ନୂଆଦିଲ୍ଲୀ: Today Petrol-Diesel Rate 25 March 2022: ଦେଶରେ ବିଗତ ଚାରି ଦିନରେ ତୃତୀୟ ଥର ପାଇଁ ତୈଳ ଦର (Fuel Price) ରେ ବୃଦ୍ଧି ରେକର୍ଡ କରାଯାଇଛି । ଏହି ସମୟରେ ଦେଶରେ ତୈଳ ଦରରେ ୨.୪୦ ଟଙ୍କାରୁ ଅଧିକ ବୃଦ୍ଧି ଘଟିଛି । ଆଜି (ଶୁକ୍ରବାର) ଅର୍ଥାତ ମାର୍ଚ୍ଚ ୨୫ରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ (Petrol Diesel Price) ର ନୂଆ ଦର ଜାରି କରିଦେଇଛନ୍ତି । ସେହିପରି ବୈଶ୍ୱିକ ବଜାରରେ ଅଶୋଧିତ ତୈଳର ମୂଲ୍ୟରେ ବୃଦ୍ଧି ଦେଖାଦେଇଛି । ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ (Russia-Ukraine War) ର ପ୍ରଭାବ ବୈଶ୍ୱକ ବଜାରରେ ଅଶୋଧିତ ତୈଳ (Crude Oil Price in International Market) ର ମୂଲ୍ୟ ଉପରେ ପଡ଼ୁଛି । ଯାହା ଫଳରେ ଆଜି ମଧ୍ୟ ଅଶୋଧିତ ତୈଳ ଦରରେ ବୃଦ୍ଧି ରେକର୍ଡ କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ଇଣ୍ଡିଆନ ଅଏଲ କୋର୍ପୋରେଶନ (IOC) ଅନୁଯାୟୀ ଶୁକ୍ରବାର ଦିଲ୍ଲୀରେ ପଟ୍ରୋଲ ଓ ଡିଜେଲ ମୂଲ୍ୟରେ ୮୦ ପଇସାର ବୃଦ୍ଧି ପରେ ପେଟ୍ରୋଲ ୯୭.୮୧ ଟଙ୍କା ଓ ଡିଜେଲ ଲିଟର ପିଛା ୮୯.୦୭ ଟଙ୍କାରେ ପହଞ୍ଚିଛି । ସେହିପରି ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିଛି । 


ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୯୭.୮୧ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୧୨.୫୧ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୦୭.୧୮ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୩.୬୭ ଟଙ୍କା ରହିଛି । 


ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୯.୦୭ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୬.୭୦ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୯୩.୨୨ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୯୩.୭୧ ଟଙ୍କା ରହିଛି । 


ଏହା ବି ପଢ଼ନ୍ତୁ:-ପୁଟିନଙ୍କ ପରମାଣୁ ଅସ୍ତ୍ରକୁ ମାତ୍ ଦେବ ଆମେରିକାର 'ଟାଇଗର' ଟିମ, ଅତି ଘାତକ ଭାବେ କରେ କାମ; ଜାଣନ୍ତୁ ଏହା ବିଷୟରେ...


ଏହା ବି ପଢ଼ନ୍ତୁ:-ଖରାପ ଖବର: ବନ୍ଦ ହେଲା ଆଉ ଏକ ବ୍ୟାଙ୍କ, ଜାଣନ୍ତୁ ଜମା ହୋଇଥିବା ଟଙ୍କା ଫେରସ୍ତ ହେବ କି ନାହିଁ


ଏହା ବି ପଢ଼ନ୍ତୁ:-ପୁଟିନଙ୍କ ଟେନସନ୍ ବଢ଼ାଇଲା ବ୍ରିଟେନ, ଏବେ ଋଷ ପାଇଁ ୟୁକ୍ରେନ ଜିତିବା ହେବ ଅସମ୍ଭବ!


ଜାଣନ୍ତୁ ଆପଣଙ୍କ ସହରର ରେଟ୍


ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ ।


ଏଠାରେ ଚେକ୍ କରନ୍ତୁ-https://iocl.com/Products/PetrolDieselPrices.aspx


ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଲର କମିଶନ ଅନ୍ତର୍ଭୁକ୍ତ ଥାଏ ।