ହାରିଯାଉଥିବା ଯୁବପିଢିଙ୍କ ପାଇଁ ଉଦାହରଣ
Advertisement
Article Detail0/zeeodisha/odisha777842

ହାରିଯାଉଥିବା ଯୁବପିଢିଙ୍କ ପାଇଁ ଉଦାହରଣ

ପୁରୁଣା ଭୁବନେଶ୍ୱରର ସର୍ବପୂରାତନ ସେଲୁନର ମାଲିକ ଦେବରାଜ ବାରିକ ।

ହାରିଯାଉଥିବା ଯୁବପିଢିଙ୍କ ପାଇଁ ଉଦାହରଣ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ବର: ପ୍ରିୟର ଦେବ ମଉସା । ପୁରୁଣା ଭୁବନେଶ୍ୱରର ସର୍ବପୂରାତନ ସେଲୁନର ମାଲିକ ଦେବରାଜ ବାରିକ (Debaraj Barik) । ଖାଲି ମାଲିକ ନୁହେଁ ଏକ ଚର୍ଚ୍ଚିତ ଓ ପୁରୁଣା ଚେହେରା ଭାବେ ପରିଚିତ ଦେବ ମଉସା । ୧୯୬୨ ମସିହାରୁ ୧୪ ବର୍ଷ ବୟସରେ ପୁରୁଣା ଭୁବନେଶ୍ୱର (Bhubaneswar) ବଢେଇବାଙ୍କ ଛକ ନିକଟରେ ସେଲୁନ ଖୋଲି ବ୍ୟବସାୟ କରିଆସୁଛନ୍ତି । ତେବେ ଏପରି ଅନେକ ବାରିକ ତ ଥିବେ ହେଲେ ଦେବରାଜ ମଉସା (Debaraj Barik) ପରିଣତ ବୟସରେ ବି ଅଣ୍ଟା ସଳଖି ଛିଡା ହୋଇଛନ୍ତି ନା କେବେ ଥକିଛନ୍ତି ନା ହାରିଛନ୍ତି । ନିଜ କୌଳିକ ବୃତ୍ତିକୁ ପେସା ଓ ନିଶା ଭାବେ ଆପଣେଇ ଗୋଟିଏ ପରେ ଗୋଟିଏ ପାହାଚ ଚଢିଚାଲିଛନ୍ତି ଆଉ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

ଆହୁରି ପଢନ୍ତୁ: ମୋଦି ସରକାର ନିଜ ପ୍ରଚାର ପାଇଁ ପ୍ରତିଦିନ ଖର୍ଚ୍ଚ କରିଛନ୍ତି ପ୍ରାୟ ୨ କୋଟି ଟଙ୍କା

ସକାଳ ହେଲେ ସାଇକେଲ ଧରି ବାହାରିପଡନ୍ତି ବ୍ୟବସାୟ ଆରମ୍ଭ କରିବାକୁ । ରାସ୍ତାକଡ ଆଢୁଆଳରେ ଭଙ୍ଗା ଦଦରା କୁଜି ଦୋକାନଟିଏ । ଦୋକାନର ନା କୌଣସି ନାମକରଣ ଅଛି ନା ଠିକଣା । କିନ୍ତୁ ସବୁଠି ପରିଚିତ ଆଉ ଚର୍ଚ୍ଚିତ ଚେହେରା । ଏପରି ଜଣେ ବ୍ୟକ୍ତିତ୍ବ ହେଉଛନ୍ତି ଦେବ ମଉସା । ଚମ ଧୁଡୁ ଧୁଡୁ ବୟସ ତଥାପ ହାତରୁ କଇଁଚି, କ୍ଷୁର, ପାନିଆ ଓ ବ୍ରସ୍ କେବେ ଅଟକିନି । ୭୬ ବର୍ଷିୟ ଦେବ ମଉସା ଉକ୍ତ ଅଂଚଳରେ ଦେବ ଭାଇ ନାମରେ ବେଶ୍ ପରିଚିତ । ପରିବାରର ଅଭାବ ହେତୁ ମାତ୍ର ୧୪ ବର୍ଷ ବୟସରେ ହାତରେ କଇଁଚି ଧରିଥିବା ଦେବ ମଉସାଙ୍କ ଅଭିଜ୍ଞତା ଏବେ ପ୍ରାୟ ୬୦ ବର୍ଷ ବିତିଲାଣି । ଯୁଗ ସହ ତାଳ ଦେଇ ଅତ୍ୟାଧୁନିକ ଜ୍ଞାନକୌଶଳ ଯନ୍ତ୍ରାଶ ସମୟରେ ପାର୍ଲର, ମସାଜ ସେଣ୍ଟର ଆଦି ସେଲୁନ ସହ ପ୍ରତିଯୋଗିତା କରି ବ୍ୟବସାୟ କରୁଥିବା କହିଛନ୍ତି ଦେବ ମଉସା ।

