ନୂଆଦିଲ୍ଲୀ: Today Petrol-Diesel Rate 8 October 2021: ଦେଶରେ ପେଟ୍ରୋଲ-ଡିଜେଲର ଦର କମ୍ ହେବାର ନାଁ ନେଉନାହିଁ । ଦେଶର ରାଜଧାନୀ ସମେତ ସମସ୍ତ ମହାନଗରରେ ଇନ୍ଧନ ମୂଲ୍ୟରେ (Fuel Price) ଲଗାତର ବୃଦ୍ଧି ଘଟିବାରେ ଲାଗିଛି । ଆଜି ଅର୍ଥାତ ଅକ୍ଟୋବର ୮ରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ (Petrol Diesel Price) ର ନୂଆ ଦର ଜାରି କରିଦେଇଛନ୍ତି । ଆଜି ପେଟ୍ରୋଲ ଲିଟର ପିଛା ମୂଲ୍ୟ ୩୦ ପଇସା ଓ ଡିଜେଲ ମୂଲ୍ୟ ୩୫ ପଇସା ବୃଦ୍ଧି ପାଇଛି । ତୈଳ ଦର ବୃଦ୍ଧି ପଛରେ ବୈଶ୍ୱିକ ବଜାରରେ ଅଶୋଧିତ ତୈଳ (Crude Oil) ଦରରେ ବୃଦ୍ଧି ମୁଖ୍ୟ କାରଣ ବୋଲି କୁହାଯାଉଛି । କାରଣ ବିଗତ କିଛି ଦିନ ଧରି ଅନ୍ତର୍ଜାତୀୟ ମାର୍କେଟରେ ଅଶୋଧି ତୈଳ ଦରରେ ଲଗାତର ବୃଦ୍ଧି ରେକର୍ଡ କରାଯାଉଛି । ଇଣ୍ଡିଆନ ଅଏଲ କୋର୍ପୋରେଶନ (IOC) ଅନୁଯାୟୀ ଶୁକ୍ରବାର ଦିଲ୍ଲୀରେ ପେଟ୍ରୋଲ ୧୦୩.୫୪ ଟଙ୍କା ଓ ଡିଜେଲ ଲିଟର ପିଛା ୯୨.୧୨ ଟଙ୍କା ରହିଛି । ସେପଟ ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ଏହି ରାଜ୍ୟଗୁଡ଼ିକରେ ପେଟ୍ରୋଲ ମୂଲ୍ୟ ୧୦୦ ଟଙ୍କା ଅତିକ୍ରମ କରିଛି 


ଏଠାରେ କହି ରଖୁଛୁ ଯେ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଓଡିଶା, ଜମ୍ମୁ କଶ୍ମୀର ଏବଂ ଲଦାଖରେ ପେଟ୍ରୋଲର ମୂଲ୍ୟ ୧୦୦ ଟଙ୍କା ଅତିକ୍ରମ କରିଛି । 


ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୧୦୩.୫୪ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୦୯.୫୪ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୦୪.୨୩ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୧.୦୧ ଟଙ୍କା ରହିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୪.୫୭ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି । ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୧୦୬.୮୩ ଦରରେ ବିକ୍ରି ହେଉଛି । ସେପଟେ ରାଜସ୍ଥାନର ରାଜଧାନୀ ଜୟପୁରରେ ପେଟ୍ରୋଲ ଲିଟର ପିଛା ୧୧୦.୨୪ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ପାଟନାରେ ୧୦୬.୨୪ ଓ ତିଭେନ୍ଦ୍ରମରେ ୧୦୫.୨୧ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି । ଲକ୍ଷ୍ନୌରେ ପେଟ୍ରୋଲ ୧୦୦.୨୨ ଟଙ୍କା ଦରରେ ବିକ୍ରି ହେଉଛି ।


ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୯୨.୧୨ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୯.୯୨ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୯୫.୨୩ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୯୬.୬୦ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ୧୦୦.୫୧ ଟଙ୍କା ଦରରେ ବିକ୍ରି ହେଉଛି ।


ଅଧିକ ପଢ଼ନ୍ତୁ:-ଏଣିକି ରାସନ କାର୍ଡ ବିନା ମାଗଣାରେ ମିଳିବ ଖାଦ୍ୟ ଶସ୍ୟ! ଜାଣନ୍ତୁ କେମିତି ଉଠାଇବେ ଏହି ଯୋଜନାର ଲାଭ


ଅଧିକ ପଢ଼ନ୍ତୁ:-ଏକାସାଙ୍ଗରେ ୩ଟି ଗୁରୁତର ସଙ୍କଟର ସାମ୍ନା କରୁଛି ଚୀନ, ବୁଡ଼ି ଯାଇପାରେ ଅର୍ଥ ବ୍ୟବସ୍ଥା


ଜାଣନ୍ତୁ ଆପଣଙ୍କ ସହରର ରେଟ୍


ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ ।


ଏଠାରେ ଚେକ୍ କରନ୍ତୁ-https://iocl.com/Products/PetrolDieselPrices.aspx


ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।


ଅଧିକ ପଢ଼ନ୍ତୁ:-ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା; ୯ ମୃତ, ୫୦ରୁ ଉର୍ଦ୍ଧ୍ୱ ଆହତ