ଏହି ଦେଶର ଦୋକାନରେ ମିଳିବ କୋରୋନା ଔଷଧ, ଡାକ୍ତରଙ୍କ ପ୍ରେସକ୍ରିପସନ୍ ଆବଶ୍ୟକ

ଋଷ (Russia) ବର୍ତ୍ତମାନ ଦୋକାନରେ କୋରୋନା ଔଷଧ (Coronavirus Medicine) ବିକ୍ରୟ କରିବାକୁ ମଞ୍ଜୁରୀ ଦେଇଛି ।

Sep 19, 2020, 08:48 AM IST
1/11

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ଭୂତାଣୁ (Coronavirus) କାୟା ବିସ୍ତାର କରିସାରିଛି । ବର୍ତ୍ତମାନ ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ବୈଜ୍ଞାନିକମାନେ ଭ୍ୟାକ୍ସିନ (Coronavirus Vaccine) ଓ ଔଷଧ ପ୍ରସ୍ତୁତିରେ ଲାଗିଛି । କିନ୍ତୁ ବର୍ତ୍ତମାନ ଯାଏ ସେଭଳି କୌଣସି ବଡ଼ ସଫଳତା ମିଲିନାହିଁ । ଅନ୍ୟପକ୍ଷେ ଋଷ (Russia) ବର୍ତ୍ତମାନ ଦୋକାନରେ କୋରୋନା ଔଷଧ (Coronavirus Medicine) ବିକ୍ରୟ କରିବାକୁ ମଞ୍ଜୁରୀ ଦେଇଛି । ଔଷଧ କିଣିବା ପାଇଁ ଡାକ୍ତରଙ୍କ ପ୍ରେସକ୍ରିପସନ୍ ଆବଶ୍ୟକ ହେବ ।

2/11

କୋଭିଡ-19 (COVID-19) ର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଋଷ ଏକ ଆଣ୍ଟି-ଭାଇରାଲ୍ ଔଷଧକୁ ଅନୁମୋଦନ କରିଛି । ଏହି ଔଷଧର ନାମ ହେଉଛି 'କରୋନାଭିର' (Coronavir) ଏବଂ ଆର-ଫାର୍ମ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଛି ।

3/11

ଆସନ୍ତା ସପ୍ତାହ ସୁଦ୍ଧା ଋଷର ଦୋକାନରେ ଏହି ଔଷଧ ଉପଲବ୍ଧ ହେବ ବୋଲି କମ୍ପାନୀ ଶୁକ୍ରବାର କହିଛି । କୋରୋନାଭିରକୁ ଏକ 'ପ୍ରେସକ୍ରିପସନ୍ ଔଷଧ' ଭାବରେ ଅନୁମୋଦନ କରାଯାଇଛି । ଯାହା କେବଳ ଡାକ୍ତରଙ୍କ ସୁପାରିଶ କ୍ରମେ କ୍ରୟ କରାଯାଇପାରିବ ।

ଅଧିକ ପଢ଼ନ୍ତୁ:-ମିଳିଗଲା ପ୍ରମାଣ, ଚୀନର ଲ୍ୟାବରେ ଏଥିପାଇଁ ପ୍ରସ୍ତୁତ ହୋଇଥିଲା କୋରୋନା ଭୂତାଣୁ !

4/11

କୋରୋନାଭିର ପୂର୍ବରୁ ଋଷର ଅନ୍ୟ ଏକ ଔଷଧ 'ଆଭିଫାଭିର' (Avifavir) କୁ ମଧ୍ୟ ମେ ମାସରେ ମଞ୍ଜୁରୀ ମିଳିଥିଲା । ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ଏହି ଉଭୟ ଔଷଧ ଜାପାନରେ ବିକଶିତ 'ଫାଭିପିରାଭିର' (Favipiravir) ଔଷଧର ଫର୍ମୂଲା ଉପରେ ଆଧାରିତ ।

