ଏହି କିମ୍ବଦନ୍ତୀ କ୍ରିକେଟରଙ୍କ ହେଲା ଅଚାନକ ନିଧନ, କ୍ରୀଡା ଜଗତରେ ଶୋକର ଛାୟା
Advertisement

ଏହି କିମ୍ବଦନ୍ତୀ କ୍ରିକେଟରଙ୍କ ହେଲା ଅଚାନକ ନିଧନ, କ୍ରୀଡା ଜଗତରେ ଶୋକର ଛାୟା

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶରୀରରେ ସୁଗାର ସ୍ତର ଅଧିକ ଥିବାରୁ ରକ୍ତ ସଞ୍ଚାଳନରେ ଅସୁବିଧା ହେତୁ ତାଙ୍କ ଡାହାଣ ଗୋଡକୁ ଚଳିତ ମାସରେ କାଟିକୁ ପଡ଼ିଥିଲା ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: Former Sri Lankan cricketer Bandula Warnapura passes away: ଶ୍ରୀଲଙ୍କାର ପ୍ରଥମ ଟେଷ୍ଟ ଅଧିନାୟକ ବାନ୍ଦୁଲା ୱର୍ନାପୁରା(Bandula Warnapura) ଙ୍କ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ସମୟରେ ନିଧନ ହୋଇଯାଇଛି । ସୁଗାର ସ୍ତର ବଢ଼ିବା ପରେ ୬୮ ବର୍ଷୀୟ ପୂର୍ବତନ କ୍ରିକେଟରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ୧୯୮୨ ମସିହାରେ ଶ୍ରୀଲଙ୍କାର କଲମ୍ବୋରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ବାନ୍ଦୁଲା ଅଧିନାୟକ ଥିଲେ । ସେ ତିନୋଟି ଟେଷ୍ଟ ଓ ୧୨ଟି ODI ଖେଳିଛନ୍ତି ।

କାଟିବାକୁ ପଡିଥିଲା ଗୋଡ଼

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶରୀରରେ ସୁଗାର ସ୍ତର ଅଧିକ ଥିବାରୁ ରକ୍ତ ସଞ୍ଚାଳନରେ ଅସୁବିଧା ହେତୁ ତାଙ୍କ ଡାହାଣ ଗୋଡକୁ ଚଳିତ ମାସରେ କାଟିକୁ ପଡ଼ିଥିଲା । ଫେବୃଆରୀ ୧୯୮୨ରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାର ନେତୃତ୍ୱ କରିବା ବ୍ୟତୀତ ସେ (Bandula Warnapura) ଦେଶ ତରଫରୁ ଟେଷ୍ଟ କ୍ରିକେଟର ଭାବେ ପ୍ରଥମ ବଲର ସାମ୍ନା କରିବା ତଥା ଦେଶ ପାଇଁ ପ୍ରଥମ ରନ୍ ସ୍କୋରର ମଧ୍ୟ କରିଥିଲେ । ଏହି ମ୍ୟାଚ୍‌ରେ ସେ ଉଭୟ ବ୍ୟାଟିଂ ଓ ବୋଲିଂରେ (ଦ୍ୱିତୀୟ ଇନିଂସରେ) ଶ୍ରୀଲଙ୍କା ପାଇଁ ଡେବ୍ୟୁ କରିଥିଲେ ।

ଶୋକରେ କ୍ରୀଡା ଜଗତ 

ତାଙ୍କ (Bandula Warnapura) ନିଧନକୁ ନେଇ ଶ୍ରୀଲଙ୍କା କ୍ରିକେଟ୍ (SLC) ସମବେଦନା ଜଣାଇଛି । ଏସଏଲସି ମୁଖ୍ୟ ଶ୍ୟାମି ସିଲଭା ଏକ ବୟାନରେ କହିଛନ୍ତି ଯେ, "ଶ୍ରୀଲଙ୍କାର ପ୍ରଥମ ଟେଷ୍ଟ ଅଧିନାୟକ (First Test Captain of  Sri Lanka) ଥିବା ବାନ୍ଦୁଲା ୱର୍ନାପୁରା (Bandula Warnapura) ଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ଦୁଃଖିତ । କ୍ରିକେଟ୍ ଜଗତ ପାଇଁ ଏହି ମୃତ୍ୟୁ ଏକ ବଡ଼ କ୍ଷତି ।"

ଏହା ବି ପଢ଼ନ୍ତୁ:-ଆଜି ମଙ୍ଗଳବାର: ହନୁମାନଙ୍କ ପୂଜା କରନ୍ତୁ, ଏସବୁ ଲାଭ ପାଆନ୍ତୁ

ଏହା ବି ପଢ଼ନ୍ତୁ:-ଏସବୁ ରୋଗ ପାଇଁ ରାମବାଣ ହୋଇଥାଏ ରସୁଣ, ଜାଣନ୍ତୁ ଏହାର ଅନ୍ୟାନ୍ୟ ଆଶ୍ଚର୍ଯ୍ୟଜନକ ଉପକାର

ଏହା ବି ପଢ଼ନ୍ତୁ:-ପ୍ରତିଦିନ ସକାଳେ ଖାଆନ୍ତୁ ଗଜା ବୁଟ, ମିଳିବ ଏସବୁ ଲାଭ

ଲଗାଯାଇଥିଲା ପ୍ରତିବନ୍ଧକ 

୧୯୭୫ରୁ ୧୯୮୨ ପର୍ଯ୍ୟନ୍ତ ଚାରୋଟି ଟେଷ୍ଟ ଓ ୧୨ଟି ODI ରେ ୱର୍ନାପୁରା (Bandula Warnapura) ଦେଶର ପ୍ରତିନିଧିତ୍ୱ କରିଥିଲେ । ଯଦିଓ ୧୯୮୨-୮୩ ମସିହାରେ ବର୍ଣ୍ଣଭେଦ ଯୁଗରେ ବିଦ୍ରୋହୀ ଦଳ ସହିତ ଦକ୍ଷିଣ ଆଫ୍ରିକା ଗସ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ପରେ ଶ୍ରୀଲଙ୍କା କ୍ରିକେଟ୍ ତାଙ୍କ ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇଥିଲା । ପରେ ସେ ଜାତୀୟ ଦଳର ପ୍ରଶିକ୍ଷକ ତଥା ଶ୍ରୀଲଙ୍କା କ୍ରିକେଟର ପ୍ରଶାସକ ଭାବରେ କାର୍ଯ୍ୟ କରିଥିଲେ ।