ସାବଧାନ: ୬ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ତୈଳଦର
କୋରୋନା ସଂକଟ (Corona Pandemic) ସମୟରେ ଦରବୃଦ୍ଧି ସାଧାରଣ ଜନତାଙ୍କ ମୁଣ୍ଡ ବିନ୍ଧାଇବାରେ ଲାଗିଛି। ଫଳରେ ଲୋକମାନଙ୍କ ଦୈନନ୍ଦିନ ଜୀବନ ଗୁରୁତର ଭାବେ ପ୍ରଭାବିତ ହେବାରେ ଲାଗିଛି। ପରିବା ଦର (Vegitable Price) ଆକାଶ ଛୁଆଁ ହେଉଥିବା ବେଳେ ଅନ୍ୟାନ୍ୟ ସାମଗ୍ରୀର ଦର ମଧ୍ୟ ବେଶ ଗୁରୁତର ଭାବେ ବୃଦ୍ଧି ପାଇବାରେ ଲାଗିଛି।
ନୂଆଦିଲ୍ଲୀ: କୋରୋନା ସଂକଟ (Corona Pandemic) ସମୟରେ ଦରବୃଦ୍ଧି ସାଧାରଣ ଜନତାଙ୍କ ମୁଣ୍ଡ ବିନ୍ଧାଇବାରେ ଲାଗିଛି। ଫଳରେ ଲୋକମାନଙ୍କ ଦୈନନ୍ଦିନ ଜୀବନ ଗୁରୁତର ଭାବେ ପ୍ରଭାବିତ ହେବାରେ ଲାଗିଛି। ପରିବା ଦର (Vegitable Price) ଆକାଶ ଛୁଆଁ ହେଉଥିବା ବେଳେ ଅନ୍ୟାନ୍ୟ ସାମଗ୍ରୀର ଦର ମଧ୍ୟ ବେଶ ଗୁରୁତର ଭାବେ ବୃଦ୍ଧି ପାଇବାରେ ଲାଗିଛି। ତେବେ ନିକଟ ଭବିଷ୍ୟତରେ ତୈଳଦର (Oil Price)ରେ ୬ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ସୂଚନା ମିଳୁଛି।
ଅଧିକ ପଢନ୍ତୁ: ହାରିଯାଉଥିବା ଯୁବପିଢିଙ୍କ ପାଇଁ ଉଦାହରଣ
ମିଳୁଥିବା ସୂଚନା ମୁତାବକ ସରକାର ତୈଳଦରରେ ଏକ୍ସାଇଜ (Excise Price) ଦର ୬ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି। କୋରୋନା (Corona)ସଂକଟ ସମୟରେ ସରକାରଙ୍କ ଟିକସ ପାଣ୍ଠି (Tax) ଉପରେ ଗୁରୁତର ଭାବେ ପ୍ରଭାବ ପଡ଼ିଛି। ଫଳରେ କୋରୋନା (Corona) କାଳରେ ହୋଇଥିବା କ୍ଷତିର ଭରଣା ପାଇଁ ସରକାର ଚିନ୍ତା କରୁଛନ୍ତି। ଏହି କ୍ଷତିକୁ ଦ୍ରୁତ ଭରଣା ପାଇଁ ସରକାର ତୈଳଦରରେ ଏକ୍ସସାଇଜ (Oil Excise) ରେ ବୃଦ୍ଧି କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।
ଅଧିକ ପଢନ୍ତୁ: ନଭେମ୍ବର ୧୦ରେ ବିଜେପି ସହ ମିଶି ସରକାର ଗଠନ କରିବେ ତେଜସ୍ୱୀ
ସେପଟେ ଏହି ତୈଳଦରରେ ବୃଦ୍ଧି ଘଟିଲେ ସିଧାସଳଖ ସାଧାରଣ ଜନତାଙ୍କ ଉପରେ ପ୍ରଭାବ ପଡ଼ିବ। ଅନୁରୂପ ଭାବେ ଦରଦାମରେ ଦ୍ରୁତ ବୃଦ୍ଧି ମଧ୍ୟ ଘଟିବ। ପରିବା ଦର ଠାରୁ ଆରମ୍ଭ କରି ବାହାରୁ ଆସୁଥିବା ପ୍ରତିଟି ସାମଗ୍ରୀ ଉପରେ ଦର ପ୍ରଭାବିତ ହେବ। ପୂର୍ବରୁ ପରିବା ମାର୍କେଟରେ ଦର ଉଚ୍ଚା ଥିବା ବେଳେ ତୈଳ ଦରରେ ବୃଦ୍ଧି ଘଟିଲେ ଏଥିରେ ଅସ୍ୱଭାବିକ ଭାବେ ବୃଦ୍ଧି ଘଟିବା ନେଇ ଅନୁମାନ କରାଯାଉଛି।