ପାୱାର କଟକୁ ନେଇ ନିଅନ୍ତୁ ନାହିଁ ଟେନସନ୍, ସିମ୍ କାର୍ଡ ପରି ବଦଳାଇ ପାରିବେ ବିଦ୍ୟୁତ କନେକ୍ସନ୍!
ମୋଦି ସରକାର ଖୁବ ଶୀଘ୍ର ଇଲେକ୍ଟ୍ରିସିଟି (ସଂଶୋଧନ) ବିଲ୍, ୨୦୨୧ କୁ (Electricity Amendment Bill 2021) ଅନୁମୋଦନ ପାଇଁ କ୍ୟାବିନେଟରେ ରଖିବେ । ସଂସଦର ମୌସୁମୀ ଅଧିବେଶନରେ ଏହାକୁ ପାରିତ କରିବାକୁ ପ୍ରସ୍ତୁତି ଚାଲିଛି । ନୂତନ ସଂଶୋଧିତ ନିୟମ ଅନୁଯାୟୀ ଗ୍ରାହକମାନେ ମୋବାଇଲ ସିମ୍ କାର୍ଡକୁ ପୋର୍ଟ କରିବା ଇଲେକ୍ଟ୍ରିସିଟି କନେକ୍ସନକୁ ମଧ୍ୟ ବଦଳାଇ ପାରିବେ ।
ମୋଦି ସରକାରଙ୍କ ଦ୍ୱାରା ଆସନ୍ତା କିଛି ଦିନ ମଧ୍ୟରେ ଅନୁମୋଦନ ପାଇଁ ଇଲେକ୍ଟ୍ରିସିଟି (ସଂଶୋଧନ) ବିଲ୍, ୨୦୨୧ କୁ (Electricity Amendment Bill 2021) କ୍ୟାବିନେଟରେ ସ୍ଥାନିତ କରାଯାଇପାରେ । ନୂତନ ସଂଶୋଧିତ ନିୟମ ଅନୁଯାୟୀ ଗ୍ରାହକମାନେ ମୋବାଇଲ ସିମ୍ କାର୍ଡକୁ ପୋର୍ଟ କରିବା ପରି ବିଦ୍ୟୁତ୍ ସଂଯୋଗକୁ ମଧ୍ୟ ବଦଳାଇ ପାରିବେ । ବିଶ୍ୱାସ କରାଯାଏ ଯେ ଏହା ପରେ ପାୱାର କମ୍ପାନୀଗୁଡିକ ମଧ୍ୟରେ ପ୍ରତିଯୋଗିତା ବୃଦ୍ଧି ପାଇବ । ଯାହା ଗ୍ରାହକଙ୍କୁ ସିଧାସଳଖ ଉପକୃତ କରିବ ।
ସରକାର ସଂସଦର ମୌସୁମୀ ଅଧିବେଶନରେ ଏହି ବିଲ୍ ଆଣିବାକୁ ଚାହୁଁଛନ୍ତି । ସଂସଦର ମୌସୁମୀ ଅଧିବେଶନରେ ଉପସ୍ଥାପିତ ହେବାକୁ ଥିବା ନୂତନ ୧୭ ଟି ବିଲ୍ ମଧ୍ୟରେ ଇଲେକ୍ଟ୍ରିସିଟି (ସଂଶୋଧନ) ବିଲ୍, ୨୦୨୧ ମଧ୍ୟ ରହିଛି । ଯଦି ଏହା ଘଟେ ତେବେ ଏହା ପାୱାର ବଣ୍ଟନ କ୍ଷେତ୍ରରେ ଏକ ବଡ଼ ସଂସ୍କାର ହେବ । ଯାହା ଗ୍ରାହକଙ୍କୁ ଏକ ବଡ଼ ଶକ୍ତି ଦେବ । ଜାନୁଆରୀରେ ବିଦ୍ୟୁତ୍ ସଂଶୋଧନ ବିଲ୍ ୨୦୨୧ (Electricity Amendment Bill 2021) ପାଇଁ ଏକ ପ୍ରସ୍ତାବ ପ୍ରସ୍ତୁତ କରାଯାଇଥିଲା ।
