'ନଭେମ୍ବର ୧୦ରେ ବିଜେପି ସହ ମିଶି ସରକାର ଗଠନ କରିବେ ତେଜସ୍ୱୀ'
Advertisement

'ନଭେମ୍ବର ୧୦ରେ ବିଜେପି ସହ ମିଶି ସରକାର ଗଠନ କରିବେ ତେଜସ୍ୱୀ'

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକସମତା ପାର୍ଟି (RLSP) ର ମୁଖିଆ ଉପେନ୍ଦ୍ର କୁଶୱାହା (Upendra Kushwaha) ଆରଜେଡି (RJD) ନେତା ତଥା ଲାଲୁ ପ୍ରସାଦ ଯାଦବ (Lalu Prasad Yavad) ଙ୍କ ଛୋଟ ପୁଅ ତେଜସ୍ୱୀ ଯାଦବ (Tejashwi Yadav) ଓ ବିଜେପି (BJP) କୁ ନେଇ ଏକ ବୟାନ ଦେଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

'ନଭେମ୍ବର ୧୦ରେ ବିଜେପି ସହ ମିଶି ସରକାର ଗଠନ କରିବେ ତେଜସ୍ୱୀ'

ପାଟନା: Bihar Assembly Election 2020: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ମତଦାନ ଶେଷ ହୋଇସାରିଛି । ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟର ମତଦାନ ପାଇଁ ପ୍ରସ୍ତୁତି ଚାଲିଛି । ଏହା ମଧ୍ୟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକସମତା ପାର୍ଟି (RLSP) ର ମୁଖିଆ ଉପେନ୍ଦ୍ର କୁଶୱାହା (Upendra Kushwaha) ଆରଜେଡି (RJD) ନେତା ତଥା ଲାଲୁ ପ୍ରସାଦ ଯାଦବ (Lalu Prasad Yadav) ଙ୍କ ଛୋଟ ପୁଅ ତେଜସ୍ୱୀ ଯାଦବ (Tejashwi Yadav) ଓ ବିଜେପି (BJP) କୁ ନେଇ ଏକ ବୟାନ ଦେଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।  

ସେ କହିଛନ୍ତି ଯେ, ବିହାରରେ ଆରଜେଡି (RJD) ଓ ବିଜେପି (BJP) ମିଶି ସରକାର ଗଠନ କରିବେ । ବିହାର ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟର ପ୍ରଚାରର ଶେଷ ଦିନ ରବିବାର ପାଟନାରେ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପା ବେଳେ କୁଶୱାହା କହିଛନ୍ତି ଯେ, ମୁଁ ସମ୍ପୂର୍ଣ୍ଣ ଦାୟିତ୍ୱ ସହିତ କହୁଛି ଯେ ଆରଜେଡି ଏବଂ ବିଜେପି ନଭେମ୍ବର ୧୦ରେ ସରକାର ଗଠନ କରିବେ । ଦୁଇ ଦଳ ମଧ୍ୟରେ ବୁଝାମଣା ହୋଇସାରିଛି । ସମସ୍ତେ ଏହି କଥାକୁ ନଭେମ୍ବର ୧୦ ରେ ଦେଖିବେ କ’ଣ ଘଟୁଛି ।

ଅଧିକ ପଢ଼ନ୍ତୁ:-ଆପଣଙ୍କ ଝିଅର ବିବାହ ପାଇଁ ୪୦,୦୦୦ ଟଙ୍କା ଦେଉଛନ୍ତି କି ମୋଦି ସରକାର? ଜାଣନ୍ତୁ ସଂପୂର୍ଣ୍ଣ ମାମଲା

କୁଶୱାହା ତେଜସ୍ୱୀ ଯାଦବଙ୍କ ଉପରେ ବିଜେପି ସହ ସାକ୍ଷାତ କରିବାର ଅଭିଯୋଗ ଆଣିଛନ୍ତି ଏବଂ ଆରଜେଡି ଓ ବିଜେପି ମଧ୍ୟରେ ଡିଲ୍ ହୋଇଛି ବୋଲି କହିଛନ୍ତି । ତେଜସ୍ୱୀ ଯାଦବ କିପରି କହୁଛନ୍ତି ଯେ ଲାଲୁ ଯାଦବ ନଭେମ୍ବର ୯ରେ ଜେଲରୁ ବାହାରିବେ ଏବଂ ତାଙ୍କୁ ଜାମିନ ମିଳିବ । ତେଜସ୍ୱୀ ଯାଦବଙ୍କ ଦାବି ଉପରେ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କାହିଁକି ଚୁପ୍ ଅଛନ୍ତି ବୋଲି କୁଶୱାହା ପ୍ରଶ୍ନ କରିଛନ୍ତି । କୁଶୱା ଆହୁରି ମଧ୍ୟ କହିଛନ୍ତି ଯେ, ତେଜସ୍ୱୀ ପ୍ରସାଦ ଯାଦବ ଜେଲ ଯିବାକୁ ଭୟ କରୁଛନ୍ତି । ତେଣୁ ସେ ବିଜେପିକୁ ବିରୋଧ କରୁନାହାଁନ୍ତି । ତେଜସ୍ୱୀ ବିଜେପି ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ବିଜେପି ପରିବର୍ତ୍ତେ କଂଗ୍ରେସ ପାଇଁ ଭୋଟ ମାଗିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦେଖନ୍ତୁ ଭିଡିଓ

କୁଶୱାହା କହିଛନ୍ତି ଯେ ନୀତିଶ କୁମାର ତାଙ୍କ ପରାଜୟ ଦେଖି ଚିନ୍ତିତ ହୋଇପଡ଼଼ିଛନ୍ତି । ସେ ସଭାଗୁଡ଼ିକରେ ଅବାନ୍ତର କଥା ହେଉଛନ୍ତି । ଜେଡିୟୁ ମୋ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ହିଂସକ ହୋଇଯାଇଛି । ପୁର୍ଣ୍ଣିଆରେ ଆମର କାର୍ଯ୍ୟକର୍ତ୍ତାଙ୍କୁ ଗୁଳି କରାଯାଇଛି । ଶାସକ ଦଳର ଲୋକମାନେ ଧମକ ଦେଉଛନ୍ତି । ମୁଁ ନିର୍ବାଚନ ଆୟୋଗକୁ ପ୍ରାର୍ଥୀ ଉପରେ ହୋଇଥିବା ଆକ୍ରମଣର ତଦନ୍ତ କରିବାକୁ ଦାବି କରୁଛି ।