ନୂଆଦିଲ୍ଲୀ: PM Karam Yogi Mandhan Yojana: ଦେଶର ସମସ୍ତ ବର୍ଗ ପାଇଁ କେନ୍ଦ୍ର ସରକାର (Central Government) ଅନେକ ସ୍ୱତନ୍ତ୍ର ଯୋଜନା ଚଳାଉଛନ୍ତି । ଏଥିରେ ଅନେକ ପେନସନ୍ ସ୍କିମ୍ ଓ ଅନେକ ଆର୍ଥିକ ସହାୟତା ଯୋଜନା ମଧ୍ୟ ସାମିଲ ରହିଛି । ଆଜି ଆମେ ଆପଣଙ୍କୁ ଏପରି ଏକ ସରକାରୀ ଯୋଜନା ବିଷୟରେ କହିବୁ, ଯେଉଁଥିରେ ଆପଣଙ୍କୁ ସରକାରଙ୍କ ଠାରୁ ପ୍ରତିମାସରେ ୩୦୦୦ ଟଙ୍କା ମିଳିବ ଅର୍ଥାତ୍ ଆପଣ ବାର୍ଷିକ ୩୬,୦୦୦ ଟଙ୍କାର ଲାଭ ପାଇପାରିବେ । ଆଜି ଆମେ ଆପଣଙ୍କୁ କହିବୁ କିଏ ଏଥି ପାଇଁ ଆବେଦନ କରିପାରିବେ ।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ଏହି ସରକାରୀ ଯୋଜନାର ନାମ ହେଉଛି ପ୍ରଧାନମନ୍ତ୍ରୀ କର୍ମ ଯୋଗୀ ମାନଧନ ଯୋଜନା (Pradhan Mantri Karma Yogi Maandhan Yojana), ଯାହା ଅନ୍ତର୍ଗତ ଆପଣଙ୍କୁ ପ୍ରତି ମାସରେ ୩୦୦୦ ଟଙ୍କାର ସୁବିଧା ଦିଆଯିବ । ୨୦୧୯ରେ ଏହି ଯୋଜନା ଆରମ୍ଭ ହୋଇଥିଲା ।


ପିଏମ କର୍ମ ଯୋଗୀ ମାନଧନ ଯୋଜନା (PM Karam Yogi Mandhan Yojana) ଅନ୍ତର୍ଗତ ଦେଶର ଛୋଟ ଦୋକାନୀ ଓ ବ୍ୟବସାୟୀ ଯେଉଁମାନେ ଜିଏସଟି ଅଧୀନରେ ପଞ୍ଜୀକୃତ ହୋଇଛନ୍ତି ଏବଂ ଯାହାଙ୍କ ଟର୍ନଓଭର ୧.୫ କୋଟି ପର୍ଯ୍ୟନ୍ତ ରହିଛି । ଆପଣ ଏହି ଯୋଜନା ପାଇଁ CSC ଭିଜିଟ କରି ଆବେଦନ କରିପାରିବେ ।


ଆପଣଙ୍କୁ କହି ରଖୁଛୁ ଯେ, ଏହା ଏକ ପ୍ରକାର ପେନସନ୍ ଯୋଜନା, ଯାହାର ଲାଭ ଆପଣ ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ନେଇପାରିବେ । ଏଥିରେ ଛୋଟ ବ୍ୟବସାୟୀ ଓ ବଡ଼ ବ୍ୟବସାୟୀଙ୍କୁ ସାମିଲ କରାଯାଇଛି । ଏହି ଯୋଜନାରେ ହିତାଧିକାରୀଙ୍କୁ ୬୦ ବର୍ଷ ବୟସ ପରେ ମାସକୁ ୩୦୦୦ ଟଙ୍କା ଦିଆଯିବ ।


ଯଦି ଆପଣ ୧୮ ବର୍ଷ ବୟସରେ ଏହି ଯୋଜନାରେ ଅଂଶଗ୍ରହଣ କରନ୍ତି, ତେବେ ଆପଣଙ୍କୁ ପ୍ରତିମାସରେ କେବଳ ୫୫ ଟଙ୍କାର ପ୍ରିମିୟମ ଦେବାକୁ ପଡିବ । ଅନ୍ୟପଟେ ଯଦି ଆପଣ ୪୦ ବର୍ଷ ବୟସରେ ଏହି ଯୋଜନାରେ ଅଂଶଗ୍ରହଣ କରନ୍ତି, ତେବେ ଆପଣଙ୍କୁ ପ୍ରିମିୟମ ଭାବରେ ମାସକୁ ୨୦୦ ଟଙ୍କା ଦେବାକୁ ପଡିବ ।


