ଭଲ ଖବର! କେନ୍ଦ୍ର ସରକାର ଏହି ମାସରେ କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବେ ୪୦୦୦ ଟଙ୍କା
ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ଚାଷୀଙ୍କୁ ଚାରି ହଜାର ଟଙ୍କା ପାଇବାର ଏକ ଭଲ ସୁଯୋଗ ରହିଛି । କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana) ଅଧୀନରେ ଏପର୍ଯ୍ୟନ୍ତ ୯ କୋଟିରୁ ଅଧିକ ଚାଷୀ ପଞ୍ଜିକୃତ କରିସାରିଛନ୍ତି ।
ନୂଆଦିଲ୍ଲୀ: ଚଳିତ ମାସରେ କେନ୍ଦ୍ର ସରକାର (Central Government) ଚାଷୀଙ୍କ ଆକାଉଣ୍ଟରେ ୪୦୦୦ ଟଙ୍କା ଟ୍ରାନ୍ସଫର କରିପାରନ୍ତି । ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନେ ଚାରି ହଜାର ଟଙ୍କା ପାଇବା ପାଇଁ ଏକ ଭଲ ସୁଯୋଗ ରହିଛି । ସରକାର ନିକଟରେ କୃଷକଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କାର ଅଷ୍ଟମ କିସ୍ତି ସ୍ଥାନାନ୍ତର କରିଛନ୍ତି । ଯଦି ଆପଣ ମଧ୍ୟ ଏହି ଟଙ୍କା ପାଇବାକୁ ଚାହୁଁଛନ୍ତି, ତେବେ ତୁରନ୍ତ ରେଜିଷ୍ଟ୍ରେସନ କରନ୍ତୁ । ପିଏମ କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana) ଅଧୀନରେ ଏପର୍ଯ୍ୟନ୍ତ ୯ କୋଟିରୁ ଅଧିକ ଚାଷୀ ପଞ୍ଜିକୃତ କରିଛନ୍ତି ।
ଆପଣଙ୍କୁ PMKisan Yojana, pmkisan.gov.in ର ଅଫିସିଆଲ୍ ୱେବସାଇଟ୍ ଭିଜିଟ କରି ଆପଣ ଏହାର ରେଜିଷ୍ଟ୍ରେସନ କରିପାରିବେ । ରେଜିଷ୍ଟ୍ରେସନ ପରେ ସରକାରଙ୍କ ତରଫରୁ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଦିଆଯିବ ।
କିପରି ମିଳିବ ୪୦୦୦ ଟଙ୍କାର ଲାଭ?
ଆହୁରି ଅନେକ କୃଷକ ମଧ୍ୟ ଅଛନ୍ତି ଯେଉଁମାନେ ଏହି ଯୋଜନାରେ ରେଜିଷ୍ଟ୍ରେସନ କରିନଥିବାରୁ ୨୦୦୦ ଟଙ୍କାର ଏହି ରାଶି ପାଇ ନାହାଁନ୍ତି । ଏଭଳି ପରିସ୍ଥିତିରେ ବର୍ତ୍ତମାନ କୃଷକମାନେ ୩୦ ଜୁନ୍ ମଧ୍ୟରେ ରେଜିଷ୍ଟ୍ରେସନ ହୋଇପାରିବେ । ଯଦି ଏହାକୁ ଅନୁମୋଦିତ ମିଳିଯାଏ ତେବେ ଏପ୍ରିଲ୍-ଜୁଲାଇର କିସ୍ତି ଜୁଲାଇରେ ପାଇପାରିବେ ଓ ଅଗଷ୍ଟ ମାସରେ ନୂତନ କିସ୍ତି ମଧ୍ୟ ଆପଣଙ୍କ ଆକାଉଣ୍ଟରେ ଆସିବ । ଯାହାଫଳରେ ଆପଣ ଦୁଇଟି କିସ୍ତିର ଲାଭ ପାଇପାରିବେ ।
ଅଧିକ ପଢ଼ନ୍ତୁ: WTC Final: ଇଶାନ୍ତ ଭାଙ୍ଗିଲେ କପିଲ ଦେବଙ୍କ ବଡ ରେକର୍ଡ, ବିଦେଶରେ ପୂରା କଲେ ଦ୍ୱିଶତକ
କିପରି ଭାବେ କରି ପାରିବେ ରେଜିଷ୍ଟ୍ରେସନ -
୧. ଆପଣଙ୍କୁ ପ୍ରଥମେ pmkisan.gov.in ୱେବସାଇଟକୁ ଭିଜିଟ କରନ୍ତୁ ।
୨. ଏହାର ପରେ Farmers Corner ଅପ୍ସନ୍ କ୍ଲିକ୍ କରନ୍ତୁ ।
୩. ଏହାର ପରେ ଆପଣ New Farmer Registration ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
୪. ଏହାର ପରେ ନୂତନ ଟ୍ୟାବ୍ ଖୋଲନ୍ତୁ ଯେଉଁଥିରେ ଆଧାର ନମ୍ବର ଓ କ୍ୟାପଚା କୋଡ୍ ଏଣ୍ଟ୍ରି କରନ୍ତୁ ।
୫. ଏହାର ପରେ ଆପଣ ଆପଣଙ୍କର ଡିଟେଲସ ଓ ଜମି ବିବରଣୀ ଦିଅନ୍ତୁ ।
୬. ସମସ୍ତ ସୂଚନା ଭରିବା ପରେ 'Submit' ବଟନ୍ ଉପରେ କ୍ଲିକ୍ କରନ୍ତୁ ।
ଅଧିକ ପଢ଼ନ୍ତୁ: ସାବଧାନ! ନିଜ ସ୍ମାର୍ଟଫୋନରୁ ଡିଲିଟ୍ କରିଦିଅନ୍ତୁ ଏହି ୮ ଟି ବିପଜ୍ଜନକ ଆପ୍, ଗୁଗୁଲ୍ ମଧ୍ୟ ହଟାଇଲା
ଜାଣନ୍ତୁ କେବେ ଆସିବ କିସ୍ତି?
ଯଦି ଜଣେ କୃଷକ ଜୁନ୍ ମାସରେ ପଞ୍ଜୀକୃତ କରନ୍ତି, ତେବେ ସେ ଜୁଲାଇରେ ଏହି ଯୋଜନାର ପ୍ରଥମ କିସ୍ତି (ଅଷ୍ଟମ କିସ୍ତି) ପାଇପାରିବେ । ସେ ନିଜର ଆଗାମୀ କିସ୍ତି ମଧ୍ୟ ପାଇବେ ଯାହା ସରକାର ସାଧାରଣତ ଅଗଷ୍ଟ ମାସରେ ଟ୍ରାନ୍ସଫର ହେବ । ଏହାର ଅର୍ଥ ହେଉଛି କୃଷକ ପ୍ରଧାନମନ୍ତ୍ରୀ ଯୋଜନାରେ ଦୁଇଗୁଣ ଲାଭ ପାଇ ପାରିବେ । ଏହି ଯୋଜନା ପାଇଁ ରେଜିଷ୍ଟ୍ରେସନ କରିବା ମାତ୍ରେ ଆପଣ ୪,୦୦୦ ଟଙ୍କା ପାଇ ପାରିବେ ।