ନୂଆଦିଲ୍ଲୀ: Today Petrol-Diesel Rate 11 August 2021: ସରକାରୀ ତୈଳ କମ୍ପାନୀଗୁଡ଼ିକ ଆଜି (ବୁଧବାର) ମଧ୍ୟ ଇନ୍ଧନ ମୂଲ୍ୟ (Fue Price) ରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । ଯାହା ଫଳରେ ଆଜି ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟ (Petrol-Diesel Price) ସ୍ଥିର ରହିଛି । ଏହା ପରେ ଲଗାତର ୨୫ ଦିନ ହେବ ଦେଶରେ ପେଟ୍ରୋଲ ମୂଲ୍ୟ କୌଣସି ପରିବର୍ତ୍ତନ ଘଟିନାହିଁ । ସେହିପରି ଡିଜେଲ ମୂଲ୍ୟ ମଧ୍ୟ ବିଗତ ୨୬ ଦିନ ସ୍ଥିର ରହିଛି । ଅନ୍ୟପଟେ ଅନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳ ମୂଲ୍ୟ (Crude Oil Price) ରେ ହ୍ରାସ ଦେଖାଦେଇଛି । କିନ୍ତୁ ଏହାର କୌଣସି ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳୁନାହିଁ । ଇଣ୍ଡିଆନ ଅଏଲ କୋପୋର୍ରେଶନ (IOC) ଅନୁଯାୟୀ ବୁଧବାର ଦିଲ୍ଲୀରେ ପେଟ୍ରୋଲ ୧୦୧.୮୪ ଟଙ୍କା ଓ ଡିଜେଲ ଲିଟର ପିଛା ୮୯.୮୭ ଟଙ୍କା ରହିଛି । ଦେଶର ଅନ୍ୟ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଛି ।


COMMERCIAL BREAK
SCROLL TO CONTINUE READING

ଆପଣଙ୍କୁ କହି ରଖୁଛୁ ଯେ, ଶେଷ ଥର ପାଇଁ ଜୁଲାଇ ୧୭ରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ମହଙ୍ଗା ହୋଇଥିଲା । ସେପଟେ ଦେଶର ବଡ଼ ବଡ଼ ସହର ସମେତ ବିଭିନ୍ନ ସ୍ଥାନରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଉପରେ ସ୍ଥିର ରହିଛି । ଡିଜେଲ ଦର ମଧ୍ୟ ୧୦୦ ପାଖାପାଖି ପହଞ୍ଚିସାରିଛି । 


ଅଧିକ ପଢ଼ନ୍ତୁ:-LIC ର ଏହି ପଲିସିରେ ପ୍ରତିଦିନ ୨୮ ଟଙ୍କା ନିବେଶ କରି ପାଇପାରିବେ ୨୬ ଲକ୍ଷ ଟଙ୍କା! ଜାଣନ୍ତୁ କେମିତି...


୧୯ଟି ରାଜ୍ୟରେ ୧୦୦ ପାର କରିଛି ପେଟ୍ରୋଲ


ଦେଶର ଅତି କମରେ ୧୯ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି । ଯେଉଁଥିରେ ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ହରିୟାଣା, ଜମ୍ମୁ କଶ୍ମୀର, ଓଡିଶା, ଲଦାଖ, ବିହାର, କେରଳ, ପଞ୍ଜାବ, ସିକ୍କିମ ଏବଂ ନାଗାଲାଣ୍ଡ ଅନ୍ତର୍ଭୁକ୍ତ ରହିଛି ।


ସୂଚନାଯୋଗ୍ୟ, ଚଳିତ ବର୍ଷ ଏପ୍ରିଲ ପରେ ବର୍ତ୍ତମାନ ପର୍ଯ୍ୟନ୍ତ ପେଟ୍ରୋଲ ମୂଲ୍ୟ ୩୯ ଥର ବୃଦ୍ଧି ପାଇଛି । ଏଥି ସହିତ ଡିଜେଲର ଦର ୩୬ ଥର ବୃଦ୍ଧି ପାଇଛି । ଯେଉଁ କାରଣରୁ ପେଟ୍ରୋଲ ଓ ଡିଜେଲର ଦର ଦେଶର ସମସ୍ତ ରାଜ୍ୟରେ ରେକର୍ଡ ସ୍ତରରେ ପହଞ୍ଚିଛି । ବିରୋଧୀଙ୍କ ପ୍ରଶ୍ନର ଉତ୍ତରରେ ସରକାର ଲୋକସଭାରେ ଏହି ସୂଚନା ଦେଇଛନ୍ତି । ଏହି ସମୟ ମଧ୍ୟରେ ପେଟ୍ରୋଲ ଦର ଥରେ ଓ ଦୁଇଥର ଡିଜେଲ ମୂଲ୍ୟ ହ୍ରାସ କରାଯାଇଥିଲା ।


ଅଧିକ ପଢ଼ନ୍ତୁ:-ମହଙ୍ଗା ଭତ୍ତା ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କୁ ମିଳିଲା ଆଉ ଏକ ଖୁସି ଖବର


ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୧୦୧.୮୪ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୦୭.୮୩ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୦୨.୦୮ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨.୪୯ ଟଙ୍କା ରହିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୨.୬୬ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି । ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୧୦୫.୨୫ ଦରରେ ବିକ୍ରି ହେଉଛି । ସେପଟେ ରାଜସ୍ଥାନର ରାଜଧାନୀ ଜୟପୁରରେ ପେଟ୍ରୋଲ ଲିଟର ପିଛା ୧୦୮.୯୪ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ପାଟନାରେ ୧୦୪.୭୯ ଓ ତିଭେନ୍ଦ୍ରମରେ ୧୦୩.୯୬ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି ।


ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୯.୮୭ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୭.୪୫ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୯୩.୦୨ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୯୪.୩୯ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ୯୭.୯୫ ଟଙ୍କା ଦରରେ ବିକ୍ରି ହେଉଛି ।


ଅଧିକ ପଢ଼ନ୍ତୁ:-ଏହି ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଖୁବ୍ ଶୀଘ୍ର ପୁଣିଥରେ ବଢ଼ିବ ମହଙ୍ଗା ଭତ୍ତା? ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ...


ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।