ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ: ଭାରତରେ କେତେ ଗରିବ ଅଛନ୍ତି, ସରକାରଙ୍କ ନିକଟରେ ନାହିଁ ତଥ୍ୟ
ଗରିବର ଦୁଃଖକୁ ଦ୍ୱିଗୁଣିତ କରିଛି କୋରୋନା ଭାଇରସ। ଏଥିପାଇଁ ବିଗତ ୨୦ ବର୍ଷରେ ପ୍ରଥମ ଥର ବିଶ୍ୱରେ ଦାରିଦ୍ରତା ଚରମ ସୀମାରେ ପହଞ୍ଚିବ ବୋଲି ଜାତିସଙ୍ଘ ଆଶଙ୍କ କରିଛି।
ତେବେ ଭାରତ କେବେ ତାର ପରବର୍ତ୍ତି ଦାରିଦ୍ର୍ୟ ତଥ୍ୟ ସଂଗ୍ରହ ପାଇଁ ସର୍ଭେ କରିବ? ନା ଭାରତ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ଦାରିଦ୍ୟ ମୁକ୍ତ? ଯେଉଁଥିପାଇଁ ତଥ୍ୟର ଆବଶ୍ୟକତା ନାହିଁ। ଯଦି ଭାରତରେ ଦାରିଦ୍ର୍ୟ ଅଛି ତେବେ ତାର ସରକାରି ଡାଟା କାହିଁକି ପ୍ରକାଶ କରାଯାଉ ନାହିଁ? ବେକାରୀ ଡାଟା ପରି ଏହା ମଧ୍ୟ ନାଲି ବଙ୍ଗଳାର ଚାରି କାନ୍ଥ ଭିତରେ ଲୁଚି ଯାଇ ନାହିଁ ତ?
ସ୍ୱାଧୀନତା ପରଠୁ ଭାରତରୁ ଗରିବ ହଟାଇବା ଏକ ବଡ ପ୍ରସଙ୍ଗ ହୋଇଆସିଛି। ପ୍ରତ୍ୟେକ ସରକାରଙ୍କ ଦେଶରୁ ଗରିବି ହଟାଇବାର ପ୍ରତିଶ୍ରୁତି ଦେଇ ନିର୍ବାଚନ ଲଢୁଛନ୍ତି। କିନ୍ତୁ ଗରିବି ଏମିତି ଗୋଟିଏ ଜୋକ, ଯାହା ୭୩ ବର୍ଷ ହେଲା ଭାରତ ଦେହରେ ଲାଖି ରହିଛି। ପ୍ରଥମ ପ୍ରଧାନମନ୍ତ୍ରୀଠୁ ଆରମ୍ଭ କରି ନରେନ୍ଦ୍ର ମୋଦି ପର୍ଯ୍ୟନ୍ତ ୧୪ ଜଣ ବ୍ୟକ୍ତି ଭାରତରେ ଶାସନ କରିଛନ୍ତି। ସବୁବେଳେ ଗରିବଙ୍କ ପାଇଁ କିଛିନା କିଛି ନୂଆ ନୂଆ ଯୋଜନା ଆଣୁଛନ୍ତି। ତଥାପି ଗରିବ ଯେଉଁଠିକି ସେଇଠି।
ତେବେ ଭାରତର ଜନସଂଖ୍ୟା ଓ ଆଞ୍ଚଳିକ ପରିବେଶକୁ ବିଚାର କରି ବର୍ତ୍ତମାନ ଦେଶର ଦାରିଦ୍ର୍ୟ ହାର ୨୧।୮% ଥିବା ଅନୁମାନ କରାଯାଉଛି। ସେପଟେ ଭାରତ ଗତ ଏକ ଦଶନ୍ଧି ଧରି ବିଶ୍ୱ ବ୍ୟାଙ୍କକୁ ଦେଶ ଦାରିଦ୍ର୍ୟ ତଥ୍ୟ ଦେଇ ନାହିଁ। ଫଳରେ ଭାରତକୁ ବାଦ ଦେଇ ଏସିଆ ଓ ବିଶ୍ୱ ଦାରିଦ୍ର୍ୟ ତାଲିକା ପ୍ରକାଶ କରାଯାଇଛି। ସେପଟେ ଆସନ୍ତା ୨୦୩୦ ସୁଦ୍ଧା ବିଶ୍ୱକୁ ଦାରିଦ୍ର୍ୟ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛି।