5/11

ଫାଭିପିରଭୀର ମଧ୍ୟ ଜାପାନରେ ଫ୍ଲୁ ଏବଂ ଅନ୍ୟାନ୍ୟ ଭାଇରାଲ ସଂକ୍ରମଣର ଚିକିତ୍ସାରେ ବ୍ୟବହୃତ ଏକ ଆଣ୍ଟି-ଭାଇରାଲ୍ ଔଷଧ ।

ଅଧିକ ପଢ଼ନ୍ତୁ:-କେବଳ ୪ ମାସ ମଧ୍ୟରେ ଚାକିରି ହରାଇଲେ ୬୬ ଲକ୍ଷ ଇଞ୍ଜିନିୟର୍, ଶିକ୍ଷକ, ଆକାଉଣ୍ଟାଣ୍ଟ ପରି ପେସାଦାର    

6/11

ଆର-ଫାର୍ମ ରିପୋର୍ଟ ଅନୁସାରେ, କୋରୋନା ଭୂତାଣୁ ସଂକ୍ରମିତ ୧୬୮ ରୋଗୀଙ୍କ ଉପରେ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ପରେ କୋରୋନାଭିରକୁ ମଞ୍ଜୁରୀ ମିଳିଛି ।

7/11

ରୁଷ ସରକାରଙ୍କ ଏକ ରିପୋର୍ଟ ଅନୁଯାୟୀ, ଜୁଲାଇ ମାସରେ କୋରୋନାଭିରକୁ ଜୁଲାଇ ମାସରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୋଭିଡ-19 ରୋଗୀଙ୍କ ଉପରେ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା ।

8/11

ବିଶେଷଜ୍ଞମାନେ କହିଛନ୍ତି ଯେ ନୂତନ ଔଷଧ ବିଷୟରେ ଋଷର ସର୍ବଶେଷ ଘୋଷଣା ଦର୍ଶାଉଛି ଯେ ସେ କୋରୋନା ଭୂତାଣୁ ବିରୋଧ ଲଢ଼େଇର ରେସରେ ଏକ ଗ୍ଲୋବଲ ଲିଡର ଭାବରେ ଉଭା ହେବାକୁ ଚାହୁଁଛି ।

ଅଧିକ ପଢ଼ନ୍ତୁ:-କୃଷି ବିଧେୟକ: ଜାଣନ୍ତୁ କ'ଣ ରହିଛି ପ୍ରାବଧାନ, କାହିଁକି ହେଉଛି ବିରୋଧ ?

9/11

ଏହାପୂର୍ବରୁ ଋଷ କୋଭିଡ-19 ପାଇଁ ସ୍ପୁଟନିକ-5 ଟୀକା (Sputnik-5) ତିଆରି କରିଥିଲା ​​। ବର୍ତ୍ତମାନ ଅନ୍ୟ ଦେଶରେ ଏହାର ବ୍ୟବହାରକୁ ଅନୁମୋଦନ କରାଇବାକୁ ଚେଷ୍ଟା କରୁଛି ।

10/11

ଋଷର ଟୀକା ଭାରତରେ ଆଣିବା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି । ରଶା ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (RDIF) କ୍ଲିନିକାଲ ଟ୍ରାୟଲ ଓ ଦେଶରେ ସ୍ପୁଟ୍ନିକ୍-ଭି (Sputnik-V) କୁ ୧୦ କୋଟି ଡୋଜ୍ ବିତରଣ ପାଇଁ ହାଇଦ୍ରାବାଦ ସ୍ଥିତ ଡକ୍ଟର ରେଡ୍ଡିଙ୍କ ଲ୍ୟାବ (DRL) ସହିତ ଏକ ଚୁକ୍ତି କରିଛି ।

11/11

ଏହା ବ୍ୟତୀତ ଟୀକା ଉତ୍ପାଦନ ପାଇଁ ଭାରତର ୫ଟି ବଡ ଉତ୍ପାଦକଙ୍କ ସହ ଆଲୋଚନା ଚାଲିଛି । ଏହି ଉତ୍ପାଦନ କେବଳ ଭାରତ ପାଇଁ ନୁହେଁ । ସମଗ୍ର ବିଶ୍ୱ ପାଇଁ ହେବ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link