କୋରୋନା ଟିକାକୁ ନେଇ ଆସିଲା ବଡ଼ ଖୁସି ଖବର, ଜାନୁଆରୀରେ ଆସିବ ଟିକା !

କୋରୋନା (Corona) ସଂକଟ ସମୟରେ ଟିକା (Vaccine) କୁ ନେଇ ବ୍ରିଟେନ (Britain) ରୁ ଆସିଲା ବଡ଼ ଖୁସି ଖବର। ବ୍ରିଟେନର ଏଷ୍ଟ୍ରୋଜେନେକା (Astrazeneca) କହିଛି କି, କୋରୋନା (Corona Virus) ଭାଇରସ ବର୍ତ୍ତମାନ ତାର ଅନ୍ତିମ ପର୍ଯ୍ୟାୟରେ ଗତି କରୁଛି।

1/3

ପୁନାଓ୍ୱାଲା (Adar Poonawalla) କହିଛନ୍ତି କି ଆସନ୍ତା ଜାନୁଆରୀ ମାସ ଶେଷ ସୁଦ୍ଧା ଭାରତରେ ଟିକା ଉପଲବ୍ଧ ହେବାର ସମ୍ଭାବନା ରହିଛି। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ,  ଅକ୍ସଫୋର୍ଡ଼ ୟୁନିଭରସିଟି ଦ୍ୱାରା ବିକଶିତ ହୋଇଥିବା ଟିକା କୋଭିସିଲ୍ଡର ଉତ୍ପାଦନ ପାଇଁ ଏଷ୍ଟ୍ରାଜେନେକାର ସହାୟତା ଲୋଡ଼ିଛି ସିରମ। ଏଷ୍ଟ୍ରାଜେନେକା ମଧ୍ୟ ସହାୟତା କରିବାକୁ ଅନୁମତି ପ୍ରଦାନ କରିଛି। ଆସନ୍ତା ବର୍ଷ ଜାନୁୟାରୀ ମାସ ଶେଷ ସୁଦ୍ଧା ଆମେ ଟିକା ଉପଲବ୍ଧ କରାଇବାକୁ ପ୍ରୟାସ ଜାରି ରଖିଛୁ। 

ଅଧିକ ପଢନ୍ତୁ: ଭାରତ ବିପକ୍ଷରେ ଚୀନ ନେଲା ଏହି ବଡ଼ ପଦକ୍ଷେପ

 

2/3

ସୂଚନାଯୋଗ୍ୟ ଗତବର୍ଷ ଡିସେମ୍ବର ମାସ ଶେଷ ଆଡ଼କୁ ଚୀନର ଓ୍ୱୁହାନ ସହରରୁ ଏହି କୋରୋନା ଭାଇରସ ଜନ୍ମ ନେଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ଭୁତାଣୁରେ ସଂକ୍ରମିତ ହୋଇ ସମଗ୍ର ବିଶ୍ୱରେ ପ୍ରାୟ ୧.୨ ମିଲିୟନ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ୪୫ଟି ଟିକା ବର୍ତ୍ତମାନ ମନୁଷ୍ୟ ପରୀକ୍ଷଣ ସ୍ଥିତିରେ ରହିଛି। ଫାଇଜର ଇଙ୍କ କହିଛନ୍ତି କି ଆମେରିକା ପ୍ରାଧିକରଣ କହିଛି କି ଚଳିତ ମାସ ଶେଷ ସୁଦ୍ଧା ଟିକା ଉପଲବ୍ଧ ହେବାର ସମ୍ଭାବନା ରହିଛି।

ଅଧିକ ପଢନ୍ତୁ: କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏବେ ଖୋଲିବନି ସ୍କୁଲ !

 

3/3

ଏଷ୍ଟ୍ରୋଜେନେକା କହିଛି କି,  ସେ ତାଙ୍କ କୋରୋନା ଟିକା ବିତରଣ କରୁଥିବାବେଳେ ବିଶ୍ୱବ୍ୟାପୀ ଯୋଗାଣର ସେଲ ଲାଇଫକୁ ବୃଦ୍ଧି କରିବାକୁ ତଥ୍ୟ ଅପେକ୍ଷା କରିଛି | ସିଇଓ ପାସ୍କାଲ୍ ସୋରିଓଟ୍ କହିଛନ୍ତି ଯେ କୋରୋନା ଭାଇରସ୍ ଟିକାକୁ ଫ୍ରିଜ୍ ଫର୍ମରେ ରଖାଯାଇଛି। ଅକ୍ସଫୋର୍ଡ ୟୁନିଭର୍ସିଟିର ଆଷ୍ଟ୍ରୋଜେନେକା ଏବଂ ତାଙ୍କ ସହଯୋଗୀ କହିଛନ୍ତି ଯେ କୋରୋନା ଜୀବାଣୁ ଟୀକାକରଣର ବିଳମ୍ବିତ ପର୍ଯ୍ୟାୟ ପରୀକ୍ଷଣରୁ ତଥ୍ୟ ମିଳିବ। ଏହା ମଧ୍ୟରେ ପୁନାଓ୍ୱାଲା କହିଛନ୍ତି କି କୋରୋନା ଟିକା ପରୀକ୍ଷଣରୁ ଜଣା ପଡ଼ିଛି ଯେ ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ୱରେ ପରୀକ୍ଷଣ କରାଯାଇଥିବା ଟିକା ମଧ୍ୟରୁ କୋଭିସିଲ୍ଡ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି। କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥିବା ନେଇ ସେ କହିଛନ୍ତି। 

ଅଧିକ ପଢନ୍ତୁ:ହଜାରେ ସ୍ୱାମୀକୁ ୨୦ ସ୍ତ୍ରୀ

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link