ହଜାରେ ସ୍ୱାମୀକୁ ୨୦ ସ୍ତ୍ରୀ; ଥାନାରେ ମାମଲା
Advertisement

ହଜାରେ ସ୍ୱାମୀକୁ ୨୦ ସ୍ତ୍ରୀ; ଥାନାରେ ମାମଲା

ସ୍ତ୍ରୀ କହୁଛି ମୋ ସ୍ବାମୀର ୨୦ରୁ ଊର୍ଦ୍ଧ୍ବ ପତ୍ନୀ । ଝିଅ କହୁଛି ମୋ ବାପା ଠକ ସର୍ଦ୍ଦାର।ସେ ଜାଲ ନୋଟ ଛାପିବାରେ କିଙ୍ଗପିନ।ତାଙ୍କୁ ତୁରନ୍ତ ଗିରଫ ଆମକୁ ନ୍ୟାୟ ଦିଅ।ଏମିତି କିଛି ଅଭିଯୋଗ କରି ଜୟପୁର ପ୍ରଭାତ ଚେଟ୍ଟୀଙ୍କ ବିରୋଧରେ ଥାନାରେ ଦ୍ବାରସ୍ଥ ହୋଇଛନ୍ତି ପ୍ରଭାତଙ୍କ ସ୍ତ୍ରୀ ଓ ଝିଅଙ୍କ ସହ ପୁଅ ବୋହୂ।ସେପଟେ ନିଜ ସ୍ତ୍ରୀଙ୍କ ଚରିତ୍ର ଉପରେ ବି ପାଲଟା ଅଭିଯୋଗ ଆଣିଛନ୍ତି ପ୍ରଭାତ। 

ହଜାରେ ସ୍ୱାମୀକୁ ୨୦ ସ୍ତ୍ରୀ; ଥାନାରେ ମାମଲା

ପବନ ପାଣିଗ୍ରାହୀ, ଜୟପୁର: ସ୍ତ୍ରୀ କହୁଛି ମୋ ସ୍ବାମୀର ୨୦ରୁ ଊର୍ଦ୍ଧ୍ବ ପତ୍ନୀ । ଝିଅ କହୁଛି ମୋ ବାପା ଠକ ସର୍ଦ୍ଦାର।ସେ ଜାଲ ନୋଟ ଛାପିବାରେ କିଙ୍ଗପିନ।ତାଙ୍କୁ ତୁରନ୍ତ ଗିରଫ ଆମକୁ ନ୍ୟାୟ ଦିଅ।ଏମିତି କିଛି ଅଭିଯୋଗ କରି ଜୟପୁର ପ୍ରଭାତ ଚେଟ୍ଟୀଙ୍କ ବିରୋଧରେ ଥାନାରେ ଦ୍ବାରସ୍ଥ ହୋଇଛନ୍ତି ପ୍ରଭାତଙ୍କ ସ୍ତ୍ରୀ ଓ ଝିଅଙ୍କ ସହ ପୁଅ ବୋହୂ।ସେପଟେ ନିଜ ସ୍ତ୍ରୀଙ୍କ ଚରିତ୍ର ଉପରେ ବି ପାଲଟା ଅଭିଯୋଗ ଆଣିଛନ୍ତି ପ୍ରଭାତ। ମୋ ଦ୍ୱିତୀୟ ସ୍ତ୍ରୀର ଏକ ହଜାର ସ୍ୱାମୀ ବୋଲି କହିଛନ୍ତି ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ଏପରି ଆରୋପ ପ୍ରତ୍ୟାରୋପ ଏବେ ଜୟପୁରରେ ଚର୍ଚ୍ଚାର ବିଷୟ ପାଲଟିଛି।

ଅଧିକ ପଢନ୍ତୁ: ଭାରତ ବିପକ୍ଷରେ ଚୀନ ନେଲା ଏହି ବଡ଼ ପଦକ୍ଷେପ

ଜୟପୁର ଟାଉନ ଥାନାରେ ଦେଖିବାକୁ ମିଳିଛି ହାଇଭେଲଟେଜ ଡ୍ରାମା। ଉଭୟେ ଉଭୟଙ୍କ ଚରିତ୍ର ସଂହାର କରି ଥାନାରେ ପହଞ୍ଚିଲେ ସ୍ବାମୀ ଓ ସ୍ତ୍ରୀ । ତେବେ ସ୍ତ୍ରୀ ସଂଯୁକ୍ତା ପାତ୍ର ନିଜ ସ୍ବାମୀ ପ୍ରଭାତଙ୍କ ନାଁରେ ଆଣିଛନ୍ତି ସଂଗୀନ ଅଭିଯୋଗ।ନିଜ ସ୍ବାମୀ ଅନେକ ମହିଳାଙ୍କୁ ପ୍ରଲୋଭିତ କରି ନିଜ ପ୍ରେମ ଜାଲରେ ଫସାଉଛନ୍ତି।ଏପରିକି ତାଙ୍କର ୨୦ରୁ ଊର୍ଦ୍ଧ୍ବ ପତ୍ନୀ ଅଛନ୍ତି। ଆଉ ଏଥି ପାଇଁ ସେ ତାଙ୍କୁ ନିର୍ଯାତନା ଦେଇ ଘରୁ ବାହାର କରିଦେଇଥିବା ଅଭିଯୋଗ କରି ଜୟପୁର ଟାଉନ ଥାନାର ଦ୍ବାରସ୍ଥ ହୋଇଛନ୍ତି। 

