ଇଟାଲୀରେ ପୁଣି ଆରମ୍ଭ ହେଲା କୋରୋନାର ତାଣ୍ଡବ, ସ୍ଥିତି ନିୟନ୍ତ୍ରଣ ବାହାରେ

Nov 15, 2020, 11:34 AM IST
1/6

ନୂଆଦିଲ୍ଲୀ: ଇଟାଲୀରେ ପୁଣି ଥରେ କୋରୋନା କାରଣରୁ ପରିସ୍ଥିତି ଅଧିକ ଖରାପ ସ୍ଥିତିରେ ପହଞ୍ଚିଛି । ଏଥି ସହିତ ଡାକ୍ତରଖାନାର ଶୌଚାଳୟରେ ରୋଗୀଙ୍କ ମୃତଦେହ ଦେଖିବାକୁ ମିଳିଛି । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହା ଉପରେ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କୁହାଯାଉଛି ଯେ ମୃତ ବ୍ୟକ୍ତି କୋରୋନାରେ ପୀଡିତ ଥିଲେ ।

2/6

ଇଟାଲୀର ବୈଦେଶିକ ମନ୍ତ୍ରୀ ଲୁଗି ଡି ମୈଓ କହିଛନ୍ତି ଯେ, କୋରୋନା ମହାମାରୀ ଯୋଗୁଁ ଇଟାଲୀର ଅନେକ ଅଞ୍ଚଳରେ ପରିସ୍ଥିତି ନିୟନ୍ତ୍ରଣରେ ବାହାରେ ଚାଲିଯାଇଛି । ସେ କହିଛନ୍ତି ଯେ ନେପଲ୍ସ ଏବଂ କ୍ୟାମ୍ପାନିଆର ଅନେକ ଅଞ୍ଚଳରେ ଅବସ୍ଥା ଅତ୍ୟନ୍ତ ଖରାପ ।

3/6

ଲୁଗି ଦେ ମୈଓ ଫେସବୁକ୍ ଭିଡିଓରେ ମଧ୍ୟ ନିବେଦନ କରିଛନ୍ତି ଯେ, ବର୍ତ୍ତମାନ ସେନା ଡାକିବା ଉଚିତ । ଯାହା ଦ୍ୱାରା ସେମାନେ ଡାକ୍ତର ଏବଂ ନର୍ସମାନଙ୍କୁ ସାହାଯ୍ୟ କରିପାରିବେ । ସେ କହିଛନ୍ତି ଯେ ଇଟାଲୀର କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରିବା ଉଚିତ କାରଣ ସମୟ ଆଉ ନାହିଁ ।

4/6

ସୂଚନାଯୋଗ୍ୟ, ମୃତ ବ୍ୟକ୍ତି ପରୀକ୍ଷା ପାଇଁ ଇଟାଲୀର ଏକ ଡାକ୍ତରଖାନାକୁ ଯାଇ ଅପେକ୍ଷା କରିଥିବା ସମୟରେ ମୃତ୍ୟୁ ବରଣ କରିଥିଲେ । ଅନ୍ୟ ଜଣେ କୋରୋନା ରୋଗୀ ତାଙ୍କ ଭିଡିଓ ପ୍ରସ୍ତୁତ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆ ସହ ମୁକାବିଲା ପୂର୍ବରୁ ସୋସିଆଲ ମିଡିଆରୁ ଦୂରେଇ ଗଲେ ଏହି ବ୍ୟାଟ୍ସମ୍ୟାନ୍, ହୋଇସାରିଛନ୍ତି ଡିପ୍ରେଶନର ଶିକାର

5/6

ରିପୋର୍ଟ ଅନୁଯାୟୀ, ମୃତ ବ୍ୟକ୍ତି ପରୀକ୍ଷା ପାଇଁ ଇଟାଲୀର ଏକ ଡାକ୍ତରଖାନାକୁ ଯାଇ ଅପେକ୍ଷା କରିଥିବା ସମୟରେ ମୃତ୍ୟୁ ବରଣ କରିଥିଲେ। ଅନ୍ୟ ଜଣେ କରୋନା ରୋଗୀ ତାଙ୍କ ଭିଡିଓ ପ୍ରସ୍ତୁତ କରିଛନ୍ତି ।

ଅଧିକ ପଢ଼ନ୍ତୁ:- ପୁଣିଥରେ କ୍ଷମତା ମିଳୁଛି ସିନା, କିନ୍ତୁ ନୀତିଶଙ୍କ ଆଗରେ ରହିବ ଏହି ୫ଟି ବଡ ଚ୍ୟାଲେଞ୍ଜ

6/6

ରିପୋର୍ଟ ଅନୁଯାୟୀ, ମୃତ ବ୍ୟକ୍ତି ପରୀକ୍ଷା ପାଇଁ ଇଟାଲୀର ଏକ ଡାକ୍ତରଖାନାକୁ ଯାଇ ଅପେକ୍ଷା କରିଥିବା ସମୟରେ ମୃତ୍ୟୁ ବରଣ କରିଥିଲେ। ଅନ୍ୟ ଜଣେ କରୋନା ରୋଗୀ ତାଙ୍କ ଭିଡିଓ ପ୍ରସ୍ତୁତ କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link