ୟୁରୋପରେ ୟୁକ୍ରେନ ହେଉଛି ଦ୍ୱିତୀୟ ବୃହତ୍ତମ ଦେଶ, ଜାଣନ୍ତୁ ଏହାର ଜନସଂଖ୍ୟା, ମୁଦ୍ରା, ଧର୍ମ, ଭାଷା ଏବଂ କିଛି ରୋଚକ ତଥ୍ୟ

Russia-Ukraine Conflict: ୟୁକ୍ରେନର ପୂର୍ବରେ ଦୁଇଟି ପ୍ରଦେଶ ଅଛି ଯାହାକୁ ଋଷ ସ୍ୱାଧୀନ ଦେଶ ଭାବେ ଘୋଷଣା କରିଛି । ଏହି ଦୁଇଟି ଅଞ୍ଚଳ ହେଉଛି `ଡୋନେଟସ୍କ (Donetsk) ଓ ଲୁହାନସ୍କ ପିପୁଲ୍ସ ରିପବ୍ଲିକ୍ (Luhansk People`s Republics)` । ଆସନ୍ତୁ ଜାଣିବା ୟୁକ୍ରେନର ଜନସଂଖ୍ୟା କେତେ, ଏହାର ମୁଦ୍ରା, ଧର୍ମ, ଭାଷା ଏବଂ କିଛି ରୋଚକ ତଥ୍ୟ ବିଷୟରେ...

Tamal Bakchi/ତମାଲ ବାକଚି Fri, 10 Mar 2023-6:24 am,
1/8

ନୂଆଦିଲ୍ଲୀ: Russia-Ukraine Conflict: ଋଷ (Russia) ୟୁକ୍ରେନ (Ukraine) ର ଦୁଇ ଭାଗକୁ ପୃଥକ ରାଷ୍ଟ୍ର ଭାବରେ ସ୍ୱୀକୃତି ଦେଇଛି । ଋଷର ସୀମା ୟୁକ୍ରେନ ସହିତ ଲାଗିଛି । 

2/8

ୟୁକ୍ରେନର ପୂର୍ବରେ ଦୁଇଟି ପ୍ରଦେଶ ଅଛି ଯାହାକୁ ଋଷ ସ୍ୱାଧୀନ ଦେଶ ଭାବେ ଘୋଷଣା କରିଛି । ଏହି ଦୁଇଟି ଅଞ୍ଚଳ ହେଉଛି "ଡୋନେଟସ୍କ (Donetsk) ଓ ଲୁହାନସ୍କ ପିପୁଲ୍ସ ରିପବ୍ଲିକ୍ (Luhansk People's Republics)" । ଆସନ୍ତୁ ଜାଣିବା ୟୁକ୍ରେନର ଜନସଂଖ୍ୟା କେତେ, ଏହାର ମୁଦ୍ରା, ଧର୍ମ, ଭାଷା ଏବଂ କିଛି ରୋଚକ ତଥ୍ୟ ବିଷୟରେ...

3/8

ୟୁକ୍ରେନର ଜନସଂଖ୍ୟା

ୟୁକ୍ରେନ (Ukraine) ହେଉଛି ବିଶ୍ୱର ୪୬ତମ ବୃହତ୍ତମ ଦେଶ ଓ ୟୁରୋପରେ ଦ୍ୱିତୀୟ ବୃହତ୍ତମ ଦେଶ । ୟୁକ୍ରେନର ସମୁଦାୟ କ୍ଷେତ୍ରଫଳ ପ୍ରାୟ ୬ ଲକ୍ଷ ବର୍ଗ କିଲୋ ମିଟର । ଦେଶର ମୋଟ ଜନସଂଖ୍ୟା ୪୪.୯ ମିଲିୟନ ଅର୍ଥାତ୍ ୪.୪୯ କୋଟି । ୟୁକ୍ରେନର ଜନସଂଖ୍ୟାର ପ୍ରାୟ ୭୮ ପ୍ରତିଶତ ସ୍ଥାନୀୟ ୟୁକ୍ରେନୀୟ ହୋଇଥିବାବେଳେ ଜନସଂଖ୍ୟାର ୨୨ ପ୍ରତିଶତ ଅନ୍ୟ ଦେଶରୁ ଆସିଛନ୍ତି । ୟୁକ୍ରେନରେ ୧୦୦ ମହିଳାଙ୍କ ପାଇଁ କେବଳ ୮୬.୩ ପୁରୁଷ ଅଛନ୍ତି ।

4/8

ୟୁକ୍ରେନର ମୁଦ୍ରା, ଭାଷା

ୟୁକ୍ରେନ (Ukraine) ର ସବୁଠାରୁ ବଡ଼ ସହର ଓ ରାଜଧାନୀ ହେଉଛି କୀଭ (Kiev) । ସର୍ବାଧିକ ଜନସଂଖ୍ୟା (୨.୮ ନିୟୁତ) ଏହି ସହରରେ ବାସ କରନ୍ତି । ଏଠାରେ ମୁଖ୍ୟ ଧର୍ମ ହେଉଛି ଖ୍ରୀଷ୍ଟିଆନ, ସରକାରୀ ଭାଷା ହେଉଛି ୟୁକ୍ରେନୀ । ଯଦିଓ ଅନ୍ୟାନ୍ୟ ଅନେକ ଭାଷା ମଧ୍ୟ କୁହାଯାଏ । ଦେଶର ସରକାରୀ ମୁଦ୍ରା ହେଉଛି ୟୁକ୍ରେନିଆନ ହ୍ରିଭନିଆ (Ukrainian Hryvnia)