ଅଧିକ ପଢନ୍ତୁ: ଏହି ଦୀପାବଳିରେ ଚୀନକୁ ଲାଗିବ ବଡ଼ ଝଟକା ! ୪୦ ହଜାର କୋଟି ଟଙ୍କାର ହେବ କ୍ଷତି
୨୦୧୨-୧୩ର ଜାତୀୟସ୍ତରୀୟ ସର୍ଭେ ଅନୁସାରେ ଦାରିଦ୍ୟ ଟେବୁଲ ଟପରେ ନାଇଜେରିଆ ପରେ ଭାରତ ଥିଲା। ଆଉ ଭାରତଠୁ ଏହାର ପଡୋଶୀ ଦେଶଙ୍କ ଅବସ୍ଥା ଭଲ ଥିଲା। ବର୍ତ୍ତମାନ ଭାରତ ପାଖରେ ଦେଶର ଦାରିଦ୍ୟ ତଥ୍ୟ ନାହିଁ। ଶେଷ ଥର ପାଇଁ ୨୦୧୧-୧୨ରେ ସର୍ଭେ କରାଯାଇଥିଲା। କିନ୍ତୁ ପରବର୍ତ୍ତି ସମୟରେ ସରକାରୀ ସ୍ତରରେ ଏହି ଡାଟା ବା ତଥ୍ୟ ସଂଗ୍ରହ କରାଯାଇ ନାହିଁ।
ଅଭାବୀ ଗରିବଙ୍କ କାର୍ଯ୍ୟ ସର୍ବଦା ବିପଜ୍ଜନକ ହୋଇଥାଏ। ଏହା ବ୍ୟତିତ ଅସୁରକ୍ଷିତ ଗୃହ, ପୁଷ୍ଟିକର ଖାଦ୍ୟ ଅଭାବ, ନ୍ୟାୟିକ ଅସମାନତା, ରାଜନୈତିକ ଶକ୍ତି ଅଭାବ ଏବଂ ସ୍ୱାସ୍ଥ୍ୟ ସେବାରେ ସୀମିତ ସୁବିଧା ସେମାନଙ୍କୁ ବିକାଶଠୁ ଆହୁରି ପଛକୁ ଠେଲି ଦିଏ। ଏହି ପରିପେକ୍ଷୀରେ ଭାରତର ସ୍ଥିତି ନ କହିବା ଭଲ।
ଅଧିକ ପଢନ୍ତୁ: ରେଳଯାତ୍ରୀଙ୍କୁ ଝଟକା ! ହଟିବ ୬୦୦ ଟ୍ରେନ, କଟିବ ୧୦ ହଜାର ଷ୍ଟେସନ
ବିଶ୍ୱରେ ଅର୍ଥନୈତିକ ବିକାଶ ଏବଂ ବୈଷୟିକ ପ୍ରଗତି ହେଉଛି। କିନ୍ତୁ ଆଜି ବି ଅଦୃଶ୍ୟ ଭାବେ କୋଟି କୋଟି ଲୋକ ଚରମ ଦାରିଦ୍ରରେ ବାସ କରୁଛନ୍ତି। ଗରିବ ଲୋକ କେବଳ ଅର୍ଥନୈତିକ ବିକାଶର ବାହାରେ ନୁହଁନ୍ତି, ବରଂ ସେମାନେ ବିଭିନ୍ନ ଅଭାବର ଶିକାର ହେଉଛନ୍ତି। ଯାହା ସେମାନଙ୍କୁ ସେମାନଙ୍କର ସ୍ୱପ୍ନକୁ ସାକାର କରିବାରେ ଏବଂ ସେମାନଙ୍କ ଦୁଃଖ ଦୂର କରିବାରେ ଏକ ପ୍ରତିବନ୍ଧକ ସାଜିଥାଏ।
ଗୁଟେରସ୍ ପୁଣି କହିଛନ୍ତି, COVID-୧୯ ମହାମାରୀ ୨୦୨୦ରେ ୧୧୫ ନିୟୁତ ଲୋକଙ୍କୁ ଦାରିଦ୍ର୍ୟ ଭିତରକୁ ଠେଲି ଦେଇପାରେ. କୋରୋନା ଯୋଗୁଁ ମହିଳାମାନେ ସର୍ବାଧିକ ବିପଦରେ ଅଛନ୍ତି. କାରଣ ସେମାନେ ଚାକିରି ହରାଇଲେ ତାଙ୍କୁ ସାମାଜିକ ସୁରକ୍ଷା ମିଳିବା ସମ୍ଭାବନା କମ୍ ଥାଏ । ବିଶ୍ୱବ୍ୟାଙ୍କର ଆକଳନ ଅନୁଯାୟୀ, ୨୦୨୧ ସୁଦ୍ଧା ପ୍ରାୟ ୧୫୦ ନିୟୁତ ଲୋକଙ୍କୁ ମହାମାରୀ ଚରମ ଦାରିଦ୍ରରେ ପରିଣତ କରିବ।