ଏହା ବି ପଢ଼ନ୍ତୁ:-ଖୁସି ଖବର! ଏଣିକି ସପ୍ତାହରେ ୫ ଦିନ କାମ କରିବେ ଏହି ରାଜ୍ୟର ସରକାରୀ କର୍ମଚାରୀ


ଏହା ବି ପଢ଼ନ୍ତୁ:-ଗିଜର ଓ ହିଟର ଚଲାଇବା ପରେ ମଧ୍ୟ କମ୍ ଆସିବ ବିଜୁଳି ବିଲ୍, କେବଳ କରିବାକୁ ହେବ ଏହି ୨ଟି କାମ


ଏହା ବି ପଢ଼ନ୍ତୁ:-କୋରୋନା ସଙ୍କଟ: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ସଂକ୍ରମଣ ଦର ଛୁଇଁଲା ୧୯.୫ ପ୍ରତିଶତ


ଏହା ବି ପଢ଼ନ୍ତୁ:-ଟିମ୍ ଇଣ୍ଡିଆରୁ ବିଦା ହେଲେ ଏହି ୫ ଖେଳାଳି, ଦକ୍ଷିଣ ଆଫ୍ରିକାରେ ଖରାପ ପ୍ରଦର୍ଶନ ପାଇଁ ମିଳିଲା 'ଦଣ୍ଡ'


 


ପ୍ରଧାନମନ୍ତ୍ରୀ କର୍ମ ଯୋଗୀ ମାନଧନ ଯୋଜନା ଅଧୀନରେ ପେନସନ୍‌ ଭାବରେ ମିଳିବାକୁ ଥିବା ଅର୍ଥ ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୁଏ । ଏହି ରାଶି କେବଳ ସେତେବେଳେ ଆକାଉଣ୍ଟରେ ପହଞ୍ଚିବ ଯେତେବେଳେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଆଧାର ସହିତ ଲିଙ୍କ ହେବ । କହି ରଖୁଛୁ ଯେ, କେବଳ ସେହି ଲୋକମାନେ ଯେଉଁମାନେ ଭାରତରେ ବାଣିଜ୍ୟ ଓ ବ୍ୟବସାୟ କରନ୍ତି ସେମାନେ ଏହି ଯୋଜନାରେ ଆବେଦନ କରିପାରିବେ । ଭାରତ ବାହାରେ ବ୍ୟବସାୟ କରୁଥିବା ଛୋଟ ବ୍ୟବସାୟୀ ଏବଂ ଅନ୍ୟାନ୍ୟ ବ୍ୟବସାୟୀମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ । ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣଙ୍କୁ ଆଧାର କାର୍ଡ, ଆଧାର କାର୍ଡ ସହିତ ଜଡ଼ିତ ବ୍ୟାଙ୍କ ଆକାଉଣ୍ଟ, ଜିଏସଟି ରେଜିଷ୍ଟ୍ରେସନ ନମ୍ବର ଏବଂ ପାସପୋର୍ଟ ସାଇଜ୍ ଫଟୋର ଆବଶ୍ୟକତା ହେବ ।


ଆବେଦନକାରୀମାନେ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହିତ ନିକଟସ୍ଥ ସେବା କେନ୍ଦ୍ର ଭିଜିଟ କରିପାରିବେ । ସେଠାରେ ଆପଣଙ୍କୁ ଆପଣଙ୍କର ଅନଲାଇନ୍ ଫର୍ମ ପୂରଣ କରିବାକୁ ପଡିବ ଓ ସମସ୍ତ ଡକ୍ୟୁମେଣ୍ଟ୍ ଦେବାକୁ ପଡିବ । ଏହାକୁ ଦାଖଲ କରିବା ପରେ ଆପଣ ଏହି ଯୋଜନାର ହିତାଧିକାରୀ ହେବେ ।