5/8

ଭାରତରୁ ୟୁକ୍ରେନର ଦୂରତା

ନୂଆଦିଲ୍ଲୀରୁ ୟୁକ୍ରେନ (Ukraine) ପର୍ଯ୍ୟନ୍ତ ଦୂରତା ପ୍ରାୟ ୫୦୦୦ କିଲୋମିଟର । ପ୍ଲାଇଟ୍ସରେ ପ୍ରାୟ ପାଞ୍ଚ ଘଣ୍ଟା ସମୟ ଲାଗିଥାଏ ।

6/8

ୟୁକ୍ରେନ କେବେ ସ୍ୱାଧୀନ ହେଲା?

ସୋଭିଏତ ସଂଘ (Soviet Union-USSR) ଭାଙ୍ଗିବା ପରେ  ୨୪ ଅଗଷ୍ଟ ୧୯୯୧ରେ ୟୁକ୍ରେନ (Ukraine) ସ୍ୱାଧୀନତା ଲାଭ କରିଥିଲା । ତା’ପରେ ୧୯୯୨ ମସିହାରେ ୟୁକ୍ରେନ ସୋଭିଏତ୍ ୟୁନିଅନର ସଦସ୍ୟ ହେଲା । ଏହି ଦେଶର ସୀମା ଉତ୍ତର-ପୂର୍ବ ଓ ପୂର୍ବରେ ଋଷ (Russia), ଉତ୍ତର-ପଶ୍ଚିମରେ ବେଲାଋଷ (Belarus), ପଶ୍ଚିମରେ ପୋଲାଣ୍ଡ (Poland) ଏବଂ ସ୍ଲୋଭାକିଆ (Slovakia) ଲାଗି ରହିଛି ।

7/8

ୟୁକ୍ରେନ ସମଗ୍ର ବିଶ୍ୱରେ ପ୍ରସିଦ୍ଧ

ଦୁନିଆର ଗଭୀର ମେଟ୍ରୋ ଷ୍ଟେସନ ୟୁକ୍ରେନ (Ukraine) ରେ ଅବସ୍ଥିତ । ଏହାକୁ ୟୁକ୍ରେନର ଆର୍ସେନା ମେଟ୍ରୋ ଷ୍ଟେସନ୍ (Arsenalna Metro Station) କୁହାଯାଏ । ୟୁକ୍ରେନର ସାକ୍ଷରତା ହାର ପ୍ରାୟ ୯୯.୮ ପ୍ରତିଶତ । ଏହା ହେଉଛି ବିଶ୍ୱର ଚତୁର୍ଥ ସର୍ବାଧିକ ସାକ୍ଷରତା ହାର । ହାରାହାରି ଆୟୁ ହାର ପ୍ରାୟ ୭୧.୪୮ ବର୍ଷ । 

ଏହା ବି ପଢ଼ନ୍ତୁ:-ଯଦି ୟୁକ୍ରେନ ଉପରେ ଆକ୍ରମଣ କରେ ଋଷ, ତେବେ ଦୁନିଆକୁ ଭୋଗିବାକୁ ପଡ଼ିବ ଏସବୁ ସମସ୍ୟା

ଏହା ବି ପଢ଼ନ୍ତୁ:-ପୁଟିନଙ୍କ ଏହି ଗୋଟିଏ ନିଷ୍ପତ୍ତି ବଢ଼ାଇ ଦେଇଛି ଯୁଦ୍ଧ ଆଶଙ୍କା, ଆମେରିକା ମଧ୍ୟ ନେଲା ବଡ଼ ପଦକ୍ଷେପ

ଏହା ବି ପଢ଼ନ୍ତୁ:-'କୋରୋନା ପରି ଆଉ ଏକ ମହାମାରୀ ଆସୁଛି', ଏହି ଚେତାବନୀ ବଢ଼ାଇଦେଲା ଟେନସନ

8/8

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ୟୁକ୍ରେନ ହେଉଛି ବିଶ୍ୱର ଷଷ୍ଠ ବୃହତ୍ତମ ମଦ୍ୟପାନକାରୀ ଦେଶ । ଏଠାରେ ସବୁଠାରୁ ଲୋକପ୍ରିୟ କ୍ରୀଡା ହେଉଛି ଫୁଟବଲ୍ ଓ ବକ୍ସିଂ । ନିଜ ପରମାଣୁ ଅସ୍ତ୍ରଶସ୍ତ୍ର (nuclear arsenal) ଛାଡ଼ୁଥିବା ୟୁକ୍ରେନ ହେଉଛି ବିଶ୍ୱର ପ୍ରଥମ ଦେଶ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link