ଅଧିକ ପଢନ୍ତୁ: କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏବେ ଖୋଲିବନି ସ୍କୁଲ 

କେବଳ ଏତିକି ନୁହେଁ ପ୍ରଭାତଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ଝିଅ ଓ ପୁଅ ବୋହୂ। ବାପା ଜାଲ ନୋଟର କିଙ୍ଗପିନ। ସେ ଏହି ଜାଲ ନୋଟ ମାଧ୍ୟମରେ ମହିଳାଙ୍କୁ ଫସାଉଛନ୍ତି। ଅନେକ ଠକାମୀ ଓ ଡକାୟତି ସହ ସେ ଜଡ଼ିତ। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଏମାନେ। ଆଉ ଜଣେ ବ୍ୟକ୍ତିଙ୍କ ବିରୋଧରେ ଏପରି ଅଭିଯୋଗ ଆଣି ପରିବାରର ସବୁ ସଦସ୍ୟ ଥାନାର ଦ୍ବାରସ୍ଥ ହେବା ଜୟପୁରରେ ଚର୍ଚ୍ଚାର ବିଷୟ ପାଲଟିଛି।

ସେପଟେ ଏ ନେଇ ଉଭୟଙ୍କ ପକ୍ଷରୁ ଜୟପୁର ଟାଉନ ଥାନାରେ ଅଭିଯୋଗ ଦାୟର ହୋଇଛି। ତେବେ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରଭାତ। ନିଜର ୨୦ଟି ସ୍ତ୍ରୀ ଥିବା କଥାକୁ ହାସ୍ୟାସ୍ପଦ ବୋଲି ସେ କହିବା ସହ ସଂଯୁକ୍ତାଙ୍କ ଚରିତ୍ରକୁ ନେଇ ପାଲଟା ଅଭିଯୋଗ କରିଛନ୍ତି। ସଂଯୁକ୍ତାଙ୍କୁ ସେ ଦ୍ୱିତୀୟ ବିବାହ କରିଥିଲେ ବି ସେ ଡକାୟତିରେ ଜଡିତ ଥିବାରୁ ତାଙ୍କ ଠାରୁ ସଂପର୍କ ସେ ଛିନ୍ନ କରିଥିବା କହିଛନ୍ତି।ଏପରିକି ସଂଯୁକ୍ତା ତାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିବା ଓ ଚଞ୍ଚକତା କରି ଘର ନିଜ ନାଁରେ କରିଥିବା ସେ ଅଭିଯୋଗ କରିଛନ୍ତି।

ଅଧିକ ପଢନ୍ତୁ: ମହଙ୍ଗା ପଡିଲା ଇସଲାମିକ ମୌଳବାଦକୁ ସମର୍ଥନ

ତେବେ ସବୁ ବିବାଦ ଘରକୁ ନେଇ ଓ ସେ ଖୁବଶୀଘ୍ର କୋର୍ଟ ନିର୍ଦ୍ଦେଶ ମୁତାବିକ ଘର ଛାଡିଦେବେ ବୋଲି କହିଛନ୍ତି। ଏହା ପାରିବାରିକ ଅଭିଯୋଗ ହୋଇଥିବାରୁ ୧୦୭ରେ ପୋଲିସ ଉଭୟ ପକ୍ଷକୁ ନୋଟିସ ଜାରି କରିଥିବା କହିଛନ୍ତି ଜୟପୁର ଟାଉନ ଥାନା ଅଧିକାରୀ। ଗୋଟିଏ ପରିବାରର କଳହ ଏବେ ଉଭୟ ପକ୍ଷରୁ ଜୟପୁର ଟାଉନ ଥାନାରେ ଅଭିଯୋଗ ହେବାପରେ ସହରରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେପଟେ ଉଭୟ ପକ୍ଷଙ୍କ ଅଭିଯୋଗକୁ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ତଦନ୍ତ ପରେ ହିଁ ଘଟଣାର ସତ୍ୟତା ବାହାରକୁ ଆସିପାରିବ।