PM Kisan Samman Nidhi Yojana: ଚାଷୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ପିଏମ୍ କିଷାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana )ର ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ୨୦୦୦ ଟଙ୍କା ।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ବୁଧବାର ଅର୍ଥାତ୍ ଫେବୃଆରୀ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୧୬ତମ କିସ୍ତି ଟଙ୍କାକୁ ସିଧାସଳଖ ଲାଭ ମାଧ୍ୟମରେ ଦେଶର କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ । ଏନେଇ ଏହି ଯୋଜନାର ଅଫିସିଆଲ ୱେବସାଇଟରେ ଅପଡ଼େଟ କରାଯାଇଛି । ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ କେନ୍ଦ୍ର ସରକାର ପ୍ରତିବର୍ଷ ଗରିବ କୃଷକ ପରିବାରର ଆକାଉଣ୍ଟକୁ ୬୦୦୦ ଟଙ୍କା ଟ୍ରାନ୍ସର୍ଫର କରୁଛନ୍ତି । ଏହି ଟଙ୍କା ପ୍ରତିବର୍ଷ ସମୁଦାୟ ତିନୋଟି କିସ୍ତିରେ ସ୍ଥାନାନ୍ତରିତ ହୋଇଥାଏ ।


ପ୍ରକାଶ ଥାଉ କି, ୨୦୧୯ ମସିହା ଫେବୃଆରୀ ୨୪ରେ କୃଷକମାନଙ୍କୁ ଋଣମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ଅନ୍ତର୍ଗତ ମୋଟ ୧୫ଟି କିସ୍ତି ଟଙ୍କା ଚାଷୀଙ୍କ ଆଉକାଣ୍ଟକୁ ପଠାଯାଇଛି । ବୁଧବାର ପ୍ରଧାନମନ୍ତ୍ରୀ ଏହି ଯୋଜନାରେ ୧୬ତମ କିସ୍ତି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ।


Also Read-  Supreme Court: ତଟରକ୍ଷୀ ବାହିନୀରେ ମହିଳାଙ୍କ ସ୍ଥାୟୀ ନିଯୁକ୍ତି ମାମଲା, କେନ୍ଦ୍ରକୁ ସୁପ୍ରିମକୋର୍ଟର ଚେତାବନୀ


Also Read- Fishermen Strike: ୬ ଦଫା ଦାବି ନେଇ ରାଜ ରାସ୍ତାରେ ମତ୍ସଜୀବୀଙ୍କ ଗର୍ଜନ