷା ବାହିନୀ ଏଭଳି ପାର୍ଟ ଟାଇମ୍ ଆତଙ୍କବାଦୀଙ୍କୁ ଧରିବା ଆରମ୍ଭ କରିଛି ଯେଉଁମାନେ ଗୁପ୍ତ ଭାବରେ ଆତଙ୍କୀ ଘଟଣାରେ ସାମିଲ ଅଛନ୍ତି। 


Also Read: Securuty  Alert: Full  Time ପରେ Kashmir ପାଇଁ ଚିନ୍ତା ବଢାଇଛନ୍ତି Part Time Terrorist 


ଏହି ଘଟଣାରେ ପ୍ରତିକ୍ରିୟା ରଖି କାଶ୍ମୀର ଆଇଜି ବିଜୟ କୁମାର କହିଛନ୍ତି 'ପାର୍ଟ ଟାଇମ୍ ଅର୍ଥାତ ହାଇବ୍ରିଡ୍ ଆତଙ୍କବାଦୀ ହେଉଛନ୍ତି ସେମାନେ ବିଭାଗ ଦ୍ୱାରା ଜାରି ହୋଇଥିବା ତାଲିକାରେ ନାହାଁନ୍ତି ହେଲେ ସେମାନେ ସ୍ଥାନୀୟ ପ୍ରଶିକ୍ଷିତ ଆତଙ୍କବାଦୀ (Local  Trained Terrorists)। ସେମାନେ ଗୋଟିଏ ଦୁଇଟି ଆତଙ୍କୀ ହମଲାରେ ସାମିଲ ହେବା ପରେ ସାଧାରଣ ଲୋକଙ୍କ ଭଳି ଜୀବନଯାପନ କରିଥାନ୍ତି। ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ୯୭ ପିସ୍ତଲ ଉଦ୍ଧାର କରାଯାଇଛି। ଏହା ଦର୍ଶାଉଛି ଯେ ଅଧିକରୁ ଅଧିକ ପିସ୍ତଲ ଏବଂ ଗ୍ରେନେଡ ଆତଙ୍କବାଦୀଙ୍କୁ ଯୋଗାଇ ପାକିସ୍ତାନ କାଶ୍ମୀର ଘାଟିରେ ଭୟର ବାତାବରଣ ସୃଷ୍ଟି କରିବାକୁ ଉଦ୍ୟମ କରୁଛି।


ଚଳିତ ବର୍ଷ କାଶ୍ମୀର ଉପତ୍ୟକାରେ ହୋଇଥିବା ଅଧିକାଂଶ ହତ୍ୟା ପିସ୍ତଲ ମାଧ୍ୟମରେ କରାଯାଇଛି ଏବଂ ଅଧିକାଂଶ ଆକ୍ରମଣ ପାର୍ଟ ଟାଇମ ଆତଙ୍କବାଦୀ ଦ୍ୱାରା କରାଯାଇଛି। ପୋଲିସ ବର୍ତ୍ତମାନ ଏହି ଆକ୍ରମଣ ଉପରେ ଲଗାମ କଷିବାକୁ ଚେଷ୍ଟା କରୁଛି। ବିଗତ କିଛି ଦିନ ହେବ ସାଧାରଣ ଲୋକଙ୍କ ହତ୍ୟା ଘଟଣା ବଢିବା ପରେ ଜାମ୍ମୁ କାଶ୍ମୀର ପୋଲିସ ଏ ମାମଲାରେ ଜେରା କରିବା ପାଇଁ ୫ ଶହରୁ ଅଧିକ ଲୋକଙ୍କୁ ଅଟକ ରଖିଛି।


Also Read: Delhi: ପାକିସ୍ତାନୀ ଆତଙ୍କୀ ମହମ୍ମଦ ଅସରଫ; ନକଲି ପରିଚୟପତ୍ର ସହ ଅସ୍ତ୍ରଶସ୍ତ୍ର ଜବତ


ଏହା ବ୍ୟତୀତ କାଶ୍ମୀର ଆଇଜି କହିଛନ୍ତି ପିସ୍ତଲ ବ୍ୟବହାର କରି ନିରୀହ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ଆତଙ୍କବାଦୀଙ୍କ ଏହା ଏକ ନୂଆ ଉପାୟ। ଚଳିତ ବର୍ଷ ନିହତ ହୋଇଥିବା ସମସ୍ତ ପୋଲିସ୍ କର୍ମଚାରୀ ବିନା ଅସ୍ତ୍ରଶସ୍ତ୍ରରେ ଥିଲେ ଏବଂ ସେମାନଙ୍କ ଦ୍ୱାରା କରାଯାଇଥିବା ଅଧିକାଂଶ ଆକ୍ରମଣ ପିସ୍ତଲ ଦ୍ୱାରା କରାଯାଇଥିଲା। ପିସ୍ତଲକୁ ଗୋଟିଏ ସ୍ଥାନରୁ ନେବା  ଏବଂ ଏହାକୁ ଆକ୍ରମଣ ଭଳି କାର୍ଯ୍ୟରେ ବ୍ୟବହାର କରିବା ଅତି ସହଜ। ପିସ୍ତଲ ବ୍ୟବହାର କରିବା ପାକିସ୍ତାନ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ଏକ ନୂଆ ଉପାୟ। ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା କରାଯାଉଥିବା ଏଭଳି ହମଲା ଉପରେ ନିୟନ୍ତ୍ରଣ ଆଣିବାକୁ ପ୍ରୟାସ କରୁଛି ଦେଶର ସୁରକ୍ଷା ବଳ।