ଡାକଘର ଆପଣଙ୍କୁ କରିବ ଲକ୍ଷପତି, କେବଳ ୧୫୦୦ ଟଙ୍କା ନିବେଶ କରି ପାଆନ୍ତୁ ୩୫ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି?
Gram Suraksha Yojana: ଏହି ସ୍କିମରେ ଆପଣ କୌଣସି ବିପଦ ବିନା ଭଲ ଲାଭ କରିପାରିବେ । ଏହି ସ୍କିମରେ ଆପଣ ଅଳ୍ପ ପରିମାଣର ନିବେଶ କରି ମୋଟା ଅଙ୍କର ରାଶି ଜମା କରିପାରିବେ । ଏହି ଯୋଜନାରେ ନିବେଶର ପରିମାଣ ଏତେ କମ୍ ଯେ ଗାଁରେ ରହୁଥିବା ଜଣେ କୃଷକ ମଧ୍ୟ ଏହାର ଫାଇଦା ଉଠାଇ ପାରିବେ ।
ନୂଆଦିଲ୍ଲୀ: Gram Suraksha Yojana: ଆଜି ଆମେ ଆପଣଙ୍କୁ ଡାକଘର (Post Office) ର ଏକ ସ୍ୱତନ୍ତ୍ର ଯୋଜନା ବିଷୟରେ କହିବାକୁ ଯାଉଛୁ । ଯଦି ଆପଣ ନିରାପଦ ପୁଞ୍ଜି ନିବେଶ ସହିତ ଭଲ ରିଟର୍ଣ୍ଣ ଚାହୁଁଛନ୍ତି ତେବେ ଆପଣ ଡାକଘରର ଗ୍ରାମ ସୁରକ୍ଷାର ଯୋଜନା (Gram Suraksha Scheme) ରେ ନିବେଶ କରିପାରିବେ । ଏହି ସ୍କିମରେ ଆପଣ କୌଣସି ବିପଦ ବିନା ଭଲ ଲାଭ କରିପାରିବେ । ଏହି ସ୍କିମରେ ଆପଣ ଅଳ୍ପ ପରିମାଣର ନିବେଶ କରି ମୋଟା ଅଙ୍କର ରାଶି ଜମା କରିପାରିବେ । ଏହି ଯୋଜନାରେ ନିବେଶର ପରିମାଣ ଏତେ କମ୍ ଯେ ଗାଁରେ ରହୁଥିବା ଜଣେ କୃଷକ ମଧ୍ୟ ଏହାର ଫାଇଦା ଉଠାଇ ପାରିବେ ।
୧୯ ବର୍ଷରୁ ୫୫ ବର୍ଷ ମଧ୍ୟରେ ଯେକୌଣସି ଭାରତୀୟ ନାଗରିକ ଏହି ଯୋଜନାରେ ନିବେଶ କରିପାରିବେ । ଏହି ସ୍କିମରେ ଆପଣ ୧୦ ହଜାରରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ । ଅନ୍ୟ ପଟେ, ଯଦି ଆମେ ପ୍ରିମିୟମ୍ ବିଷୟରେ କଥାବାର୍ତ୍ତା କରିବା, ତେବେ ଆପଣ ଏହାକୁ ମାସିକ, ତ୍ରୈମାସିକ, ଅର୍ଦ୍ଧ ବାର୍ଷିକ ଏବଂ ବାର୍ଷିକ ପେମେଣ୍ଟ ଦେଇପାରିବେ । ପ୍ରିମିୟମ ପେମେଣ୍ଟ ପାଇଁ ଆପଣ ୩୦ ଦିନର ରିହାତି ପାଇବେ ।
ଏହି ଯୋଜନାରେ ନିବେଶ କରିବାର ଅନେକ ଲାଭ ଅଛି । ଏହା ଅଧୀନରେ ଆପଣ ଋଣର ଲାଭ ମଧ୍ୟ ନେଇପାରିବେ । ତଥାପି, ଆପଣ ଏହି ଯୋଜନାରେ ୪ ବର୍ଷ ନିବେଶ କରିବା ପରେ ହିଁ ଋଣ ସୁବିଧା ପାଇପାରିବେ । ଏହି ଯୋଜନା ଅଧୀନରେ ଯଦି ଆପଣ ୧୯ ବର୍ଷ ବୟସରେ ୧୦ ଲକ୍ଷ ଟଙ୍କାର ଗ୍ରାମ ସୁରକ୍ଷ ଯୋଜନା କିଣନ୍ତି, ତେବେ ୫୫ ବର୍ଷ ପାଇଁ ଆପଣଙ୍କୁ ପ୍ରତି ମାସରେ ୧୫୧୫ ଟଙ୍କା ପ୍ରିମିୟମ ଦେବାକୁ ପଡିବ ।