୧୨ ଜୁଲାଇ ୨୦୨୧ ରେ ଜାରି ହୋଇଥିବା ଲୋକସଭାର ବୁଲେଟିନ୍ ଅନୁଯାୟୀ, ନୂତନ ସଂଶୋଧିତ ବିଦ୍ୟୁତ୍ ଆଇନ କାର୍ଯ୍ୟକାରୀ ହେବା ସହିତ ବଣ୍ଟନ ବ୍ୟବସାୟରୁ ଲାଇସେନ୍ସ ରଦ୍ଦ ହୋଇଯିବ ଓ ଏଥିରେ ପ୍ରତିଯୋଗିତା ହେବ । ଏହା ବ୍ୟତୀତ ଏହି ନିୟମ ଅନୁଯାୟୀ ଇଲେକ୍ଟ୍ରିସିଟି ଆପିଲେଟ ଟ୍ରିବ୍ୟୁନାଲକୁ (APTEL) ମଜବୁତ କରିବା ଓ ନବୀକରଣ ଯୋଗ୍ୟ କ୍ରୟ ପ୍ରତିଶ୍ରୁତି (RPO) ପୂରଣ ନକରିବା ପାଇଁ ଜରିମାନା ପାଇଁ ମଧ୍ୟ ବ୍ୟବସ୍ଥା ହେବ ।
ଏହା ଦ୍ୱାରା ସିଧାସଳଖ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଉପକୃତ କରିବ । କାରଣ ସେମାନଙ୍କ ପକ୍ଷରେ ଚୟନ କରିବାପାଇଁ ଅନେକ ସେବା ପ୍ରଦାନକାରୀ ରହିବେ । ବର୍ତ୍ତମାନ ବିଦ୍ୟୁତ୍ ବିତରଣ କ୍ଷେତ୍ରରେ କେବଳ କିଛି ସରକାରୀ ଓ ବେସରକାରୀ କମ୍ପାନୀ ପ୍ରାଧାନ୍ୟ ବିସ୍ତାର କରୁଛନ୍ତି । ତେଣୁ ଗ୍ରାହକଙ୍କ ପଖରେ ବିକଳ୍ପ କମ ରହିଛି । ଏହି ପରିବର୍ତ୍ତନ ପରେ ଆପଣ କୌଣସି ଗୋଟିଏ କମ୍ପାନୀରୁ ବିଦ୍ୟୁତ୍ ନେବାକୁ ବାଧ୍ୟ ହେବେ ନାହିଁ । କିନ୍ତୁ ସେହି କମ୍ପାନୀରୁ ବିଦ୍ୟୁତ୍ କିଣିପାରିବେ ଯିଏ ଆପଣଙ୍କୁ ଉନ୍ନତ ସେବା ପ୍ରଦାନ କରେ ।
ଏହି ବିଲରେ ଗ୍ରାହକଙ୍କୁ ଅଧିକ ଶକ୍ତିଶାଳୀ କରାଯାଇଛି । ଯଦି କୌଣସି କମ୍ପାନୀ ସୂଚନା ନ ଦେଇ ବିଦ୍ୟୁତ୍ କାଟ କରନ୍ତି ତେବେ ଗ୍ରାହକଙ୍କୁ କ୍ଷତିପୂରଣ ଦେବାକୁ ପଡିବ । ବିଦ୍ୟୁତ୍ କମ୍ପାନୀକୁ ବିଦ୍ୟୁତ୍ କାଟିବା ପୂର୍ବରୁ ଗ୍ରାହକଙ୍କୁ ଜଣାଇବାକୁ ପଡିବ । ଧାର୍ଯ୍ୟ ସମୟ ସୀମାଠାରୁ ଅଧିକ ସମୟ ବିଦ୍ୟୁତ୍ କାଟ ହୋଇଥିଲେ ମଧ୍ୟ କ୍ଷତିପୂରଣ ପ୍ରଦାନ ପାଇଁ ଏକ ବ୍ୟବସ୍ଥା କରାଯାଇଛି ।