ନୂଆଦିଲ୍ଲୀ: Today Petrol-Diesel Rate 20 May 2022: ଆଜି (ଶୁକ୍ରବାର) ଅର୍ଥାତ ମେ' ୨୦ରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ (Petrol Diesel Price) ର ନୂଆ ଦର ଜାରି କରିଦେଇଛନ୍ତି ।  ଆଜି ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ ଘଟି ନାହିଁ । ଦେଶରେ ଦେଢ଼ ମାସରୁ ପେଟ୍ରୋଲ ଓ ଡିଜେଲର ମୂଲ୍ୟ (Petrol-Diesel Price) ରେ ସ୍ଥିର ରହିଛି । ଇଣ୍ଡିଆନ ଅଏଲ କୋର୍ପୋରେଶନ (IOC) ଅନୁଯାୟୀ ଗୁରୁବାର ରାଜଧାନୀ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୧୦୫.୪୧ ଟଙ୍କା ଓ ଗୋଟିଏ ଲିଟର ଡିଜେଲ ୯୬.୬୭ ଟଙ୍କା ରହିଛି ।  ସେହିପରି ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଆଜି କୌଣସି ବୃଦ୍ଧି ଘଟିନାହିଁ । କିନ୍ତୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିଛି ।


COMMERCIAL BREAK
SCROLL TO CONTINUE READING

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୧୦୪.୪୧ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୨୦.୫୧ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୧୫.୧୨ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୧୦.୮୫ ଟଙ୍କା ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୧୨.୯୪ ଟଙ୍କା ରହିଛି । ଗତକାଲି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୧୨.୫୦ ଟଙ୍କା ଥିଲା ।


ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୯୬.୬୭ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୧୦୪.୭୭ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୯୯.୮୩ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୧୦୦.୯୪ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱରରେ ଡିଜେଲ ଦର ୧୦୨.୬୭ ଟଙ୍କାରେ ବିକ୍ରି ହେଉଛି । ସେପଟେ ଗତକାଲି ଗୋଟିଏ ଲିଟର ଡିଜେଲ ଦର ୧୦୨.୨୪ ଟଙ୍କା ଥିଲା ।


ଏହା ବି ପଢ଼ନ୍ତୁ:-ଓଡ଼ିଶାଠୁ ଆରମ୍ଭ କରି ଦିଲ୍ଲୀ-ୟୁପି ପର୍ଯ୍ୟନ୍ତ, ଜାଣନ୍ତୁ କେଉଁ ରାଜ୍ୟରେ କେବେ ପହଞ୍ଚିବ ମୌସୁମୀ


ଏହା ବି ପଢ଼ନ୍ତୁ:-ବଡ଼ ଖୁଲାସା; ଜେଲେନସ୍କିଙ୍କ ପ୍ରେମରେ ପାଗଳ ପୁଟିନଙ୍କ ଝିଅ, ୫ ବର୍ଷ ଧରି ଚାଲିଛି ସମ୍ପର୍କ


ଜାଣନ୍ତୁ ଆପଣଙ୍କ ସହରର ରେଟ୍


ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ ।


ଏଠାରେ ଚେକ୍ କରନ୍ତୁ-https://iocl.com/Products/PetrolDieselPrices.aspx


ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଲର କମିଶନ ଅନ୍ତର୍ଭୁକ୍ତ ଥାଏ ।