ଯେତେବେଳେ କି ୫୮ ବର୍ଷ ପାଇଁ ୧୪୬୩ ଟଙ୍କା ଏବଂ ୬୦ ବର୍ଷ ପାଇଁ ୧୪୧୧ ଟଙ୍କା ଜମା କରିବାକୁ ପଡ଼ିବ । ଏହି ଯୋଜନା ଅନ୍ତର୍ଗତ ନିବେଶକଙ୍କୁ ପ୍ରତିଦିନ ପ୍ରାୟ ୫୦ ଟଙ୍କା ଅର୍ଥାତ୍ ଏକ ମାସରେ ୧୫୦୦ ଟଙ୍କା ଜମା କରିବାକୁ ପଡ଼ିବ ।
ଯଦି ଆମେ ରିଟର୍ନ ବିଷୟରେ କଥା ହେବା, ତେବେ ନିବେଶକଙ୍କୁ ୫୫ ବର୍ଷ ପାଇଁ ୩୧.୬୦ ଲକ୍ଷ, ୫୮ ବର୍ଷ ପାଇଁ ୩୩.୪୦ ଲକ୍ଷ ଏବଂ ୬୦ ବର୍ଷ ପାଇଁ ୩୪.୬୦ ଲକ୍ଷ ଟଙ୍କାର ମ୍ୟାଚ୍ୟୋରିଟି ଲାଭ ମିଳିବ । ଗ୍ରାମ ସୁରକ୍ଷ ଯୋଜନା ଅଧୀନରେ ଏହି ରାଶି ୮୦ ବର୍ଷ ବୟସରେ ବ୍ୟକ୍ତିଙ୍କୁ ଦିଆଯାଏ । ଅନ୍ୟପକ୍ଷରେ, ଯଦି ସେହି ସମୟ ମଧ୍ୟରେ ବ୍ୟକ୍ତି ମୃତ୍ୟୁ ବରଣ କରନ୍ତି, ତେବେ ଏହି ରାଶି ତାଙ୍କ ନୋମିନିଙ୍କୁ ଦିଆଯାଏ ।
ଏହା ବି ପଢ଼ନ୍ତୁ:-ଇମ୍ରାନ ଖାନଙ୍କ ବଡ଼ ବୟାନ, କହିଲେ-ଭାରତ ସହ ସମ୍ପର୍କ ସୁଧାରିବାକୁ ଚାହୁଁଛି, କିନ୍ତୁ...
ଏହା ବି ପଢ଼ନ୍ତୁ:-ଭୂତକୁ ବିବାହ କରିବେ ଏହି ମହିଳା, ଜାଣନ୍ତୁ କେମିତି ଆତ୍ମା ସହ କରନ୍ତି ଯୋଗାଯୋଗ
ଏହା ବି ପଢ଼ନ୍ତୁ:-ଏହି ଦେଶରେ ପରକିୟା ପ୍ରୀତି ପାଇଁ ମିଳିଥାଏ ଚରମ ଶାସ୍ତି! ପତ୍ନୀଙ୍କୁ ଦିଆଯାଇଛି ପତିଙ୍କୁ ହତ୍ୟା କରିବାର ଅଧିକାର
ଏହା ବି ପଢ଼ନ୍ତୁ:-ଶାରୀରିକ ସମ୍ପର୍କ ଗଢ଼ିବା ପରେ ପରିସ୍ରା କରିବା କାହିଁକି ହୋଇଥାଏ ଜରୁରୀ? ଏସବୁ ଦିଗ ପ୍ରତି ରଖନ୍ତୁ ବିଶେଷ ଧ୍ୟାନ
ଏହା ବ୍ୟତୀତ ଗ୍ରାହକ ୩ ବର୍ଷ ପରେ ପଲିସି ସରେଣ୍ଡର କରିବାର ବିକଳ୍ପ ମଧ୍ୟ ବାଛି ପାରିବେ । ତଥାପି, ସେହି କ୍ଷେତ୍ରରେ ଏହାର କୌଣସି ଲାଭ ମିଳିବ ନାହିଁ । ପଲିସିର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଇଣ୍ଡିଆ ପୋଷ୍ଟ ଦ୍ୱାରା ଦିଆଯାଇଥିବା ବୋନସ ଓ ଅନ୍ତିମ ଘୋଷିତ ବୋନସ ପ୍ରତି ବର୍ଷ ୬୦ ଟଙ୍କା ପ୍ରତି ୧୦୦୦ ଟଙ୍କାର ଆଶ୍ୱାସନା ଦିଆଯାଇଛି ।