ଭାରତ ବିପକ୍ଷରେ ଚୀନ ନେଲା ଏହି ବଡ଼ ପଦକ୍ଷେପ
Advertisement
Article Detail0/zeeodisha/odisha780611

ଭାରତ ବିପକ୍ଷରେ ଚୀନ ନେଲା ଏହି ବଡ଼ ପଦକ୍ଷେପ

କୋରୋନା ସଂକଟ (Corona Crisis) ସମୟରେ ଭାରତ (India) ବିପକ୍ଷରେ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି ଚୀନ (China)। ଭାରତରୁ ସମସ୍ତ ଉଡ଼ାଣ (Flight) କୁ ବାତିଲ କରିଛି ଚୀନ (China)। ଭାରତରେ ରହୁଥିବା ବୈଦେଶିକ ନାଗରିକ (Foreigner) ମାନଙ୍କୁ ନେଇ ଚୀନ ଯାଉଥିବା ସମସ୍ତ ନାଗରିକଙ୍କୁ ବ୍ୟାନ କରିଛି ଚୀନ ସରକାର (China Government)। ଚୀନୀ ଭିଜା

ଭାରତ ବିପକ୍ଷରେ ଚୀନ ନେଲା ଏହି ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: କୋରୋନା ସଂକଟ (Corona Crisis) ସମୟରେ ଭାରତ (India) ବିପକ୍ଷରେ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି ଚୀନ (China)। ଭାରତରୁ ସମସ୍ତ ଉଡ଼ାଣ (Flight) କୁ ବାତିଲ କରିଛି ଚୀନ (China)। ଭାରତରେ ରହୁଥିବା ବୈଦେଶିକ ନାଗରିକ (Foreigner) ମାନଙ୍କୁ ନେଇ ଚୀନ ଯାଉଥିବା ସମସ୍ତ ନାଗରିକଙ୍କୁ ବ୍ୟାନ କରିଛି ଚୀନ ସରକାର (China Government)। ଚୀନୀ ଭିଜାକୁ ବାତିଲ କରିବା ସହିତ ସମସ୍ତ ନାଗରିକଙ୍କ ଉପରେ ବ୍ୟାନ ଆଦେଶ ଲଗାଇଛି ଚୀନ ସରକାର। କୋରୋନା (Corona) ସ୍ଥିତି ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଚୀନୀ ସରକାର ଏଭଳି ନିଷ୍ପତ୍ତି ନେଇଛି। 

ଅଧିକ ପଢନ୍ତୁ: କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏବେ ଖୋଲିବନି ସ୍କୁଲ

ଚୀନର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଭାରତରେ ଥିବା ଚୀନ ଦୂତାବାସ ଭିସା ଧାରକଙ୍କ ସ୍ୱାସ୍ଥ୍ୟ ଡିକ୍ଲାରେସନ ଫର୍ମରେ ମୋହର ଲଗାଇବ ନାହିଁ। ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଚୀନୀ ରାଜନ୍ୟାୟିକ, ସେବା, ଶିଷ୍ଟାଚାର ଓ ସି-ଭିସା ରଖିଥିବା ବ୍ୟକ୍ତିବିଶେଷ ଏହି ନିଷ୍ପତ୍ତିରେ ବିଶେଷ ଭାବେ ପ୍ରଭାବିତ ହେବେ ନାହିଁ। ଜରୁରୀକାଳୀନ ସ୍ଥିତିରେ ବିଦେଶୀ ଭାରତରେ ଥିବା ଚୀନୀ ବୈଦେଶିକ ଦୂତାବାସରେ ନିଜର ଭିସାକୁ ପ୍ରସ୍ତୁତ କରିପାରିବେ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

ଅଧିକ ପଢନ୍ତୁ: ଶନିବାର ହେବ ୧୨୦୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ କୋରୋନା ମହାମାରୀର ମୁକାବିଲା ପାଇଁ ଏହି ନିଷ୍ପତ୍ତି ଏକ ସାମୟିକ ପଦକ୍ଷେପ। ମହାମାରୀ ପରିସ୍ଥିତି ଅନୁଯାୟୀ ଚୀନ୍ ଠିକ୍ ସମୟରେ ଅଧିକ ସଂଶୋଧନ ଏବଂ ଘୋଷଣା କରିବ ବୋଲି ବିବୃତ୍ତିରେ କୁହାଯାଇଛି। ଏଠାରେ କହି ରଖୁଛୁ ଯେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର ଅନେକ ଦେଶରୁ ଚୀନର ଅଣ-ଚୀନ୍ ନାଗରିକଙ୍କ ପ୍ରବେଶ ଉପରେ ରୋକ ଲଗାଇଛି। ଏଥି ମଧ୍ୟରେ ବ୍ରିଟେନ, ବେଲଜିୟମ ଏବଂ ଫିଲିପାଇନ୍ସ ଅନ୍ତର୍ଭୁକ୍ତ। ଏଥି ସହିତ ଚୀନ୍ ଫ୍ରାନ୍ସ, ଜର୍ମାନୀ ଏବଂ ଆମେରିକାର ଯାତ୍ରୀମାନଙ୍କୁ ଆଡମିଶନ ଉପରେ ଅତିରିକ୍ତ ସ୍ୱାସ୍ଥ୍ୟ ପରୀକ୍ଷଣର ଫଳାଫଳ ଉପସ୍ଥାପନ କରିବାକୁ କହିଛି।