ନୂଆଦିଲ୍ଲୀ: Today Petrol-Diesel Rate 19 October 2021: ଆଜି (ମଙ୍ଗଳବାର) ଅର୍ଥାତ ଅକ୍ଟୋବର ୧୯ରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ (Petrol Diesel Price) ର ନୂଆ ଦର ଜାରି କରିଦେଇଛନ୍ତି । ଲଗାତର ଦ୍ୱିତୀୟ ଦିନ ହେବ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଇଣ୍ଡିଆନ ଅଏଲ କୋର୍ପୋରେଶନ (IOC) ଅନୁଯାୟୀ ଗୁରୁବାର ଦିଲ୍ଲୀରେ ପେଟ୍ରୋଲ ୧୦୫.୮୪ ଟଙ୍କା ଓ ଡିଜେଲ ଲିଟର ପିଛା ୯୪.୫୭ ଟଙ୍କା ରହିଛି । ସେହିପରି ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଛି ।


COMMERCIAL BREAK
SCROLL TO CONTINUE READING

ଆନ୍ତର୍ଜାତୀୟ ତୈଳ ମୂଲ୍ୟରେ ବୃଦ୍ଧି ପରେ ସେପ୍ଟେମ୍ବର ୨୮ରେ ପେଟ୍ରୋଲ ମୂଲ୍ୟ ଓ ସେପ୍ଟେମ୍ବର ୨୪ରେ ଡିଜେଲର ଦାମ୍ ଉପରେ ଲାଗିଥିବା ବ୍ରେକ୍ ଶେଷ କରିଦେଇଥିଲା । ସେବେଠାରୁ ଏହା ପେଟ୍ରୋଲ ମୂଲ୍ୟରେ ୧୬ ଥର ଓ ଡିଜେଲ ମୂଲ୍ୟରେ ୧୯ ଥର ବୃଦ୍ଧି ଘଟିଛି । ୧୯ ଦିନରେ ପେଟ୍ରୋଲର ମୂଲ୍ୟ ୪.୬୫ ଟଙ୍କା ଓ ଡିଜେଲର ମୂଲ୍ୟ ଲିଟର ପିଛା ୫.୯୫ ଟଙ୍କା ବୃଦ୍ଧି ପାଇଛି ।


ଏହି ରାଜ୍ୟଗୁଡ଼ିକରେ ପେଟ୍ରୋଲ ମୂଲ୍ୟ ୧୦୦ ଟଙ୍କା ଅତିକ୍ରମ କରିଛି 


ଏଠାରେ କହି ରଖୁଛୁ ଯେ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଓଡିଶା, ଜମ୍ମୁ କଶ୍ମୀର ଏବଂ ଲଦାଖରେ ପେଟ୍ରୋଲର ମୂଲ୍ୟ ୧୦୦ ଟଙ୍କା ଅତିକ୍ରମ କରିଛି । 


ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୧୦୫.୮୪ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୧୧.୭୭ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୦୬.୪୩ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୩.୦୧ ଟଙ୍କା ରହିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୬.୭୭ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି । ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୧୦୯.୫୩ ଦରରେ ବିକ୍ରି ହେଉଛି । ସେପଟେ ରାଜସ୍ଥାନର ରାଜଧାନୀ ଜୟପୁରରେ ପେଟ୍ରୋଲ ଲିଟର ପିଛା ୧୧୩.୦୧ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ପାଟନାରେ ୧୦୯.୫୫ ଓ ତିଭେନ୍ଦ୍ରମରେ ୧୦୭.୭୮ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି । ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପେଟ୍ରୋଲ ୧୦୨.୫୮ ଟଙ୍କା ଦରରେ ବିକ୍ରି ହେଉଛି । ଗୁରୁଗ୍ରାମରେ ପେଟ୍ରୋଲ ୧୦୩.୦୯ ଟଙ୍କା ଓ ନୋଏଡାରେ ପେଟ୍ରୋଲ ୧୦୩.୦୨ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ଚଣ୍ଡିଗଡ଼ରେ ପେଟ୍ରୋଲ ୧୦୧.୮୭ ଓ ହାଇଦ୍ରାବାଦରେ ୧୧୦.୦୯ ଟଙ୍କା ରହିଛି ।


ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୯୪.୫୭ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୧୦୨.୫୨ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୯୭.୬୮ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୯୮.୯୨ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ୧୦୩.୧୫ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ବେଙ୍ଗାଲୁରୁରେ ଡିଜେଲ ୧୦୦.୩୭ ଟଙ୍କା ଓ ହାଇଦ୍ରାବାଦରେ ୧୦୩.୧୮ ଟଙ୍କା ଦରରେ ମିଳୁଛି । ଜୟପୁରରେ ଡିଜେଲ ମୂଲ୍ୟ ଲିଟର ପିଛା ୧୦୪.୨୦ ଟଙ୍କା ରହିଥିବା ବେଳେ ପାଟନାରେ ଏହା ୧୦୧.୪୩ ଟଙ୍କାରେ ମିଳୁଛି । ତିଭେନ୍ଦ୍ରମରେ ମଧ୍ୟ ଡିଜେଲ ମୂଲ୍ୟ ଲିଟର ପିଛା ୧୦୧.୩୮ ଟଙ୍କାରେ ପହଞ୍ଚିଛି ।


ଏହା ବି ପଢ଼ନ୍ତୁ:-ଏହି କିମ୍ବଦନ୍ତୀ କ୍ରିକେଟରଙ୍କ ହେଲା ଅଚାନକ ନିଧନ, କ୍ରୀଡା ଜଗତରେ ଶୋକର ଛାୟା


ଏହା ବି ପଢ଼ନ୍ତୁ:-ଆଜି ମଙ୍ଗଳବାର: ହନୁମାନଙ୍କ ପୂଜା କରନ୍ତୁ, ଏସବୁ ଲାଭ ପାଆନ୍ତୁ


ଏହା ବି ପଢ଼ନ୍ତୁ:-ଏସବୁ ରୋଗ ପାଇଁ ରାମବାଣ ହୋଇଥାଏ ରସୁଣ, ଜାଣନ୍ତୁ ଏହାର ଅନ୍ୟାନ୍ୟ ଆଶ୍ଚର୍ଯ୍ୟଜନକ ଉପକାର


ଜାଣନ୍ତୁ ଆପଣଙ୍କ ସହରର ରେଟ୍


ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ ।


ଏଠାରେ ଚେକ୍ କରନ୍ତୁ-https://iocl.com/Products/PetrolDieselPrices.aspx


ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।