ନୂଆଦିଲ୍ଲୀ:  Today Petrol-Diesel Rate 30 March 2021: ବୈଶ୍ୱିକ ବଜାରରେ ଅଶୋଧିତ ତୈଳ ଦରରେ ହ୍ରାସ ରେକର୍ଡ କରାଯାଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ବିଗତ କିଛି ଦିନ ଧରି ଦେଶରେ ଲଗାତର ତୈଳ ଦରରେ ବୃଦ୍ଧି ଘଟୁଥିଲା ବର୍ତ୍ତମାନ ଆଜି (ମଙ୍ଗଳବାର) ପେଟ୍ରୋଲ-ଡିଜେଲ ଦରରେ ହ୍ରାସ ରେକର୍ଡ କରାଯାଇଛି । ଆଜି ଅର୍ଥାତ ମଙ୍ଗଳବାର ଦେଶର ୪ଟି ମହାନଗରରେ ପେଟ୍ରୋଲ-ଡିଜେଲ ଦର (Petrol-Diesel Rate) ରେ ହ୍ରାସ ଘଟିଛି । 


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଚାଣକ୍ୟ ନୀତି: ଏପରି ଲୋକଙ୍କ ସହ ମିତ୍ରତା ଆପଣଙ୍କୁ କେବେ ସୁଖ ଦେବନାହିଁ


ତୈଳ କମ୍ପାନୀଗୁଡିକ ମଙ୍ଗଳବାର ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ପେଟ୍ରୋଲର ମୂଲ୍ୟ ଯଥାକ୍ରମେ ୨୨ ପଇସା, ୨୧ ପଇସା, ୨୧ ପଇସା, ୧୧ ପଇସା ଏବଂ ୨୩ ପଇସା ହ୍ରାସ କରିଛନ୍ତି । ସେହିପରି ଦିଲ୍ଲୀ, ମୁମ୍ବାଇ, କୋଲକାତା , ଚେନ୍ନାଇରେ ଏବଂ ଭୁବନେଶ୍ୱରରେ ଡିଜେଲର ମୂଲ୍ୟ ଯଥାକ୍ରମେ ୨୩ ପଇସା, ୨୪ ପଇସା, ୨୩ ପଇସା, ୧୪ ପଇସା ଓ ୨୫ ପଇସା ହ୍ରାସ ପାଇଛି ।


ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ପାଖରେ ଅଛି ଗାଡ଼ି ତ ଧ୍ୟାନ ଦିଅନ୍ତୁ; ଗ୍ରୀନ୍ ଟ୍ୟାକ୍ସ ଲାଗୁ କରିବାକୁ ଯାଉଛନ୍ତି ସରକାର, ଜାଣନ୍ତୁ କେତେ କରିବାକୁ ପଡିବ ଜମା


ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୯୦.୫୬ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୯୬.୯୮ ଟଙ୍କା ରହିଛି । କୋଲକାତା ଲିଟର ପିଛା ୯୦.୭୭ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୨.୬୬ ଟଙ୍କା ରହିଛି । ଅନ୍ୟପକ୍ଷେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୯୧.୨୮ ଟଙ୍କା ରହିଛି ।


ଅଧିକ ପଢ଼ନ୍ତୁ:-ଯୁବା ରହିବାର ସହଜ ଉପାୟ, ଜାଣନ୍ତୁ ବ୍ୟାୟାମ ପରେ ପିଇବେ କେଉଁ ଜୁସ୍


ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୦.୮୭ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୮୭.୯୬ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୮୩.୭୫ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୮୫.୯୬ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୮୮.୧୩ ଟଙ୍କା ଦରରେ ବିକ୍ରି ହେଉଛି ।


ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।