ଆହୁରି ପଢନ୍ତୁ: ଗୋଟିଏ ବର୍ଷରେ ଆଳୁର ମୂଲ୍ୟ ୯୨ ପ୍ରତିଶତ ଓ ପିଆଜ ମୂଲ୍ୟ ୪୪ ପ୍ରତିଶତ ବଢ଼ିଛି

ଏପରିକି କୋରୋନା କାଳରେ କଟକଣା ଭିତରେ ବି ହାର ମାନିନାହାନ୍ତି ସେ । ସରକାରଙ୍କ ନିର୍ଦ୍ଦେଶ ମୁତାବକ ମାସ୍କ ପିନ୍ଧିବା ସହ ଦୋକାନ ଏବଂ ବ୍ୟବହୃତ ଯନ୍ତ୍ରାଶକୁ ହଳଦି ଓ ନିମ୍ବ ପାଣିରେ ବିଶୋଧନକୁ ଗୁରୁତ୍ବ ଦେଉଛନ୍ତି ଦେବ ମଉସା । ଲକ ଡାଉନ ପରେ ବି ତାଙ୍କ ହାତର ଯାଦୁ ସମସ୍ତ ନିୟମିତ ଗ୍ରାହକଙ୍କୁ ବାନ୍ଧି ରଖିପାରିଛି । ପିଢି ପରେ ପିଢି ଦୀର୍ଘ ଦଶନ୍ଧି ଧରି ବିଭିନ୍ନ ରାଜନେତା, ଲେଖକ, ଗାଳ୍ପିକ, ଅଭିନେତା ଆଦି ବିଭିନ୍ନ ବର୍ଗର ଲୋକେ ଏଠାରେ ଚୁଟି କାଟି ଆସୁଛନ୍ତି । ଏବେ ତାଙ୍କ ପୁଅ ସହାୟତାରେ ସେଲୁନ ଚଳାଉଥିବା ବେଳେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏହି ସେବା ଯୋଗାଇବେ ବୋଲି ସେ କହିଛନ୍ତି ।

ହରିଚଣ୍ଡି ସାହିର ଯୁବକ ପ୍ରଫୁଲ ସ୍ବାଇଁଙ୍କ ମତରେ ତାଙ୍କ ଜେଜେ ବାପା ଅମଳରୁ ସେ ଏଠାରେ ଚୁଟି କାଟିଆସୁଛନ୍ତି । ଅନେକ ଗ୍ରାହକଙ୍କ କହିବା କଥା ତାଙ୍କର ବ୍ୟବହାର, ଚୁଟି କଟା ଶୈଳି, ଆଦବଦାଇଦା ବେଶ୍ ଉଚ୍ଚ କୁଟିର । ବିଧାୟକ ସୁର ରାଉତରାୟ, ଲିଙ୍ଗରାଜ ମନ୍ଦିରର ବିଭିନ୍ନ ସେବାୟତଙ୍କ ଠାରୁ ଅନେକ ଜଣାଶୁଣା ପରିଚିତ ଚେହେରା ଏଠାରେ ଚୁଟି କାଟିଥିବା କହିଛନ୍ତି ଗ୍ରାହକ।

ଆହୁରି ପଢନ୍ତୁ: ରାଜ୍ୟରେ ହାଡଭଙ୍ଗା ଶୀତ, ୪ ଡିଗ୍ରୀକୁ ଖସିବ ପାରଦ