ଦାରିଦ୍ର ସଂକଟକୁ ଦ୍ୱିଗୁଣିତ କରିଥି ମହାମାରୀ କୋରୋନା। ଏହି ସମୟରେ କୋଟି କୋଟି ଲୋକ ଚାକିରି ହରାଇବା ସହ ବୃତ୍ତିଗତ କ୍ଷତି ସହିଛନ୍ତି। ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି ଯେ, ଗରିବ ଲୋକ ଭୂତାଣୁରେ ସଂକ୍ରମିତ ହେବା ପୂର୍ବରୁ ବିପଦରେ ଅଛନ୍ତି। ଅନେକ ସର୍ବନିମ୍ନ ଗୁଣାତ୍ମକ ସ୍ୱାସ୍ଥ୍ୟସେବାରୁ ବି ବଞ୍ଛିତ ହୋଇଛନ୍ତି।
ଅଧିକ ପଢନ୍ତୁ: Neet Results 2020: ଦିଲ୍ଲୀର ଆକାଂକ୍ଷାଙ୍କୁ ଶତପ୍ରତିଶତ ମାର୍କ, ଟପ୍ପର କିନ୍ତୁ ସୋଏବ
ମିଳିତ ଜାତିସଂଘ ଅନୁଯାୟୀ, ଦାରିଦ୍ର୍ୟର ବୃଦ୍ଧିର ପ୍ରମୂଖ ୨ଟି କାରଣ ହେଲା ସାମାଜିକ ଏବଂ ପରିବେଶ ନ୍ୟାୟ। ଉଭୟେ ଉଭୟଙ୍କ ପରିପୂରକ। କୌଣସି ଗୋଟିଏର ସମାଧାନ ଦାରିଦ୍ର ଦୂରୀକରଣ କରିପାରିବ ନାହିଁ। ତେଣୁ ସାମାଜିକ ଏବଂ ପରିବେଶ ନ୍ୟାୟକୁ ସାମାନ୍ତରାଳ ଭାବେ ଲୋକଙ୍କ ପାଖକୁ ପହଞ୍ଚାଇବାକୁ ହେବ।
ଆଜି ୨୭ତମ ଆନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ ପାଳନ କରାଯାଉଛି। ୨୨ ଅକ୍ଟୋବର ୧୯୯୨ରେ ପ୍ରସ୍ତାବ ଗ୍ରହଣ କରାଯାଇ ଅକ୍ଟୋବର ୧୭କୁ ମିଳିତ ଜାତିସଂଘର ସାଧାରଣ ସଭା (ୟୁଏନଜିଏ) ଆନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସର ମାନ୍ୟତା ଦେଇଥିଲା। ସେବେଠାରୁ ପ୍ରତିବର୍ଷ ନୂଆ ନୂଆ ବିଷୟବସ୍ତୁ ନେଇ ଏହି ଦିବସ ପାଳନ କରାଯାଉଛି। ଚଳିତବର୍ଷ ଏହାର ବିଷୟବସ୍ତୁ ବା ଥିମ ରହିଛି “ସମସ୍ତଙ୍କ ପାଇଁ ସାମାଜିକ ଏବଂ ପରିବେଶ ନ୍ୟାୟ ହାସଲ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା”।